Advertisment

କୋର୍ଟ ବିଲଡିଂ ଉପରେ ଆତଙ୍କବାଦୀ ହମଲା, ୮ ମୃତ

କୋର୍ଟ ବିଲଡିଂରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣ ସାଧାରଣ ଲୋକ ଓ ୩ ଜଣ ଆତଙ୍କୀବାଦୀ।

Iran

Iran

Advertisment

ଦକ୍ଷିଣପୂର୍ବ ଇରାନର ଜାହେଦାନ ସହରରେ ଥିବା ଗୋଟିଏ ନ୍ୟାୟପାଳିକା କେନ୍ଦ୍ର ବା କୋର୍ଟ ହାଉସ ବିଲଡିଂ ଉପରେ ଆଜି ଆତଙ୍କବାଦୀ ହମଲା ହୋଇଛି। ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଆକ୍ରମଣରେ ସାମିଲ ଥିବା ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି।

Advertisment

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୋର୍ଟ ବିଲଡିଂରେ ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣ ସାଧାରଣ ଲୋକ ଓ ୩ ଜଣ ଆତଙ୍କୀବାଦୀ। ରିପୋର୍ଟରେ କୁହାଯାଇଛି ଯେ ୩ ଜଣ ଯାକ ଆତଙ୍କବାଦୀ ସାଧାରଣ ଲୋକଙ୍କ ଭଳି ବିଲଡିଂରେ ପ୍ରବେଶ କରତଥିଲେ। ଏହାପରେ କେହି କିଛି ବୁଝିବା ଆଗରୁ ଆଖି ବୁଜା ଗୁଳି କରିଥିଲେ।

ସେମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଗୁଳି ମାଡ଼ କରିବା ସହ ବିଲଡିଂକୁ ନିଜୟ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିଲା।

Advertisment

ପାକିସ୍ତାନ ଭିତ୍ତିକ ଆତଙ୍କାବାଦୀ ସଂଗଠନ ଜୈଶ ଅଲ ଅଦଲ ଘଟଣା ପାଇଁ ନିଜକୁ ଦାୟୀ କରିଛି। ପାକିସ୍ତାନ ସହ ଏହି ସଂଗଠନ ଇରାନରେ ମଧ୍ୟ ସକ୍ରିୟ ରହିଛି।

Terror Attack Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe