Advertisment

ନର୍ସଙ୍କ ସହ ରାସ ଲୀଳା ବେଳେ ଆଖି ବୁଜିଲେ ରୋଗୀ, ଅଭିଯୁକ୍ତାଙ୍କୁ ମିଳିଲା ଏପରି ଦଣ୍ଡ

ଗୁରୁତର ରୋଗୀଙ୍କ ସହ ରାସ ଲୀଳା ରଚିଲେ ନର୍ସ । ଆଉ ଶେଷରେ ଶାରୀରିକ ସମ୍ପର୍କ ରଖିବା ବେଳେ ଆଖି ବୁଜିଦେଲେ ରୋଗୀ।

author-image
Niharika Rout
Nurse

Nurse

ଗୁରୁତର ରୋଗୀଙ୍କ ସହ ରାସ ଲୀଳା ରଚିଲେ ନର୍ସ । ଆଉ ଶେଷରେ ଶାରୀରିକ ସମ୍ପର୍କ ରଖିବା ବେଳେ ଆଖି ବୁଜିଦେଲେ ରୋଗୀ। ଘଟଣା ସମୟରେ ରୋଗୀଙ୍କ ନିକଟରେ ଉପସ୍ଥିତ ଥିବା ନର୍ସ ତାଙ୍କୁ ବଞ୍ଚାଇବାକୁ କୌଣସି ଚେଷ୍ଟା ନ କରିବାରୁ ତାଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି। ଏଥିସହ ନିଜ ପେସାକୁ ଅପମାନିତ କରିଥିବାରୁ ଭବିଷ୍ୟତରେ ସେ ଆଉ ନର୍ସ ଚାକିରି କରିପାରିବେନି ବୋଲି ଜାରି ହୋଇଛି ନିର୍ଦ୍ଦେଶନାମା। ଏପରି ଏକ ଘଟଣା ଲଣ୍ଡନରେ ଘଟିଛି।

Advertisment

ଲଣ୍ଡନର ଏକ ହସ୍ପିଟାଲରେ ପେନେଲୋପ ୱିଲିୟମ୍ସ ନାମ୍ନୀ ୪୨ ବର୍ଷୀୟା ନର୍ସ କାର୍ଯ୍ୟରତ ଥିଲେ। ଇତି ମଧ୍ୟରେ ସେଠାକୁ ଡାଏଲିସିସ ନିମନ୍ତେ ଆସୁଥିବା ଜଣେ କିଡନୀ ରୋଗୀଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିବାରେ ଲାଗିଲା। ଏହାପରେ ଉଭୟ ପରସ୍ପରଙ୍କୁ ଫୋନ୍‌ ଓ ମେସେଜ ଦେଉଥିବା ବେଳେ ମେଡିକାଲ ବାହାରେ ବି ସାକ୍ଷାତ କରୁଥିଲେ।

ଘଟଣା ଦିନ ମେଡିକାଲ ପାର୍କି ଏରିଆରେ ଏକ କାର୍‌ର ପଛ ସିଟ୍‌ରେ ଉକ୍ତ ରୋଗୀଙ୍କ ସହ ନର୍ସଜଣକ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ଉକ୍ତ ସମୟରେ ହିଁ ରୋଗୀଜଣକ ଗୁରୁତର ହୋଇ ପଡ଼ିଲେ। ମାତ୍ର ଧରା ପଡ଼ିଯିବା ଭୟରେ ନର୍ସଜଣକ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍‌ କରି ନ ଥିଲେ। ମାତ୍ର କାର୍ ଭିତରେ ହିଁ ରୋଗୀଙ୍କ ଜୀବନ ଚାଲିଯିବାରୁ ଏନେଇ ସେ ନିଜର ଜଣେ ସହକର୍ମୀଙ୍କୁ ଫୋନ୍‌ କରି କହିଥିଲେ।

Advertisment

ଏହାପରେ ପୁଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ୍‌ ୱିଲୟମ୍ସଙ୍କୁ ପଚରାଉଚରା କରିବାରୁ ପ୍ରଥମେ ସେ ଏଥିରେ ନିଜ ସମ୍ପୃକ୍ତିକୁ ମନା କରି ଦେଇଥିଲେ। କାର୍‌ରେ ଥିବା ରୋଗୀଜଣକ ଅସହଜ ଅନୁଭବ କରୁଥିବାରୁ ଫୋନ୍‌ କରି ତାଙ୍କୁ ଡାକିଥିଲେ। ତେଣୁ ସେ ସେଠାକୁ ଯାଇଥିଲେ ବୋଲି ସେ ପୁଲିସ୍‌କୁ କହିଥିଲେ। ଏଥିସହ ସେମାନେ କାର୍‌ର ପଛ ସିଟ୍‌ରେ ବସି କିଛି ସମୟ ଗପସପ କରୁଥିବା ପୁଲିସ୍‌କୁ କହିଥିଲେ। ମାତ୍ର ରୋଗୀଙ୍କ ମୃତଦେହ ଅସଂଯତ ଅବସ୍ଥାରେ ଉଦ୍ଧାର ହେବା ଘଟଣା ନେଇ ପୁଲିସ୍‌ ପଚରାଉଚରା କରିବାରୁ ୱିଲୟମ୍ସ ସବୁ ଘଟଣା ମାନି ଯାଇଥିଲେ।

ଏହି ଘଟଣାରେ ପୁଲିସ୍‌ ପେନେଲୋପ ୱିଲିୟମ୍ସଙ୍କୁ ବାନ୍ଧିଥିବା ବେଳେ ସେ ଭବିଷ୍ୟତରେ ଆଉ ନର୍ସ ଭାବେ କାମ କରି ପାରିବେନି ବୋଲି ତାଙ୍କ ଉପରେ ବ୍ୟାନ୍‌ ଲଗାଯାଇଛି।

Sexual Torture Patients Death London