Advertisment

୧୩ ହଜାରରେ କିଣିଥିଲେ ୩୬ କୋଟିରେ ବିକିଲେ ମାସ୍କ

ଧରାପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ମାମଲା।

author-image
Madhupriya Mistry
Mask

Mask

ଚର୍ଚ୍ଚାରେ ଦାମୀ ମାସ୍କ। ଏକ ପାରମ୍ପରିକ ଗିବନ୍‌ ମାସ୍କକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା। ୧୩ ହଜାର ଟଙ୍କାରେ ଏହି ମାସ୍କକୁ କିଣି ୩୬ କୋଟି ଟଙ୍କାରେ ବିକିଦେଲେ ବ୍ୟକ୍ତି। ଧରାପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ମାମଲା।

Advertisment

ଗିବନ ମାସ୍କ ବା ଆଫ୍ରିକାନ ଫେସ୍‌ ମାସ୍କ। ଆଫ୍ରିକୀୟ ଦେଶରେ ଏହି ମାସ୍କର ରହିଛି ବେଶ୍‌ ଚାହିଦା। ବିଶେଷ କରି ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ଏହି ମାସ୍କୁ ସେଠାକାର ଲୋକେ ବ୍ୟବହାର କରନ୍ତି। ନିକଟରେ ଏଭଳି ଏକ ମାସ୍କକୁ ଫ୍ରାନ୍ସର ନିମ୍ସରେ ରହୁଥିବା ବୟସ୍କ ଦମ୍ପତ୍ତି ଜଣେ ଆର୍ଟ ଡିଲର୍‌ଙ୍କ ବିକ୍ରି କରିଛନ୍ତି।

ପ୍ରକୃତରେ ସେମାନେ ୨୦୨୧ରେ ନିଜ ଘର ଖାଲି କରିଥିଲେ। ଏହି ସମୟ ତାଙ୍କ ଘରେ ଥିବା ଏନ୍‌ଗିଲ ତଥା ଏହି ଆଫ୍ରିକାନ୍‌ ଗିବନ୍‌ ମାସ୍କକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦମ୍ପତ୍ତି ଏହି ମାସ୍କକୁ ମିଷ୍ଟର ଜେଡ୍‌ ନାମକ ଜଣେ ପ୍ରଖ୍ୟାତ ଆର୍ଟ ଡିଲର୍‌ଙ୍କୁ ୧୩,୨୦୮ ଟଙ୍କାରେ ବିକ୍ରି କରିଥିଲେ। ତେବେ ଡିଲର ଜଣକ ଏହି ମାସ୍କକୁ କିଣିବା ପରେ ୩୬ କୋଟି (୩୬,୮୬, ୧୭୩୨୦)ରେ ନିଲାମ କରିଦେଇଥିଲେ।

Advertisment

ତେବେ ମାସ୍କର ଦାମ୍‌ ଏତେ ଟଙ୍କା ହେବା ଜାଣିବା ପରେ ଉକ୍ତ ବୟସ୍କ ଦମ୍ପତ୍ତି ମିଷ୍ଟର୍‌ ଜେଡ୍‌ଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ନିମ୍ସର ଅପିଲିଆ କୋର୍ଟରେ ଏହି ମାମଲାର ବିଚାର ଚାଲିଛି। ଏହି ମାସ୍କଟି ଉନବିଂଶ ଶତାବ୍ଦୀର ଓ ଏହାର ଦୁର୍ଲଭ ବୋଲି ପ୍ରମାଣିତ ହୋଇଛି। ମାମଲା ଶେଷ ହେବା ପର୍ଯ୍ୟନ୍ତ ମାସ୍କ ବିକ୍ରି ଉପରେ କୋର୍ଟ ନିଷେଧାଦେଶ ଜାରି କରିଛନ୍ତି।

Mask Elderly Couple