Advertisment

ଷ୍ଟୁଡିଓରେ ଚାଲିଥିଲା ଲାଇଭ ଟେଲିକାଷ୍ଟ, ଭିତରେ ପଶିଗଲେ ବନ୍ଧୁକଧାରୀ

ଟେଲିଭିଜନରେ ଲାଇଭ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭିତରେ ପଶିଲେ ବନ୍ଧୁକଧାରୀ ଆତତାୟୀ। ଏହାପରେ ସେମାନେ ମାରି ଦେବାର ଧମକ ଦେଇ ସେଠାରେ ଉପସ୍ଥିତ କର୍ମଚାରୀ ଓ ସାଧାରଣ ଲୋକଙ୍କ ହାତ ବାନ୍ଧି ତଳେ ପକାଇ ଦେଇଥିଲେ।

Gun

Gun

Advertisment

ଟେଲିଭିଜନରେ ଲାଇଭ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭିତରେ ପଶିଲେ ବନ୍ଧୁକଧାରୀ ଆତତାୟୀ। ଏହାପରେ ସେମାନେ ମାରି ଦେବାର ଧମକ ଦେଇ ସେଠାରେ ଉପସ୍ଥିତ କର୍ମଚାରୀ ଓ ସାଧାରଣ ଲୋକଙ୍କ ହାତ ବାନ୍ଧି ତଳେ ପକାଇ ଦେଇଥିଲେ। ପ୍ରାୟ ଅଧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଲା ଏପରି ଦମନଲୀଳା। ଏପରି ଏକ ଲୋମଟାଙ୍କୁରା ଘଟଣା ଇକ୍ୱାଡୋରର ଗୁଆୟାକିଲ ସହରସ୍ଥିତ ଟିସି ଟେଲିଭିଜନ କାର୍ଯ୍ୟାଳୟ ପରିସରରେ ଗତକାଲି ଘଟିଛି।

Advertisment

ଏକଦା ବିଶ୍ୱର ସବୁଠୁ ଶାନ୍ତିପ୍ରିୟ ଦେଶ ଥିବା ଇକ୍ୱାଡୋରରେ ଏବେ ଅରାଜକତା ବ୍ୟାପିବାରେ ଲାଗିଛି। ଦେଶରେ ନିଶା କାରବାର ଓ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ସୋମାର ଦେଶର କୁଖ୍ୟାତ ଅପରାଧି ଓଡୋଲଫୋ ମୈଶିୟାସ ଜେଲ୍‌ ଡେଇଁ ଫେରାର ହୋଇ ଯାଇଛି। ଫଳରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି।

ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ୩୬ ବର୍ଷୀୟ ରାଷ୍ଟ୍ରପତି ଡେନିୟଲ ନୋବୋଆ ୬୦ ଦିନ ପାଇଁ ସମଗ୍ର ଦେଶରେ ଏମରଜେନ୍ସ ଓ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି।

Advertisment

ଏହାପରେ ଗତକାଲି କିଛି ବନ୍ଧୁକଧାରୀ ଆତତାୟୀ ଟିସି ଟେଲିଭିଜନରେ ଲାଇଭ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଭିତରେ ପ୍ରବେଶ କରିଥିଲେ। ସେମାନେ ଷ୍ଟୁଡିଓ ଭିତରେ ଲୋକଙ୍କୁ ଭୟଭିତ କରୁଥିବା ଦେଖିବାକୁ ମିଳିଥିଲ। କିଛି ସମୟ ମଧ୍ୟରେ ଷ୍ଟୁଡିଓ ଭିତରେ ଗୁଳି ଶବ୍ଦ ସହ ଲୋକଙ୍କ ଚିତ୍କାର ବି ଶୁଣିବାକୁ ମିଳୁଥିଲା। ତେବେ ଏଥିରେ କେତେଜଣ ମୃତାହତ ଓ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ।

ପ୍ରାୟ ୩୦ ମିନିଟ୍‌ ଧରି ଷ୍ଟୁଡିଓ ଭିତରେ ଅରାଜକତା ଚାଲିଥିବା ବେଳେ ପୁଲିସ୍‌ ଅଧିକାରୀ ଷ୍ଟୁଡିଓ ଭିତରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଇତି ମଧ୍ୟରେ ଜଣେ ଆହତ ହୋଇଥିବା ଶୁଣିବାକୁ ମିଳିଥିଲା। ତେବେ କିଛି ସମୟ ପରେ ଅନ୍ୟ ଏକ ଚ୍ୟାନେଲରେ ଉକ୍ତ ଟେଲିଭିଜନ କାର୍ଯ୍ୟାଳୟ ବାହାରେ ପୁଲିସ୍‌ ପଇଁତରା ମାରୁଥିବା ଦେଖିବାକୁ ମିଳୁଥିଲା।

ନୋବୋଆଙ୍କ ଦ୍ୱାରା ଦେଶରେ ୬୦ ଦିନ ପର୍ଯ୍ୟନ୍ତ ଏମରଜେନ୍ସି ଓ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁର ପ୍ରତିବାଦରରେ ଅପରାଧିଙ୍କ ପକ୍ଷରୁ ବହୁ ପୁଲିସ୍‌ କର୍ମୀଙ୍କୁ ଅପହରଣ କରାଯାଉଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଖବର ଶୁଣିବାକୁ ମିଳୁଛି। ଇତି ମଧ୍ୟରେ ୭ ପୁଲିସ୍‌ ଅଧିକାରୀଙ୍କ ଅପହରଣ ହୋଇଥିବା ସୂଚନା ମିଳୁଛି। ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କୁ ବନ୍ଧୁକ ମୁନରେ ଆଣ୍ଠେଇ ଆତଙ୍କବାଦୀମାନେ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରୁଛନ୍ତି।

ଏକଦା ବିଶ୍ୱର ସବୁଠୁ ଶାନ୍ତିପ୍ରିୟ ଦେଶ ଥିବା ଇକ୍ୱାଡୋରରେ ଏବେ ଅରାଜକତା ବ୍ୟାପିବାରେ ଲାଗିଛି। ଦେଶରେ ନିଶା କାରବାର ବଢ଼ିବାରେ ଲାଗିଛି। ଏଥିରେ ରୋକ ଲଗାଇବାକୁ ଓ ସମସ୍ତ ଅପରାଧିଙ୍କୁ ଖୋଜି ବାହାର କରିବାକୁ ୩୬ ବର୍ଷୀୟ ରାଷ୍ଟ୍ରପତି ଦେଶରେ ଏମରଜେନ୍ସି ଲାଗୁ କରିଛନ୍ତି।

Bullets & Guns
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe