Advertisment

ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷଣ କଲା କି ଇରାନ? ଭୂକମ୍ପ ଝଟକା ପରେ ଆରମ୍ଭ ହେଲା ଚର୍ଚ୍ଚା

ଇସ୍ରାଏଲ ସହ ଲଢ଼େଇ ଭିତରେ ଇରାନ କ’ଣ ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷା କରିଛି କି ବୋଲି ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି।

Iran

Iran

Advertisment

ଇସ୍ରାଏଲ ସହ ଲଢ଼େଇ ଭିତରେ ଇରାନ ଶୁକ୍ରବାର ଗୋଟିଏ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଛି। ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଥିବା ବେଳେ ଏହା ଇରାନର ସେମନାନ ଅଞ୍ଚଳକୁ ଦୋହଲାଇ ଦେଇଛି। ତାସନିମ ନ୍ୟୁଜ ଏଜେନ୍ସି କହିଛି ଯେ ଭୂକମ୍ପର କେନ୍ଦ୍ର ସ୍ଥଳ ସେମନାନର ଦକ୍ଷିଣ ପଶ୍ଚିମ ଦିଗର ୨୭ କିମି ଦୂର। ଏହାର ଗଭୀରତା ୧୦ କିମି ରହିଛି। ଶୁକ୍ରବାର ୫.୧ ତୀବ୍ରତାର ଭୂକମ୍ପ ଝଟକା ପରେ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

Advertisment

ଇସ୍ରାଏଲ ସହ ଲଢ଼େଇ ଭିତରେ ଇରାନ କ’ଣ ଆଣବିକ ଯୁଦ୍ଧାସ୍ତ୍ରର ପରୀକ୍ଷା କରିଛି କି ବୋଲି ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି। ଝଟକାର କେନ୍ଦ୍ର ସ୍ଥଳ ସ୍ପେଶ ଓ ମିସାଇଲ କମ୍ପ୍ଲେକ୍ସ ଭାବେ ପରିଚିତ ସହରରେ ଅନୁଭୂତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଭୂକମ୍ପ ଅନୁଭୂତ ହୋଇଥିବା ସହରରେ ଇରାନ ସେନା ଦ୍ୱାରା ପରିଚାଳିତ ସେମନାନ ସ୍ପେଶ ସେଣ୍ଟର ଓ ସେମନାନ ମିସାଇଲ କମ୍ପ୍ଲେକ୍ସ ରହିଛି। ତେଣୁ ସେଠାରେ ଭୂକମ୍ପ ସୃଷ୍ଟି ହେବା ଇରାନ କିଛି ବଡ଼ ଯୋଜନାରେ ଥିବା କୁହାଯାଉଛି।

ଇରାନ ଆଣବିକ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ଏହାକୁ ବିରୋଧ କରି ଇସ୍ରାଏଲ ୯ ଦିନ ତଳେ ଆକ୍ରମଣ ଆରମ୍ଭ କରିଥିଲା। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ଆଣବିକ କାର୍ଯ୍ୟକ୍ରମ ଇରାନ ବନ୍ଦ କରୁ ବୋଲି ପଶ୍ଚିତମ ରାଷ୍ଟ୍ରଗୁଡ଼ିକ ଚାପ ସୃଷ୍ଟି କରୁଛନ୍ତି। କିନ୍ତୁ ଇରାନ କାହାର ଧମକ କିମ୍ବା ୟୁରୋପର ଚାପରେ ଆଣବିକ କାର୍ଯ୍ୟକ୍ରମରେ ବୁଝାମଣା କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ବାସ୍ ଇରାନର ଏପରି ଘୋଷଣା ପରେ ସେମନାନ ସହରରେ ଭୂକମ୍ପ ଝଟକା ଅନୁଭୂତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment

ଭୂକମ୍ପ ଝଟକା ଅନୁଭୂତ ହୋଇଥିଲେ ହେଁ କେହି ବି ମୃତାହତ ହୋଇ ନାହାନ୍ତି। ସେହିପରି ଖୁବ କମ ପରିମାଣର କ୍ଷୟକ୍ଷତି ହୋଇଥିବା ଇରାନ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।

Iran Iran Israel Conflict Iran Israel War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe