Advertisment

ପୁଣି ଥରେ ବିଶ୍ୱର ୧ନଂ ଧନୀ ହେଲେ ମସ୍କ; ଜାଣନ୍ତୁ, କିଏ ପଛେଇ ଗଲେ?

ପୁଣି ଥରେ ବିଶ୍ୱର ଧନୀ ତାଲିକାର ୧ ନଂ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ଏଲନ ମସ୍କ । ଟେସଲା, ସ୍ପେଶଏକ୍ସ ତଥା ଟ୍ୱିଟର ମାଲିକ ଏଲନ ମସ୍କ ଏହି ରେସ୍‌ରେ ଫ୍ରାନ୍ସର ଉଦ୍ୟୋଗପତି ତଥା ଲୁଇ ଭ୍ୟୁଟନ ସିଇଓ ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Elon Musk

Elon Musk

ପୁଣି ଥରେ ବିଶ୍ୱର ଧନୀ ତାଲିକାର ୧ନଂ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ଏଲନ ମସ୍କ । ଟେସଲା, ସ୍ପେଶଏକ୍ସ ତଥା ଟ୍ୱିଟର ମାଲିକ ଏଲନ ମସ୍କ ଏହି ରେସ୍‌ରେ ଫ୍ରାନ୍ସର ଉଦ୍ୟୋଗପତି ତଥା ଲୁଇ ଭ୍ୟୁଟନ ସିଇଓ ବର୍ନାର୍ଡ ଆର୍ନାଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି।

Advertisment

୧୯୨ ଅରବ ଡଲାର ମୂଲ୍ୟର ସମ୍ପତ୍ତି ସହ ମସ୍କ ଅବରପତି ଲିଷ୍ଟରେ ୧ନଂ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି। ଅପରପକ୍ଷେ, ବର୍ନାର୍ଡ ଆର୍ନାଲ୍ଟ ଏବେ ୧୮୭ ଡଲାର ସମ୍ପତ୍ତି ସହ ଦୁଇ ନଂ ସ୍ଥାନକୁ ଖସି ଆସିଛନ୍ତି।

ଗତ ବର୍ଷ ଡିସେମ୍ବରରେ ଫ୍ରାନ୍ସର ଉଦ୍ୟୋଗପତି ତଥା ଲୁଇ ଭ୍ୟୁଟନ ସିଇଓ ବର୍ନାର୍ଡ ଆର୍ନାଲ୍ଟ ଶୀର୍ଷ ସ୍ଥାନରେ ରହିଥିଲେ। ଏବେ ଏଲନ ମସ୍କ ତାଙ୍କ ରେକର୍ଡକୁ କାଟିଛନ୍ତି। ବ୍ଲୁମବର୍ଗ ଅନୁଯାୟୀ, ମସ୍କଙ୍କ ନେଟୱର୍ଥ ୧.୯୮ ଡଲାର ବଢ଼ିବାରୁ ଏହା ସମ୍ଭବ ହୋଇ ପାରିଛି। ଏବେ ମସ୍କଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୯୨ ଡଲାରରେ ପହଞ୍ଚିଛି ।

Advertisment

ଅପରପକ୍ଷେ, ବର୍ନାର୍ଡ ଆର୍ନାଲ୍ଟଙ୍କ ବିଜନେସରେ ୫.୩୫ ଅବର ଡଲାରର କ୍ଷତି ହୋଇଥିଲା। ଏହା ମସ୍କଙ୍କୁ ୧ ନଂ ସ୍ଥାନରେ ପହଞ୍ଚାଇବାକୁ ସହାୟକ ହୋଇଥିଲ। ଏବେ ବର୍ନାର୍ଡ ଆର୍ନାଲ୍ଟଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୮୭ ଅରବ ଡଲାରରେ ପହଞ୍ଚିଛି। ଏହା ସହ ସେ ଏବେ ଦୁନିଆର ୨ ନଂ ଧନୀ ବ୍ୟକ୍ତି ହେବାରେ ସକ୍ଷମ ହୋଇଛନ୍ତି।

ଗତ କିଛି ଦିନ ମଧ୍ୟରେ ବର୍ନାର୍ଡ ଆର୍ନାଲ୍ଟଙ୍କ ନେଟୱର୍ଥ ଦ୍ରୁତ ଗତିରେ ହ୍ରାସ ପାଇବାକୁ ଲାଗିଲା। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ହଠାତ୍‌ ତାଙ୍କ ସମ୍ପତ୍ତି ୯୨ ହଜାର କୋଟି ଖସିଗଲା। ଫଳରେ ତାଙ୍କ ସମ୍ପତ୍ତି ୨ଶହ ଅରବ ଡଲାର ତଳେ ପହଞ୍ଚିଗଲା। ଫଳରେ ତାଙ୍କ ନିକଟରୁ ବିଶ୍ୱର ଏକ ନଂ ଧନୀ ହେବାର ଆସନ ଖସିଗଲା ।

୧୪୪ ଡଲାର ସମ୍ପତ୍ତି ସହ ଧନୀ ତାଲିକାର ତୃତୀୟ ସ୍ଥାନରେ ଆମାଜନର ଜେଫ ବେଜୋସ ସହ ରହିଛନ୍ତି। ଚତୁର୍ଥ ସ୍ଥାନରେ ୧୨୫ ଡଲାର ସହ ମାଇକ୍ରୋସଫ୍ଟ ମାଲିକ ବିଲ୍‌ ଗେଟସ୍‌ ରହିଛନ୍ତି। ପଞ୍ଚମ ସ୍ଥାନରେ ୧୧୮ ଡଲାର ନେଟୱର୍ଥ ସହ ଲେରି ଏଲିସନଙ୍କ ନାମ ରହିଛି। ଏହି ତାଲିକାରେ କେହି ଭାରତୀୟ ନ ଥିବା ଜଣାଯାଇଛି। 

Elon Musk Richest Person