Advertisment

ପୁଣି ଥରିଲା ଆଫଗାନିସ୍ତାନ

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେକର୍ଡ କରାଯାଇଛି।

Earthquake in Afganistan

Earthquake in Afganistan

Advertisment

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଆଜି ସକାଳୁ ଆଫଗାନିସ୍ତାନର ପଶ୍ଚିମ ଅଞ୍ଚଳରେ ତୀବ୍ର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେକର୍ଡ କରାଯାଇଛି। ଇଏମ୍‌ଏସ୍‌ସି ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳର ୧୦ କିଲୋମିଟର ଗଭୀରତାରେ ଥିବା କୁହାଯାଇଛି।

Advertisment

ସୂଚନା ମୁତାବକ, ରବିବାର ସକାଳୁ ସହର ଠାରୁ ୩୩ କିଲୋମିଟର ଦୂର ପଶ୍ଚିମ ହେରାତ ଅଞ୍ଚଳରେ ଭୂମିକମ୍ପ ହୋଇଛି। ତେବେ ଏହି ଭୂମିକମ୍ପ ଯୋଗୁ କ'ଣ ସବୁ କ୍ଷୟକ୍ଷତି ଘଟିଛି, କେତେ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ହେରାତ ଅଞ୍ଚଳରେ ଗତ କିଛି ଦିନ ହେଲା ଲଗାତାର ଭୂମିକମ୍ପ ହେଉଛି। ଅକ୍ଟୋବର ୭ ତାରିଖରେ ଏଠାର ୬.୩ ତୀବ୍ରତାର ଭୟଙ୍କର ଭୂମିକମ୍ପ ହୋଇଥିଲା। ଏଥିଯୋଗୁ ପ୍ରାୟ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏଥିସହ ଶତାଧିକ ଲୋକେ ବାସହରା ମଧ୍ୟ ହୋଇଛନ୍ତି।

Advertisment

ସେହିପରି ଦିନକ ପରେ ପୁଣି ଏଠାରେ ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପରେ ୨ରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ରୁ ଅଧିକ ଜଣ ଅହତ ହୋଇଥିଲେ। ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁବରଣ କରିଥିବା ୯୦ ପ୍ରତିଶତ ମହିଳା ଓ ଛୋଟ ଛୁଆ ଥିବା ବୁଧବାର ୟୁନିସେଫ କହିଛି।

Afganistan Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe