Advertisment

Murder Case: ପୂର୍ବତନ ମିସ୍‌ ସ୍ୱିସ ଫାଇନାଲିଷ୍ଟଙ୍କୁ ହତ୍ୟା ପରେ ଖଣ୍ଡଖଣ୍ଡ କରି ଦେଇଥିଲେ ସ୍ୱାମୀ

ସେ ତାଙ୍କ ୩୮ ବର୍ଷୀୟ ପତ୍ନୀ କ୍ରିଷ୍ଟିନା ଜୋକ୍ସିମୋଭିକ୍‌ଙ୍କୁ ପ୍ରଥମେ ଗଳାକାଟି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଦେଇଥିଲେ। ଶେଷରେ ବିନିଜେନରେ ଥିବା ଘର ଭିତରେରେ ହିଁ ଖଣ୍ଡବିଖଣ୍ଡିତ ମୃତଦେହକୁ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ।

Swis

ସ୍ୱିସ ମଡେଲଙ୍କ ସହ ସ୍ୱାମୀ (ଫାଇଲ ଫଟୋ)

Advertisment

ଜଣେ ପୂର୍ବତନ ମିସ୍ ସ୍ୱିଜରଲ୍ୟାଣ୍ଡ ଫାଇନାଲିଷ୍ଟଙ୍କୁ ତାଙ୍କ ସ୍ୱାମୀ ନିର୍ମମ ଭାବେ କରିଥିଲେ ହତ୍ୟା। ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ପକାଇଥିଲେ। ବୁଧବାର ସ୍ୱିସ୍ କର୍ତ୍ତୃପକ୍ଷ ପୂର୍ବତନ ମିସ୍ ସ୍ୱିଜରଲ୍ୟାଣ୍ଡ ଫାଇନାଲିଷ୍ଟଙ୍କ ହତ୍ୟା(Murder) ଘଟଣାରେ ତାଙ୍କ ସ୍ୱାମୀଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି।

Advertisment

ସ୍ୱିସ୍ ଗୋପନୀୟତା ଆଇନ ଅନୁଯାୟୀ ୪୩ ବର୍ଷୀୟ ଥୋମାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେ ତାଙ୍କ ୩୮ ବର୍ଷୀୟ ପତ୍ନୀ କ୍ରିଷ୍ଟିନା ଜୋକ୍ସିମୋଭିକ୍‌ଙ୍କୁ ପ୍ରଥମେ ଗଳାକାଟି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଦେଇଥିଲେ।

ଶେଷରେ ବିନିଜେନରେ ଥିବା ଘର ଭିତରେରେ ହିଁ ଖଣ୍ଡବିଖଣ୍ଡିତ ମୃତଦେହକୁ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ପୂରା ଘଟଣା ୨୦୨୪ ମସିହାରେ ଘଟିଥିଲା। ଏବେ ଥୋମାସ ହତ୍ୟା ଅଭିଯୁକ୍ତ ହୋଇଛନ୍ତି। 

Advertisment

ଶବ ବ୍ୟବଚ୍ଛେଦ ରିପୋର୍ଟ ଓ କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ, ମଡେଲଙ୍କ ମୃତଦେହକୁ ଗୋଟିଏ ଛୁରୀ ଓ ବଗିଚାରେ ବ୍ୟବହାର ହେଉଥିବା ସିୟର ଜରିଆରେ ଖଣ୍ଡଖଣ୍ଡ କରାଯାଇଥିଲା। ଥୋମାସ ମୃତଦେହକୁ କାଟିବା ପୂର୍ବରୁ ତାଙ୍କ ଗର୍ଭାଶୟକୁ କାଢ଼ି ଦେଇଥିଲେ। ଖଣ୍ଡବିଖଣ୍ଡିତ ମୃତଦେହକୁ ନଷ୍ଟ କରିବା ପାଇଁ ସେ ରାସାୟନିକ ଦ୍ରବ୍ୟର ବ୍ୟବହାର ମଧ୍ୟ କରିଥିଲେ।

ତେବେ ପୁଲିସ୍‌ ଥୋମାସଙ୍କ ଘରୁ ବିଭିନ୍ନ ଟିସୁ ଲାଗିଥିବା ଚର୍ମର ଅଂଶବିଶେଷ ଓ ହାଡ଼ ଖଣ୍ଡକୁ ଜବତ କରିଥିଲା। ପତ୍ନୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିବା ସମୟରେ ଥୋମାସ ଫୋନ ଦ୍ୱାରା YouTube ଭିଡିଓ ମଧ୍ୟ ଦେଖୁଥିଲେ। 

ଦି ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ମଡେଲଙ୍କ ଶରୀରର କିଛି ଖଣ୍ଡବିଖଣ୍ଡିତ ଅଂଶକୁ ପ୍ରଥମେ ତାଙ୍କ ବାପା ଠାବ କରିଥିଲେ। ସେ ଘରର ଲଣ୍ଡ୍ରି ରୁମରେ ରହିଥିବା ଗୋଟିଏ କଳା ବ୍ୟାଗରୁ ସୁନେଲି କେଶ ବାହାରୁଥିବା ଦେଖି ଏହାକୁ ଯାଞ୍ଚ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। 

ଥୋମାସ ପ୍ରଥମେ କରିଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ଘର ଭିତରୁ ମୃତ ଅବସ୍ଥାରେ ପାଇଥିଲେ। କିନ୍ତୁ ମାର୍ଚ୍ଚ ମାସରେ ସେ ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ତଦନ୍ତକୁ ବାଟବଣା କରିବା ପାଇଁ ସେ ଦାବି କରିଥିଲେ ଯେ ତାଙ୍କ ପତ୍ନୀ ପ୍ରଥମେ ଗୋଟିଏ ଛୁରୀ ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ।

ଏଥିରୁ ବର୍ତ୍ତିବା ପାଇଁ ସେ ପାଲଟା ଆକ୍ରମଣ କରିବାରୁ ପତ୍ନୀଙ୍କ ମୃତ ହୋଇଥିଲା। କିନ୍ତୁ ଫରେନସିକ୍ ବିଶେଷଜ୍ଞମାନେ ଥୋମାସ କରିଥିବା ଦାବିରେ ସତ୍ୟତା ଥିବା ଜାଣିବାକୁ ପାଇଛନ୍ତି। ଥୋମାସ ତଣ୍ଟି କାଟି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ବୋଲି ସେମାନେ ରିପୋର୍ଟ ଦେଇଛନ୍ତି। 

କ୍ରିଷ୍ଟିନା ଜୋକ୍ସିମୋଭିକ୍ ମିସ୍ ନର୍ଥ ୱେଷ୍ଟ ସ୍ୱିଜରଲ୍ୟାଣ୍ଡ ମୁକୁଟ ପିନ୍ଧିଥିଲେ ଓ ୨୦୦୭ ମସିହାରେ ମିସ୍ ସ୍ୱିଜରଲ୍ୟାଣ୍ଡର ଫାଇନାଲିଷ୍ଟ ବନିଥିଲେ। ପରବର୍ତ୍ତୀ ସମୟରେ ସେ ଜଣେ କ୍ୟାଟୱାକ୍ ପ୍ରଶିକ୍ଷକ ହେବା ସହ ବିଭିନ୍ନ ମଡେଲଙ୍କୁ କୋଚିଂ ଦେଇଥିଲେ। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe