Advertisment

ପୁଣି ବିଶ୍ୱ ଧନୀ ତାଲିକାର ଟପ୍‌ରେ ଏଲନ୍ ମସ୍କ

୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସି ଯାଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Elon Musk

Elon Musk

ବିଶ୍ୱର ପୁଣି ନମ୍ବର ୱାନ୍ ଧନୀ ପାଲଟିଲେ ଟ୍ୱିଟର୍ ମାଲିକ ଏଲନ୍ ମସ୍କ। ବିଶ୍ୱ ଧନୀ ତାଲିକାର ଟପ୍‌ରେ ସେ ପୁଣି ଥରେ ନିଜ ସ୍ଥାନ ପକ୍କା କରିଛନ୍ତି। ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଡକୁ ସେ ପଛରେ ପକାଇ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିର ମୁକୁଟ ପିନ୍ଧିଛନ୍ତି।  

Advertisment

ବ୍ଲୁମବର୍ଗର ରିପୋର୍ଟ ମୁତାବକ, ୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସି ଯାଇଥିଲେ। ଟେସ୍‌ଲାର ସେୟାର ହ୍ରାସ ପାଇଥିବାରୁ ମସ୍କଙ୍କ ସମ୍ପତ୍ତି ବି ହ୍ରାସ ପାଇଥିଲା। ଫଳରେ ସେ ଆଉ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହୋଇ ରହି ପାରିନଥିଲେ। ତାଙ୍କ ସ୍ଥାନ ଅଧିକାର କରିଥିଲେ ଲୁଇସ୍ ଭୁଇଟନ୍‌ର ସିଇଓ ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଟ। ଏବେ ପ୍ରାୟ ୨ ବର୍ଷ ପରେ ମସ୍କ ପୁଣି ଥରେ ତାଙ୍କ ସ୍ଥିତି ଦୃଢ଼ କରିଛନ୍ତି। ଆଉ ପୁଣି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିର ଆସନ ଅଧିକାର କରିଛନ୍ତି।

ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ଏବେ ୧୮୭ ବିଲିୟନ ଡଲାର୍ ରହିଛି। ବର୍ଷ ଆରମ୍ଭରେ ଟ୍ୱିଟର ମାଲିକଙ୍କ ସମ୍ପତ୍ତି ମୂଲ୍ୟ ୧୩୭ ବିଲିୟନ ଡଲାର ଥିଲା। ସେ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ତାଙ୍କ ପୂର୍ବରୁ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏହି ସ୍ଥାନରେ ରହିଥିଲେ।

Advertisment
Elon Musk Richest Person