Advertisment

ଭାରତ ଆସିବେନି ଏଲନ ମସ୍କ, ଗସ୍ତ ବାତିଲ

ଏପ୍ରିଲ ୨୧ ଏବଂ ୨୨ ତାରିଖରେ ଏଲନ୍ ମସ୍କ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା।

Musk and Modi

Musk and Modi

Advertisment

ଆସନ୍ତାକାଲି ଭାରତ ଆସିବେନି ବିଶ୍ୱର ସବୁଠୁ ଧନୀ ତଥା ଟେସ୍‌ଲା ସିଇଓ ଏଲନ ମସ୍କ। ତାଙ୍କ ଦୁଇ ଦିନିଆ ଭାରତ ଗସ୍ତ ବାତିଲ ହୋଯାଇଛି। ଏପ୍ରିଲ ୨୧ ଏବଂ ୨୨ ତାରିଖରେ ଏଲନ୍ ମସ୍କ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା ପୂର୍ବରୁ ସେ ନିଜ ଗସ୍ତକୁ ବାତିଲ କରିଦେଇଛନ୍ତି।

Advertisment

ସ୍ପେସ୍‌ଏକ୍ସ ସଂସ୍ଥାପକ ଏଲନ ମସ୍କ ସୋଶାଲ ମିଡିଆ ଆକାଉଣ୍ଟ Xରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘‘ଦୁର୍ଭାଗ୍ୟବଶତଃ ଟେସ୍‌ଲାର କିଛି କାର୍ଯ୍ୟ ହେତୁ ଭାରତ ଗସ୍ତରେ ବିଳମ୍ବ କରିବାକୁ ପଡୁଛି। କିନ୍ତୁ ମୁଁ ଚଳିତବର୍ଷ ଶେଷ ସୁଦ୍ଧା ଭାରତ ପରିଦର୍ଶନ କରିବାକୁ ନେଇ ବହୁତ ଉତ୍ସାହିତ ଅଛି।’’

ଗତ ସପ୍ତାହରେ ମସ୍କ ଭାରତ ଗସ୍ତ ନେଇ ସୂଚନା ଦେଇଥିଲେ। ସେ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଲି କହିଥିଲେ। ଏଲନ୍ ମସ୍କ ଭାରତରେ ଏକ ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ୨ରୁ ୩ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା।

Advertisment

ଗତ ବର୍ଷ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ବେଳେ ଏଲନ ମସ୍କଙ୍କୁ ଭେଟିଥିଲେ। ଏହି ସମୟରେ ମସ୍କ କହିଥିଲେ ଯେ ସେ ୨୦୨୪ରେ ଭାରତ ଯାତ୍ରା କରିବା ଯୋଜନା ରହିଛି। ଏଥିସହ ଟେସଲା ଖୁବ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ ବୋଲି ମସ୍କ ଇସାରା କରିଥିଲେ।

Elon Musk Tesla India Visit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe