Advertisment

ମସ୍କଙ୍କ ଚେୟାର୍‌ରେ କୁକୁର, ସମ୍ଭାଳିବ ଟ୍ୱିଟର୍‌!

ଟ୍ୱିଟର ସମ୍ଭାଳିବ ତାଙ୍କ ପୋଷା କୁକୁର ଫ୍ଲୋକି। ମସ୍କଙ୍କ ସ୍ଥାନରେ ସେ ସିଇଓ ଚୌକିରେ ବସିବ।

Twitter New CEO

Twitter New CEO

Advertisment

ଏଥର ଏଲନ୍ ମସ୍କ ନୁହେଁ ତାଙ୍କ ସ୍ଥାନ ନେବ କୁକୁର। ଟ୍ୱିଟର୍‌ର ନୂଆ ସିଇଓଙ୍କ ନାଁ ଘୋଷଣା କରିଛନ୍ତି ଏଲନ୍ ମସ୍କ। ଟ୍ୱିଟର ସମ୍ଭାଳିବ ତାଙ୍କ ପୋଷା କୁକୁର ଫ୍ଲୋକି। ମସ୍କଙ୍କ ସ୍ଥାନରେ ସେ ସିଇଓ ଚୌକିରେ ବସିବ।

Advertisment

ଟ୍ୱିଟର କିଣିବା ପରେ ଏଲନ ମସ୍କ ଲଗାତର ଭାବେ ଏଥିରେ ପରିବର୍ତ୍ତନ କରିବାରେ ଲାଗିପଡିଛନ୍ତି। ସେ ପୂର୍ବରୁ ଟ୍ୱିଟରର ନୂଆ ସିଇଓ ସନ୍ଧାନରେ ଲାଗିପଡିଥିବା କହିଥିଲେ। ଅର୍ଥାତ ସେ ସିଇଓ ପଦ ଛାଡିବାକୁ ଚାହୁଁଥିବା ନେଇ ହିଣ୍ଟ ଦେଇଥିଲେ। ଏବେ ସେ ଟ୍ୱିଟର୍‌ର ନୂଆ ସିଇଓଙ୍କ ନାଁ ଘୋଷଣା କରିଛନ୍ତି। ସେ ହେଉଛନ୍ତି ମସ୍କଙ୍କ ପୋଷା କୁକୁର ଫ୍ଲୋକି। ଏନେଇ ସେ ଟ୍ୱିଟ୍ କରି ସମସ୍ତଙ୍କୁ ସୂଚନା ଦେଇଛନ୍ତି। 

ସିଇଓ ଚୌକିରେ ବସିଥିବା ନିଜ ପୋଷା କୁକୁରର ଫଟୋକୁ ପୋଷ୍ଟ କରି ମସ୍କ କ୍ୟାପସନରେ ଲେଖିଛନ୍ତି, ଟ୍ୱିଟର୍‌ର ନୂଆ ସିଇଓ ବେଶ୍ ମଜାଦାର। ମଣିଷ ଠାରୁ ବେଶ୍ ଭଲ ହେଉଛି କୁକୁର। ଏଥିସହ ସେ ନିଜ କୁକୁରକୁ ପ୍ରଶଂସା ମଧ୍ୟ କରିଛନ୍ତି।

Advertisment

ମସ୍କଙ୍କ ଏହି ଫଟୋରେ ଏବେ ଭିନ୍ନ ଭିନ୍ନ କମେଣ୍ଟ ଆସିବାରେ ଲାଗିଛି। ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷରୁ ଅଧିକ ଲାଇକ୍ସ ମଧ୍ୟ ମିଳିସାରିଲାଣି।  ଅଧିକାଂଶ ୟୁଜର୍ସ ମସ୍କଙ୍କ ଏହି ଫଟୋକୁ ଏକ ଜୋକ୍ ବୋଲି ଭାବୁଛନ୍ତି। 

ମସ୍କ ନିଜ କୁକୁରର ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ସେ କ୍ୟାବିନ ଭିତରେ ସିଇଓ ଚୌକିରେ ବସିଥିବା ନଜର ଆସିଛି। ଏଥିସହ ଫ୍ଲୋକି କଳା ରଙ୍ଗର ସ୍ୱେଟର୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ସ୍ୱେଟର୍‌ରେ ସିଇଓ ମଧ୍ୟ ଲେଖା ଅଛି। କୁକୁର ସାମ୍ନାରେ କମ୍ପାନୀର କିଛି ଡକ୍ୟୁମେଣ୍ଟ ରଖାଯାଇଛି। ଏହା ଉପରେ କୁକୁର ପଞ୍ଝା ଚିହ୍ନ ମଧ୍ୟ ଥିବା ଦେଖିବାକୁ ମିଳିଛି।  

ମସ୍କ ୪୪ ବିଲିଅନ ଡଲାର ଦେଇ ଟ୍ୱିଟରକୁ କିଣିବା ପରେ ଏଥିରେ ଅନେକ ପରିବର୍ତ୍ତନ କରିଥିଲେ। ପୂର୍ବତନ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ଅନେକ ଲୋକଙ୍କୁ ଟ୍ୱିଟରରୁ ସେ ବାହାର କରିଥିଲେ। 

Elon Musk Twitter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe