Advertisment

ଧମକ ପରେ ବି ଗାଜାକୁ ସହାୟତା କରିବେ ଏଲନ୍‌

ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଏଲନ୍‌ଙ୍କୁ ଧମକ ଦେଇଛି ଇସ୍ରାଏଲ।

 Elon Musk

Elon Musk

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଦେଇଛି ଇସ୍ରାଏଲ। ଚାରିପୁଟି ଇସ୍ରାଏଲ ଗାଜାକୁ ଘେରି ରହିଛି। ଇସ୍ରାଏଲ ତରଫରୁ ଗାଜାକୁ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରିଦିଆଯାଇଛି। ଏହାର ପ୍ରଭାବ ହମାସ ଆତଙ୍କୀଙ୍କ ବ୍ୟତୀତ ଗାଜାର ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡିଛି। ଏହାରି ଭିତରେ ଗାଜାକୁ ସହାୟତା ଯୋଗାଇବା ପାଇଁ ଆଗେଇ ଆସିଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କ।

Advertisment

ଗାଜାକୁ ସହାୟତା ଯୋଗାଉଥିବା ଅନ୍ତର୍ଜାତୀୟ ସଂସ୍ଥାମାନଙ୍କୁ ଯୋଗା ଯୋଗ କରିବାରେ ସହାୟତା କରିବେ ଏଲନ୍‌। ଗାଜାରେ କାମ କରୁଥିବା ଅନ୍ତର୍ଜାତୀୟ ସଂସ୍ଥାଙ୍କୁ ଷ୍ଟାରଲିଙ୍କ୍ ତରଫରୁ କମ୍ୟୁନିକେଶନ କନେସନ ଉପଲବ୍ଧ କରାଇବେ ବୋଲି ଏଲନ୍‌ ମସ୍କ ଘୋଷଣା କରିଛନ୍ତି।

ସେପଟେ ଇସ୍ରାଏଲ ଏଲନ ମସ୍କଙ୍କୁ ଚେତାବନୀ ଦେଇଛି। କହିଛି ଯଦି ମସ୍କ ଏହା କରେ ତେବେ ଇସ୍ରାଏଲ ମସ୍କଙ୍କର କମ୍ପାନୀ ଷ୍ଟାରଲିଙ୍କ ସହିତ ସମସ୍ତ ସମ୍ପର୍କ ଭାଙ୍ଗିବ। ଇସ୍ରାଏଲ ଏହା ମଧ୍ୟ କହିଛି ହମାସ ବିରୋଧରେ ଲଢ଼େଇରେ ଏହା ସମସ୍ତ ଉପାୟ ବ୍ୟବହାର କରିବ। ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଏଲନ୍‌ଙ୍କୁ ଧମକ ଦେଇଛି ଇସ୍ରାଏଲ। ତେବେ ଧମକ ମିଳିବା ପରେ ମଧ୍ୟ ଏଲନ୍‌ ମସ୍କ ଖାତିର କରି ନାହାନ୍ତି। ସେ ଗାଜାକୁ ସହାୟକା କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ମସ୍କ ଲେଖିଛନ୍ତି ଗାଜାରେ ଉପସ୍ଥିତ ଥିବା ସମସ୍ତ ଅନ୍ତର୍ଜାତୀୟ ସ୍ତରରେ ପଞ୍ଜୀକୃତ ସହାୟତା ସଙ୍ଗଠନକୁ ଷ୍ଟାରଲିଙ୍କ ଯୋଗାଯୋଗ ସୁବିଧା ଯୋଗାଇବ। କହିରଖୁ କି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ମଧ୍ୟ ଷ୍ଟାରଲିଙ୍କ ୟୁକ୍ରେନକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେଉଛନ୍ତି।

ସେପଟେ ଗାଜାରେ ଇଣ୍ଟରନେଟ୍ ବନ୍ଦ ହୋଇଯିବା କାରଣରୁ ଲୋକମାନେ ପରସ୍ପର ସହ ଯୋଗା ଯୋଗ କରିପାରୁ ନାହାଁନ୍ତି। ଆମେରିକା ପ୍ରତିନିଧୀ ଆଲେକଜୋଣ୍ଡ୍ରିୟା ଓକୋସିୟୋ କୋର୍ଟେଜ କହିଛନ୍ତି କି ଗାଜାର ୨୨ ଲକ୍ଷ ଲୋକଙ୍କୁ ଇଣ୍ଟରନେଟ୍ ସେବାରୁ ବଞ୍ଚିତ କରିବା ଠିକ୍ ନୁହେଁ। ଫଳରେ ମେଡିକାଲ ପ୍ରଫେସନାଲ ଓ ସାଧାରଣ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Elon Musk Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe