Advertisment

ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ପୂର୍ବ ଲଶ୍କର କମାଣ୍ଡର ନିପାତ

2018ରୁ 2020 ପର୍ଯ୍ୟନ୍ତ LeT ନିଯୁକ୍ତି ସେଲର ନେତୃତ୍ୱ ନେଇଥିଲା ଅକ୍ରମ ଔରଫ୍ ଗାଜି।

ଅଦ୍ୟତନ ହୋଇଛି
Akram Khan

Akram Khan

Advertisment

ପାକିସ୍ତାନରେ ଆଶ୍ରୟ ନେଇଥିବା ଆଉ ଜଣେ ଆତଙ୍କବାଦୀ ନିପାତ। ଲଶ୍କର-ଏ-ତୋଏବା(LeT)ର ପୂର୍ବତନ କମାଣ୍ଡର ଅକ୍ରମ ଖାନ ନିପାତ ହୋଇଛି। ବିଶେଷ ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ଅନୁସାରେ, ଗୁରୁବାର ପାକିସ୍ତାନରେ ତାକୁ ଗୁଳି କରି ନିପାତ କରାଯାଇଛି। ବାଜୌର ଜିଲ୍ଲାରେ କେହି ଅଜ୍ଞାତ ଆକ୍ରମଣକାରୀମାନେ ଅକ୍ରମକୁ ଗୁଳି କରି ନିପାତ କରିଛନ୍ତି।

Advertisment

2018ରୁ 2020 ପର୍ଯ୍ୟନ୍ତ LeT ନିଯୁକ୍ତି ସେଲର ନେତୃତ୍ୱ ନେଇଥିଲା ଅକ୍ରମ ଔରଫ୍ ଗାଜି। ଗାଜି ପାକିସ୍ତାନରେ ଭାରତ ବିରୋଧୀ ଭାଷଣ ଦେଉଥିଲା। ସେ ଆତଙ୍କବାଦୀ ଗୋଷ୍ଠୀର ଏକ ବଡ ଚେହେରା ଥିଲା ଏବଂ ଦୀର୍ଘ ଦିନ ଧରି ଉଗ୍ରବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା।

ପ୍ରକାଶ ଥାଉ କି, ଚଳିତ ବର୍ଷ ଅକ୍ଟୋବର ଏବଂ ସେପ୍ଟେମ୍ବରରେ ମଧ୍ୟ ଦୁଇ ଟପ୍ ଆତଙ୍କବାଦୀଙ୍କୁ ପାକିସ୍ତାନରେ ନିପାତ ହୋଇଛନ୍ତି। ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫକୁ ପାକିସ୍ତାନରେ ଗୁଳି କରି ନିପାତ କରିଥିଲେ ଅଜ୍ଞାତ ଆକ୍ରମଣକାରୀ। ପାକିସ୍ତାନର ଗୁଜରାନୱାଲା ସହରର ଆଶ୍ରୟ ନେଇଥିବା ଲତିଫ ଭାରତ ଟାର୍ଗେଟରେ ଥିବା ଅନ୍ୟତମ ଆତଙ୍କବାଦୀ ଥିଲା।

Advertisment

ଏହାପୂର୍ବରୁ ସେପ୍ଟେମ୍ବରରେ ପାକିସ୍ତାନରେ ଆଶ୍ରୟ ନେଇଥିବା ଆଉ ଜଣେ ଟପ୍ ଆତଙ୍କବାଦୀ ନିପାତ ହୋଇଥିଲା। ଲଶ୍କର-ଏ-ତାଇବାର କମାଣ୍ଡର ରିଆଜ ଅହମ୍ମଦ ଛଦ୍ମନାମ ଆବୁ କାସିମକୁ କେହି ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ନିପାତ କରିଥିଲେ। 

Terrorist Killed In Pakistan Terrorist Killed Ex-Lashkar Commander Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe