ପାକିସ୍ତାନରେ ଆଶ୍ରୟ ନେଇଥିବା ଆଉ ଜଣେ ଆତଙ୍କବାଦୀ ନିପାତ। ଲଶ୍କର-ଏ-ତୋଏବା(LeT)ର ପୂର୍ବତନ କମାଣ୍ଡର ଅକ୍ରମ ଖାନ ନିପାତ ହୋଇଛି। ବିଶେଷ ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ଅନୁସାରେ, ଗୁରୁବାର ପାକିସ୍ତାନରେ ତାକୁ ଗୁଳି କରି ନିପାତ କରାଯାଇଛି। ବାଜୌର ଜିଲ୍ଲାରେ କେହି ଅଜ୍ଞାତ ଆକ୍ରମଣକାରୀମାନେ ଅକ୍ରମକୁ ଗୁଳି କରି ନିପାତ କରିଛନ୍ତି।
2018ରୁ 2020 ପର୍ଯ୍ୟନ୍ତ LeT ନିଯୁକ୍ତି ସେଲର ନେତୃତ୍ୱ ନେଇଥିଲା ଅକ୍ରମ ଔରଫ୍ ଗାଜି। ଗାଜି ପାକିସ୍ତାନରେ ଭାରତ ବିରୋଧୀ ଭାଷଣ ଦେଉଥିଲା। ସେ ଆତଙ୍କବାଦୀ ଗୋଷ୍ଠୀର ଏକ ବଡ ଚେହେରା ଥିଲା ଏବଂ ଦୀର୍ଘ ଦିନ ଧରି ଉଗ୍ରବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା।
ପ୍ରକାଶ ଥାଉ କି, ଚଳିତ ବର୍ଷ ଅକ୍ଟୋବର ଏବଂ ସେପ୍ଟେମ୍ବରରେ ମଧ୍ୟ ଦୁଇ ଟପ୍ ଆତଙ୍କବାଦୀଙ୍କୁ ପାକିସ୍ତାନରେ ନିପାତ ହୋଇଛନ୍ତି। ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫକୁ ପାକିସ୍ତାନରେ ଗୁଳି କରି ନିପାତ କରିଥିଲେ ଅଜ୍ଞାତ ଆକ୍ରମଣକାରୀ। ପାକିସ୍ତାନର ଗୁଜରାନୱାଲା ସହରର ଆଶ୍ରୟ ନେଇଥିବା ଲତିଫ ଭାରତ ଟାର୍ଗେଟରେ ଥିବା ଅନ୍ୟତମ ଆତଙ୍କବାଦୀ ଥିଲା।
ଏହାପୂର୍ବରୁ ସେପ୍ଟେମ୍ବରରେ ପାକିସ୍ତାନରେ ଆଶ୍ରୟ ନେଇଥିବା ଆଉ ଜଣେ ଟପ୍ ଆତଙ୍କବାଦୀ ନିପାତ ହୋଇଥିଲା। ଲଶ୍କର-ଏ-ତାଇବାର କମାଣ୍ଡର ରିଆଜ ଅହମ୍ମଦ ଛଦ୍ମନାମ ଆବୁ କାସିମକୁ କେହି ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ନିପାତ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।