Advertisment

୧୧ ପିଲା ଓ ସେମାନଙ୍କ ମା’ମାନଙ୍କୁ ଗୋଟିଏ ଛାତ ତଳେ ରଖିବେ ଏଲନ ମସ୍କ, ୩୫ ନିୟୁତ ଡଲାର ଦେଇ କିଣିଲେ ବଙ୍ଗଳା

ମସ୍କ ୧୪,୪୦୦ ବର୍ଗଫୁଟର ଗୋଟିଏ ବିରାଟ ବଙ୍ଗଳା କିଣିଛନ୍ତି। ଏହାକୁ ଲାଗି ୬ ବେଡ ରୁମ ବିଶିଷ୍ଟ ଆଉ ଏକ ବିଲଡିଂ ରହିଛି।

author-image
Hemant Lenka
Musk

Musk

ବିଶ୍ୱର ୧ନଂ ଧନୀ ଏଲନ ମସ୍କ ନିଜର ଏକାଧିକ ସ୍ତ୍ରୀ ଓ ପିଲାଙ୍କ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ୧୧ ପିଲା ଓ ଏକାଧିକ ପତ୍ନୀଙ୍କୁ ନେଇ ମସ୍କଙ୍କ ପରିବାର ବେଶ ବଡ଼। କିନ୍ତୁ ସମସ୍ତେ ଅଲଗା ଅଲଗା ରହୁଛନ୍ତି। ହେଲେ ଏବେ ସେ ନିଜର ସମସ୍ତ ୧୧ ପିଲା ଓ ସେମାନଙ୍କ ମା’ଙ୍କୁ ଏକାଠି କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ସମସ୍ତଙ୍କୁ ସେ ଗୋଟିଏ ଛାତ ତଳେ ରଖିବେ। ଏଥିପାଇଁ ମସ୍କ ୧୪,୪୦୦ ବର୍ଗଫୁଟର ଗୋଟିଏ ବିରାଟ ବଙ୍ଗଳା କିଣିଛନ୍ତି। ଏହାକୁ ଲାଗି ୬ ବେଡ ରୁମ ବିଶିଷ୍ଟ ଆଉ ଏକ ବିଲଡିଂ ରହିଛି। ଏହି ବଙ୍ଗଳା ପାଇଁ ମସ୍କ ୩୫ ମିଲିୟନ ଡଲାରର ପ୍ରଦାନ କରିଛନ୍ତି। ଟେକ୍ସାସର ଅଷ୍ଟିନ ନିକଟରେ ଏହି ବଙ୍ଗଳାଟି ରହିଛି।

ରାଜକୀୟ ବଙ୍ଗଳାଟି ଏଲନ ମସ୍କଙ୍କ ଟେକ୍ସାସ ସ୍ଥିତ ଘର ଠାରୁ ମାତ୍ର ୧୦ ମିନିଟ ଦୂରରେ ରହିଛି। ସମସ୍ତ ପିଲା ଓ ସେମାନଙ୍କ ମା’ମାନଙ୍କୁ ଏକାଠି ରଖି ସେ ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି। ଏକାଠି ରହିଲେ ପିଲାମାନେ ପରସ୍ପରକୁ ଜାଣିପାରିବେ ଓ ମସ୍କ ମଧ୍ୟ ସେମାନଙ୍କୁ ଗୋଟି ସ୍ଥାନରେ ସମୟ ଦେଇପାରିବେ ବୋଲି ଆଶା ରଖିଛନ୍ତି।

Advertisment

ମସ୍କ ୧୨ଟି ସନ୍ତାନର ବାପା ହୋଇଥିଲେ। କିନ୍ତୁ ପୂର୍ବତନ ପତ୍ନୀ ଜଷ୍ଟିନ ମସ୍କଙ୍କ ଠାରୁ ଜନ୍ମିତ ଗୋଟିଏ ପିଲା ୧୦ ସପ୍ତାହ ବୟସରେ ପ୍ରାଣ ହରାଇଛି। ଏବେ ମସ୍କ ୧୧ ଜଣ ପିଲାଙ୍କ ବାପା।

୨୦୦୮ରେ ଜଷ୍ଟିନ ଓ ମସ୍କ ଆଇଭିଏଫ ଦ୍ୱାରା ୫ ସନ୍ତାନର ବାପା ମା’ ହୋଇଥିଲେ। ଏହାପରେ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲେ। ଏହାପରେ ବ୍ରିଟିଶ ଅଭିନେତ୍ରୀ ତାଲୁଲା ରିଲେଙ୍କ ସହ ମସ୍କ ସମ୍ପର୍କ ରଖିଥିଲେ। ଏହି ଅଭିନେତ୍ରୀଙ୍କୁ ମସ୍କ ଦୁଇ ଥର ବିବାହ କରି ଛାଡ଼ପତ୍ର ଦେଇଛନ୍ତି। ତେବେ ସେମାନଙ୍କର କୌଣସି ସନ୍ତାନ ନାହାନ୍ତି।

୨୦୨୦ ଓ ୨୦୨୨ ମଧ୍ୟରେ ମସ୍କ ଆଉ ୩ ସନ୍ତାନର ବାପା ହୋଇଥିଲେ। କାନାଡିୟ ପପଷ୍ଟାର୍ ଗ୍ରିମସ ହେଉଛନ୍ତି ଏମାନଙ୍କର ମା’। ନ୍ୟୁରାଲିଙ୍କ କମ୍ପାନୀର ନିର୍ଦ୍ଦେଶକ ଶିଭୋନ ଜିଲିସ ଏଲନ ମସ୍କଙ୍କ ୧୨ତମ ସନ୍ତାନର ମା ହୋଇଥିଲେ।

ଜିଲିସ୍ ଓ ମସ୍କ ୩ଟି ସନ୍ତାନର ବାପାମାଆ। ୨୦୨୧ରେ ଜିଲିସ୍ ଜାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ତାଙ୍କର ଆଉ ଏକ ସନ୍ତାନ ଜନ୍ମ ନେଇଥିଲେ। କିନ୍ତୁ ଏନେଇ ଉଭୟ ଦମ୍ପତି ସର୍ବସାଧାରଣରେ କୌଣସି ଘୋଷଣା କରି ନଥିଲେ।

ଜିଲିସ ୨୦୨୧ରେ ଜାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଏ ବାବଦରେ ୨୦୨୨ରେ ମସ୍କ ସୂଚନା ଦେଇଥିଲେ। ଏଲନ୍ ମସ୍କ ବର୍ତ୍ତମାନ ୧୧ ପିଲାଙ୍କ ପିତା, ସେମାନଙ୍କ ମଧ୍ୟରୁ ୬ ଜଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଜନ୍ମ ହୋଇଛନ୍ତି। ଏହି ଛଅ ଜଣ ପିଲାଙ୍କ ମଧ୍ୟରୁ ତିନିଜଣଙ୍କ ମାଆ ହେଉଛନ୍ତି ତାଙ୍କ ଗ୍ରିମସ। ପ୍ରଥମ ପତ୍ନୀ ଜଷ୍ଟିନଙ୍କ ସହ ମସ୍କଙ୍କର ପାଞ୍ଚଟି ସନ୍ତାନ ଅଛନ୍ତି। ଆଉ ୩ ପିଲା ଜିଲିସଙ୍କ ଠାରୁ ଜନ୍ମ ନେଇଛନ୍ତି। ଜଣଙ୍କୁ ଛାଡ଼ି ଏବେ ସମସ୍ତ ୧୧ ପିଲା ଓ ସେମାନଙ୍କ ମା’ ମାନଙ୍କୁ ମସ୍କ ଗୋଟିଏ ବଙ୍ଗଳାରେ ରଖିବାକୁ ଚାହୁଁଛନ୍ତି।

Elon Musk Tesla