Advertisment

ଏଲନ୍‌ ମସ୍କଙ୍କୁ ଝଟ୍‌କା, ଏହି ଦେଶରେ ବ୍ୟାନ୍‌ ହେଲା 'X'

ସରକାର ଏହା ଉପରେ ଅସ୍ଥାୟୀ ଭାବେ ବ୍ୟାନ୍‌ ଲଗାଇଥିବା କୁହାଯାଉଛି।

Twitter banned

Twitter banned

Advertisment

ବିଶ୍ୱର ସବୁଠାରୁ ଧନୀ ଏଲନ୍‌ ମସ୍କଙ୍କୁ ଲାଗିଛି ବଡ ଝଟ୍‌କା। ବ୍ୟାନ୍‌ ହୋଇ ସୋଶାଲ ମିଡିଆ ପ୍ଲାଟଫର୍ମ 'X'। ଭାରତର ପଡୋଶୀ ଦେଶ ପାକିସ୍ତାନରେ ଟ୍ୱିଟର୍ ତଥା ଏକ୍ସକୁ ବ୍ୟାନ୍‌ କରାଯାଇଛି।

Advertisment

ଚଳିତ ବର୍ଷ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ପରଠାରୁ ଉପଭୋକ୍ତାମାନେ X କୁ ବ୍ୟବହାର କରିପାରୁ ନାହାଁନ୍ତି। ଏବେ ପାକିସ୍ତାନ ସରକାର ବର୍ତ୍ତମାନ ଏଲନ ମସ୍କଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜାତୀୟ ସୁରକ୍ଷା କଥା ଦର୍ଶାଇ ପାକିସ୍ତାନ ସରକାର X ଉପରେ ବ୍ୟାନ୍‌ ଲଗାଇ ଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଫେବ୍ରୁଆରୀ ୨୦୨୪ ପରଠାରୁ ପାକିସ୍ତାନରେ ଟ୍ୱିଟର୍‌(X) କାମ କରୁନାହିଁ। ଏବେ ସରକାର ଏହା ଉପରେ ଅସ୍ଥାୟୀ ଭାବେ ବ୍ୟାନ୍‌ ଲଗାଇ ଦେଇଥିବା କୁହାଯାଉଛି। ଏନେଇ କିଛି ପାକିସ୍ତାନୀ ୟୁଜର୍ସ ଭିପିଏନ୍‌ ଜରିଆରେ ଏହା ସୂଚନା ଦେଇଛନ୍ତି। ପାକିସ୍ତାନ ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି X ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ତେବେ ପାକିସ୍ତାନ ସରକାରଙ୍କ ତରଫରୁ X କୁ ବ୍ୟାନ୍‌ କରାଯାଇଥିବା ନେଇ କୌଣସି ସରକାରୀ ଘୋଷଣା କରି ନାହାଁନ୍ତି।

Advertisment

ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ସମୟରେ ସେଠାକାର ସରକାର ଅନେକ ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ କରି ଦେଇଥିଲେ। ଭୋଟିଂ ଦିନ ପାକିସ୍ତାନରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ଥିଲା। ତେବେ ନିର୍ବାଚନ ପରେ ଅନେକ ସୋଶାଲ ମିଡିଆ ପ୍ଲାଟଫର୍ମ ପୂର୍ବ ପରି କାମ କରିବା ଆରମ୍ଭ କରିଥିଲା ​​କିନ୍ତୁ X ୟୁଜର୍ସମାନେ ଏହାକୁ ବ୍ୟବହାର କରିପାରି ନଥିଲେ। 

Pakistan Elon Musk Twitter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe