Advertisment

ଚୀନ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଲେ ଏଲନ ମସ୍କ, ନିକଟରେ ଭାରତ ଗସ୍ତ ବାତିଲ କରିଥିଲେ

ଚୀନ୍ ସରକାରର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଲି କିଆଙ୍ଗଙ୍କୁ ଭେଟିଛନ୍ତି ଏଲନ ମସ୍କ।

ଅଦ୍ୟତନ ହୋଇଛି
Elon Musk & Li Qiang

Elon Musk & Li Qiang

Advertisment

ଭାରତ ଗସ୍ତ ବାତିଲ ମଧ୍ୟରେ ଚୀନ ଯାତ୍ରା କରିଛନ୍ତି ବିଶ୍ୱର ଅରବପତି ତଥା ଟେସଲା ସିଇଓ ଏଲନ ମସ୍କ। ଗତକାଲି ସେ ଅଚାନକ ବେଜିଂରେ ପହଞ୍ଚି ପ୍ରିମିୟର (ଚୀନ୍ ସରକାରର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ) ଲି କିଆଙ୍ଗଙ୍କୁ ଭେଟିଛନ୍ତି। ଏନେଇ ଚୀନ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ସୂଚନା ମିଳିଛି।

Advertisment

ଚୀନ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଏଲନ ମସ୍କ ବେଜିଂରେ ଲି କିଆଙ୍ଗଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଦୁଇ ଦେଶର ଅର୍ଥନୈତିକ ଏବଂ ବାଣିଜ୍ୟିକ ସହଯୋଗ ବାବଦରେ ଆଲୋଚନା ହୋଇଛି।

ଏହି ଅବସରରେ କିଆଙ୍ଗ ମସ୍କଙ୍କୁ କହିଛନ୍ତି, ଚୀନରେ ଟେସଲାର ବିକାଶ ଆମେରିକା ଓ ଚୀନ ମଧ୍ୟରେ ଥିବା ଅର୍ଥନୈତିକ ଓ ବାଣିଜ୍ୟିକ ସହଯୋଗର ମୂଲ୍ୟବୋଧକୁ ପ୍ରତିପାଦନ କରୁଛି। ମସ୍କ ମଧ୍ୟ ରାଷ୍ଟ୍ର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି। 

Advertisment

କିଆଙ୍ଗଙ୍କ ସହ ସାକ୍ଷାତ ସମୟର ଫଟୋ ଶେଆର କରିଛନ୍ତି ଏଲନ ମସ୍କ। ଏକ୍ସରେ ଫଟୋ ପୋଷ୍ଟ କରି ମସ୍କ କହିଛନ୍ତି, ପ୍ରିମିୟର ଲି କିଆଙ୍ଗଙ୍କୁ ଭେଟି ନିଜକୁ ସମ୍ମାନସ୍ପଦ ମନେ କରୁଛି। ଆମେ ପରସ୍ପରକୁ ଅନେକ ବର୍ଷ ପୂର୍ବରୁ ଜାଣିଛୁ, ସଙ୍ଘାଇ ଆରମ୍ଭ ହେବା ଦିନଠାରୁ। 

ପ୍ରକାଶ ଥାଉକି, ଏପ୍ରିଲ ୨୧ ଓ ୨୨ରେ ଏଲନ ମସ୍କ ଦୁଇ ଦିନିଆ ଭାରତ ଗସ୍ତରେ ଆସିବାର ଥିଲା। ସେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥାନ୍ତେ। କିନ୍ତୁ ଅଚାନକ ଗୋଟିଏ ଦିନ ପୂର୍ବରୁ ବ୍ୟକ୍ତିଗତ କାର୍ଯ୍ୟ ଥିବା ଦର୍ଶାଇ ଗସ୍ତକୁ ବାତିଲ କରିଥିଲେ ମସ୍କ। 

Elon Musk Li Qiang Chinese Premier
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe