Advertisment

ଟ୍ରମ୍ପ ସରକାରରୁ ଓହରିଲେ ଏଲନ ମସ୍କ

ଟ୍ରମ୍ପ ପ୍ରଶାସନର ଆର୍ଥିକ କାରବାର କଥା ମସ୍କ ଓ ତାଙ୍କ ଅଧୀନରେ ଥିବା ଅଧିକାରୀମାନେ ବୁଝୁଥିଲେ।

ଅଦ୍ୟତନ ହୋଇଛି
Musk

Musk

Advertisment

ବିଶ୍ୱର ୧ ନଂ ଧନୀ ତଥା ସ୍ପେଶ ଓ ଟେକ୍ନୋଲୋଜି ଦୁନିଆର ଚର୍ଚ୍ଚିତ ଚେହେରା ଏଲନ ମସ୍କ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରୁ ଓହରି ଯାଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ମସ୍କ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ବା ଡିଓଜିଇର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଟ୍ରମ୍ପ ପ୍ରଶାସନର ଆର୍ଥିକ କାରବାର କଥା ମସ୍କ ଓ ତାଙ୍କ ଅଧୀନରେ ଥିବା ଅଧିକାରୀମାନେ ବୁଝୁଥିଲେ।

Advertisment

ହେଲେ ଏବେ ଟ୍ରମ୍ପ ସରକାରରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇ ଥିବା ଆଜି ମସ୍କ ଘୋଷଣା କରିଛନ୍ତି। ଏଥିସହ ଅନାବଶ୍ୟକ ଖର୍ଚ୍ଚ କମ କରିବା କ୍ଷେତ୍ରରେ କାମ କରିବା ପାଇଁ ଟ୍ରମ୍ପ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ମସ୍କ କହିଛନ୍ତି, ଡଓଜିଇର ମିଶନ ସମୟକ୍ରମେ ମଜବୁତ ହେବ ଓ ସରକାରରେ ଏହା ଜୀବନର ଗୋଟିଏ ତରିକା ବନିଯିବ। ସରକାରରୁ ଓହରିବା ସମ୍ପର୍କରେ ଘୋଷଣା କରିବାର ଦିନକୁ ପୂର୍ବରୁ ମସ୍କ ସର୍ବସମ୍ମୁଖରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଥମଥର ପାଇଁ ସମାଲୋଚନା କରିଥିଲେ।

Advertisment

ସେ କହିଥିଲେ ଯେ “ରାଷ୍ଟ୍ରପତିଙ୍କ ଦସ୍ତଖତ ଥିବା ‘ବଡ଼, ସୁନ୍ଦର’ ବ୍ୟୟ ବିଧେୟକ ବଜେଟ ନିଅଣ୍ଟକୁ ବୃଦ୍ଧି କରିବା ସହ ଡିଓଜିଇ ଟିମର କାମକୁ ଦୁର୍ବଳ କରୁଛି। ଗୋଟିଏ ବିଲ ବଡ଼ ହୋଇପାରେ କିମ୍ବା ସୁନ୍ଦର ହୋଇପାରେ। କିନ୍ତୁ ମୁଁ ଜାଣିନାହିଁ ଯେ ଏଇ ଦୁଇଟି ଯାକ ଠିକ କିମ୍ବା ଭୁଲ। ଏହା ମୋର ବ୍ୟକ୍ତିଗତ ମତ।”

ଟ୍ରମ୍ପଙ୍କ ୨୦୨୪ ନିର୍ବାଚନ ପ୍ରଚାରରେ ମସ୍କ ସବୁଠାରୁ ଅଧିକ ଅର୍ଥ ଦାନ କରିଥିଲେ। ସେ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିବା ସହ ବିଜୟ ପରେ ଅନୁଷ୍ଠିତ ଶପଥ ପାଠ ଉତ୍ସବରେ ମଧ୍ୟ ଷ୍ଟେଜରେ ଉପସ୍ଥିତ ରହିଥିଲେ। ଟ୍ରମ୍ପ ମଧ୍ୟ ନିଜ ବିଜୟୀ ଭାଷଣରେ ମସ୍କଙ୍କୁ ପ୍ରଶଂସା କରିଥିଲେ। ତାଙ୍କୁ ସେ ଜଣେ ଷ୍ଟାରର ଜନ୍ମ ହୋଇଥିବା କହିଥିଲେ।

ମସ୍କ ଡିଓଜିଇରେ ମୁଖ୍ୟ ହେବା ପରେ କଷ୍ଟ କଟିଂ ଓ ସପ୍ତାହକୁ ୮୦ ଘଣ୍ଟା କାମ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଅନେକ ଲୋକଙ୍କୁ ସରକାରୀ ପେରୋଲରୁ ସେ ହଟାଇଥିଲେ ଓ ଏକାଧିକ ବିଭାଗରୁ ସଙ୍କୁଚିତ କିମ୍ବା ବନ୍ଦ କରିଥିଲେ। ଟ୍ରମ୍ପଙ୍କ ଅନ୍ୟ ପ୍ରମୁଖ ଅଧିକାରୀଙ୍କୁ ମଧ୍ୟ ଟେସଲା ମୁଖ୍ୟ ମସ୍କ ଆଦୌ ଖାତିର କରି ନଥିଲେ। ସେ ମନ ଇଚ୍ଛା ଖର୍ଚ୍ଚକୁ କାଣ୍ଟଛାଣ୍ଟ କରିଥିଲେ।

କିନ୍ତୁ ଏପ୍ରିଲ ମାସ ଶେଷ ବେଳକୁ ଗୋଟିଏ ସାକ୍ଷାତକାରରେ ମସ୍କ ପଛ ଘୁଞ୍ଚା ଦେଉଥିବା କଥା କହିଥିଲେ। ସେ କହିଥିଲେ ଯେ ଡିଓଜିଇ ଅସନ୍ତୋଷର କେନ୍ଦ୍ରବିନ୍ଦୁ ପାଲଟିଛି। ଡିଓଜିଇରେ ଥିବା ସମୟରେ ସେ ତାଙ୍କର ସମସ୍ତ ଲକ୍ଷ୍ୟକୁ ପୂରଣ କରି ନଥିବା ମଧ୍ୟ ସ୍ୱୀକାର କରିଥିଲେ। ସେ ମନଇଚ୍ଛା ଆଇନ ବାହାରେ କାମ କରୁଥିବାରୁ ତାଙ୍କ ବିରୋଧରେ ଏକାଧିକ ମାମଲା ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା।

USA Elon Musk Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe