Advertisment

Elon Musk: ବିଶ୍ୱର କ୍ଷମତା କେନ୍ଦ୍ର ଭାରତ, ଚୀନ୍ ହାତକୁ ଯାଉଛି: ମସ୍କ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ନିର୍ବାଚନ ବେଳେ ଭଲ ସଂପର୍କ ଓ ପରେ ବିଗିଡ଼ାଯାଇଥିବା ସଂପର୍କକୁ ଦେଖିଲେ, ଟ୍ରମ୍ପଙ୍କୁ ଲକ୍ଷ୍ୟ କରି ମସ୍କ ଏଭଳି ସଙ୍କେତ ଦେଇଥିବା ମନେ ହେଉଛି।

Elon-Musk

ଏଲନ ମସ୍କ

Advertisment

ଭାରତ ଓ ଚୀନର ଅର୍ଥନୀତି ଏବେ ଘୋଡ଼ା ଭଳି ଆଗକୁ ଦୌଡ଼ୁଛି- ଆମେରିକା ପଛରେ ପଡ଼ିଯାଇଛି। ବର୍ତ୍ତମାନ ବିଶ୍ବ ଅର୍ଥନୀତି ଯେତିକି ବଢ଼ୁଛି, ତାକୁ ଦେଖିଲେ ଭାରତ ଓ ଚୀନର ଅବଦାନ ଅଧା ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (IMF)ର ତଥ୍ୟକୁ ଆଧାର କରି ସଙ୍କେତ ଦେଇଛନ୍ତି ଆମେରିକାରେ ରହୁଥିବା ବିଶ୍ବର ସବୁଠାରୁ ଧନୀ ବ୍ୟବସାୟୀ ଇଲନ୍ ମସ୍କ।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ନିର୍ବାଚନ ବେଳେ ଭଲ ସଂପର୍କ ଓ ପରେ ବିଗିଡ଼ାଯାଇଥିବା ସଂପର୍କକୁ ଦେଖିଲେ, ଟ୍ରମ୍ପଙ୍କୁ ଲକ୍ଷ୍ୟ କରି ମସ୍କ ଏଭଳି ସଙ୍କେତ ଦେଇଥିବା ମନେ ହେଉଛି। ମସ୍କଙ୍କ 4 ଶବ୍ଦ ବିଶିଷ୍ଟ ଏହି ପୋଷ୍ଟ ଚର୍ଚ୍ଚାର ଖୋରାକ ଯୋଗାଇଛି। ନିଜର X ପୋଷ୍ଟ ଜରିଆରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (IMF)ର ତଥ୍ୟକୁ ସେୟାର କରି ମସ୍କ ଲେଖିଛନ୍ତି- `The balance of power is changing.’ ଅର୍ଥାତ୍ ଭାରତ ଓ ଚୀନ ଆଗକୁ ବିଶ୍ବର କ୍ଷମତା କେନ୍ଦ୍ର ହେବାକୁ ଯାଉଛନ୍ତି।

IMF ତଥ୍ୟ ଅନୁସାରେ 2026ରେ ‘ବିଶ୍ୱର ବାସ୍ତବ GDP ଅଭିବୃଦ୍ଧିରେ ସର୍ବୋଚ୍ଚ ଅବଦାନ ରଖିଥିବା 10 ଦେଶ’ ତାଲିକାରେ ଭାରତ ଆମେରିକାକୁ ପଛରେ ପକାଇ ଦେଇଛି। ବିଶ୍ୱର ଜିଡିପି ଅଭିବୃଦ୍ଧିରେ ଭାରତର ଅବଦାନ ବା ଅଂଶ 17% ରହିଥିବାବେଳେ, ଆମେରିକାର ଅଂଶ ମାତ୍ର 9.9% ରହିଛି। ଚୀନ ସବୁଠାରୁ ଆଗରେ ରହିଛି। ଚୀନର ଅବଦାନ ରହିଛି 26.6%। ଏଥିରୁ ଜଣାପଡ଼ୁଛି ବିଶ୍ବର ଜିଡିପି ଅଭିବୃଦ୍ଧିରେ ଏସିଆର ଏହି ଦୁଇ ଶକ୍ତି- ଭାରତ ଓ ଚୀନ 43.6% ଅଭିବୃଦ୍ଧି ଆଣୁଛନ୍ତି। ଅର୍ଥାତ୍ ସେମାନଙ୍କର ଅବଦାନ ପ୍ରାୟ ଅଧା ରହିଛି। ବିଶ୍ବ ଅଭିବୃଦ୍ଧିରେ ଜର୍ମାନୀର ଅଂଶ ମାତ୍ର 0.9% ରହିଛି। 

Advertisment

ଭାରତ ଓ ଚୀନ ରପ୍ତାନୀ ଉପରେ ଅଧିକ ନିର୍ଭର କରିବା ଅପେକ୍ଷା ନିଜ ଦେଶର ବଜାର ଉପରେ ଅଧିକ ନିର୍ଭର କରୁଛନ୍ତି। ସେଥିପାଇଁ ସେମାନେ ଅଧିକ ବାହ୍ୟ ଚାପର ବଶବର୍ତ୍ତୀ ହେଉନଥିବା ଦେଖାଯାଉଛି। ସେମାନେ ଅଧିକ ଅଭିବୃଦ୍ଧି ହାସଲ କରିପାରୁଛନ୍ତି।


ଇଲନ୍ ମସ୍କଙ୍କ X ପୋଷ୍ଟ ଉପରେ ମତ ଦେଇ ସାମ୍ବାଦିକ ବିକ୍ରମ ଚନ୍ଦ୍ରା ଲେଖିଛନ୍ତି- ମଣିଷ ସଭ୍ୟତାର ଇତିହାସରେ ପ୍ରାୟ 1800 ମସିହା ପର୍ଯ୍ୟନ୍ତ ବିଶ୍ବରେ ଭାରତ ଓ ଚୀନ ଅଗ୍ରଣୀ ଆର୍ଥିକ ଶକ୍ତି ଥିଲେ। `ଟ୍ରମ୍ପ ପୂର୍ବରୁ ଭାରତକୁ ଏକ ମୃତ ଅର୍ଥନୀତି କହିଥିଲେ। ଏବେ ଏଭଳି ତଥ୍ୟ ଦେଖିଲେ, ହସ ଲାଗୁଛି,’ ଲେଖିଛନ୍ତି ଆଉ ଜଣେ ସାମ୍ବାଦିକ ଅଖିଳେଶ ଶର୍ମା।

ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ

Elon Musk
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe