Advertisment

ହୋଇପାରେ ହ୍ୟାକ୍...EVM ହଟାଇବାକୁ ମସ୍କଙ୍କ ଦାବି

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଭିଏମ୍‌କୁ ନେଇ ବଡ଼ ଦାବି କରିଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ।

author-image
Madhupriya Mistry
Elon Musk Over EVM

Elon Musk Over EVM

ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ତଥା AI ସହାୟତାରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ କରାଯାଇପାରେ ହ୍ୟାକ୍। ତେଣୁ ଏହାକୁ ତରନ୍ତୁ ହଟାଯାଉ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇଭିଏମ୍‌କୁ ନେଇ ଏଭଳି କିଛି ଦାବି କରିଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ।

Advertisment

ଶନିବାର ଏଲ୍‌ନ ମସ୍କ ଇଭିଏମ୍‌କୁ ନେଇ ଏକ ଚକିତ କଲା ଭଳି ଦାବି ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସେ ଇଭିଏମ୍‌ ମେସିନ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଭିଏମ୍‌କୁ ହ୍ୟାକ୍‌ କରାଯାଇପାରେ। ତେଣୁ ଏହାକୁ ହଟାଇବା ଜରୁରୀ। ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ସେୟାର କରି ଆର୍ଟିଫେସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଇଭିଏମ୍‌କୁ ହ୍ୟାକ୍‌ କରାଯାଇପାରେ ବୋଲି ସେ କହିଛନ୍ତି। ଏଥିସହ ଆମେରିକା ନିର୍ବାଚନରେ ଇଭିଏମ୍‌କୁ ହଟାଇବାକୁ ଦାବି କରିଛନ୍ତି।

ଟେସ୍‌ଲା ସିଇଓ ଏଲୋନ୍ ମସ୍କ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ସ୍ୱାଧୀନ ପ୍ରାର୍ଥୀ ରବର୍ଟ ଏଫ୍‌ କେନେଡି ଜୁନିୟର୍‌ଙ୍କ ଏକ ପୋଷ୍ଟକୁ ସେୟାର କରି ସେ କହିଛନ୍ତି, 'ଆମକୁ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍‌କୁ ରଦ୍ଦ କରିଦେବା ଉଚିତ। ମଣିଷ ଓ AI ସହାୟତାରେ ଏହା ହ୍ୟାକ୍‌ ହେବା ଆଶଙ୍କା ରହିଛି। ଯଦିଓ ଏହା କମ୍, କିନ୍ତୁ ତଥାପି ଅଧିକ।'

Advertisment

ପ୍ରକୃତରେ ଆମେରିକା ରାଷ୍ଟ୍ରପତି ରେସ୍‌ର ପ୍ରାର୍ଥୀ କ୍ୟାନେଡି ଜୁନିୟର୍‌ ଆସୋସିଏଟେଡ୍ ପ୍ରେସ୍‌କୁ ଦର୍ଶାଇ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ କହିଥିଲେ, 'ପ୍ୟୁଟୋ ରିକୋର ପ୍ରାଥମିକ ନିର୍ବାଚନରେ ​​ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଜଡିତ ଶହ ଶହ ଭୋଟ୍ ହେରଫେର୍‌ ହୋଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତ ସେଠାରେ ଏକ ପେପର୍‌ ବାଲାଟ୍‌ ଥିଲା, ତେଣୁ ସମସ୍ୟା ଚିହ୍ନଟ ହୋଇଥିଲା ଏବଂ ଭୋଟ୍ ଗଣନା ସଂଶୋଧିତ କରାଯାଇଥିଲା। ଯେଉଁଠାରେ ପେପର୍‌ ବାଲାଟ୍‌ ନାହିଁ, ସେଠାରେ କ'ଣ ଅବସ୍ଥା ହେଉଥିବ କଳ୍ପନା କରନ୍ତୁ।'

ଆମେରିକୀୟ ନାଗରିକଙ୍କ ଜାଣିବା ଜରୁରୀ ଯେ ସେମାନଙ୍କର ପ୍ରତ୍ୟେକ ଭୋଟ୍ ଗଣନା କରାଯାଇଛି। ସେମାନଙ୍କ ନିର୍ବାଚନରେ ​​କୌଣସି ହେରଫେର ହୋଇପାରିବ ନାହିଁ। ନିର୍ବାଚନରେ ​​ବୈଦ୍ୟୁତିକ ହସ୍ତକ୍ଷେପକୁ ଏଡାଇବା ପାଇଁ ସେମାନଙ୍କୁ ପେପର୍‌ ବାଲାଟକୁ ଫେରିବାକୁ ପଡିବ ବୋଲି ସେ କହିଥିଲେ।

Elon Musk EVM America President Election