Advertisment

ଇମ୍ରାନ ଖାନ୍‌ ଓ ବୁଶ୍‌ରା ବିବିଙ୍କୁ ୭ ବର୍ଷ ଲେଖାଏଁ ଜେଲ୍‌

ଏଥିସହ ଉଭୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି।

Ex-Pak-PM-Imran Khan and Bushra Khan

Ex-Pak-PM-Imran Khan and Bushra Khan

Advertisment

ଆଉ ଜେଲରୁ ମୁକୁଳି ପାରିବେନି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ପୁଣି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ପୂର୍ବତନ କ୍ରିକେଟର୍। କେବଳ ସେ ନୁହେଁ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଉଭୟଙ୍କ ବିବାହକୁ ବେଆଇନ୍‌ ଘୋଷଣା କରି କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।

Advertisment

ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ ତଥା ପିଟିଆଇ ସଂସ୍ଥାପକ ଇମ୍ରାନ୍‌ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କ ବିବାହକୁ ବେଆଇନ୍‌ ଘୋଷଣା କରାଯାଇଛି। ୨୦୧୮ର ବିବାହ ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ପାକିସ୍ତାନର ଏକ କୋର୍ଟ ଉଭୟଙ୍କୁ ୭ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି।

ବୁଶରା ନିଜ ପୂର୍ବତନ ସ୍ୱାମୀଙ୍କୁ ଛାଡପତ୍ର ଦେବା ଓ ଇମ୍ରାନ ଖାନ୍‌ଙ୍କ ସହ ବିବାହ କରିବା ପାଇଁ ଇସ୍‌ଲାମ ଦ୍ୱାରା ନିର୍ଦ୍ଧାରିତ ପ୍ରତିକ୍ଷା ଅପବଧି, ଯାହାକୁ 'ଇଦ୍ଦତ୍‌' କୁହାଯାଏ ତାକୁ ପୂରା କରିନଥିବା ଅଭିଯୋଗ ରହିଛି। ସେହିପରି ଇମ୍ରାନ୍‌ ଖାନ୍‌ ପ୍ରଥମଥର ପ୍ରଧାନମନ୍ତ୍ରୀ ହେବାର ୭ ମାସ ପୂର୍ବରୁ ଜାନୁଆରୀ ୨୦୧୮ରେ ଏକ ଗୁପ୍ତ ସମାରୋହରେ ନିକାହା କରିଥିଲେ। ତେବେ ସମୟ ଅବଧି ପୂରା ନ ହେବା ପୂର୍ବରୁ ସେ ବିବାହ କରିଥିବା ନେଇ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଏହି ମାମଲାରେ ପାକିସ୍ତାନର ଏକ ନିମ୍ନ ଅଦାଲତ ବର୍ଷ ଆରମ୍ଭରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Advertisment

ଇସଲାମର ଶରିୟତ ଅନୁଯାୟୀ, ଯେ କୌଣସି ମୁସଲିମ ମହିଳା ନିଜ ସ୍ୱାମୀଙ୍କ ମୃତ୍ୟୁ କିମ୍ବା ଛାଡପତ୍ର ପରେ ସଙ୍ଗେ ସଙ୍ଗେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିବ। ଏହି ଅପେକ୍ଷା ସମୟକୁ ଇଦ୍ଦତ କୁହାଯାଏ। ଇଦ୍ଦତର ସମୟ ଅବଧି ହେଉଛି ୪ ମାସ ୧୦ ଦିନ।

ବିବାଦ ଭିତରେ ଛନ୍ଦି ହୋଇ ରହିଥିବା ପିଟିଆଇ ସଂସ୍ଥାପକ ଇମ୍ରାନ ଖାନ୍‌ଙ୍କୁ ପୁଣି ଝଟ୍‌କା ଲାଗିଛି। ସପ୍ତାହ ଭିତରେ ତୃତୀୟ ଥର ପାଇଁ ତାଙ୍କ ବିରୋଧରେ କୋର୍ଟ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପୂର୍ବରୁ ଜେଲରେ ବନ୍ଦ ଥିବା ୭୧ ବର୍ଷୀୟ ଇମ୍ରାନ ଖାନ୍‌ଙ୍କୁ ଗୁପ୍ତ ତଥ୍ୟ ଲିକ୍‌ କରିବା ମାମଲାରେ ୧୦ ବର୍ଷ ଜେଲ ଦଣ୍ଡଦଣ୍ଡିତ କରାଯାଇଥିଲା। ଏହାପରେ ତୋଶଖାନା ମାମଲାରେ ତାଙ୍କୁ ୧୪ ବର୍ଷ ପାଇଁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ।

ବର୍ତ୍ତମାନ ଉଭୟ ଇମ୍ରାନ ଖାନ ଏବଂ ବୁଶ୍‌ରା ବିବିଙ୍କୁ ଭିନ୍ନ ଭିନ୍ନ ଜେଲରେ ରଖାଯାଇଛି। ଇମ୍ରାନ ଖାନ ରାୱଲପିଣ୍ଡିର ଗ୍ୟାରିସନ ସିଟି ଜେଲରେ ଥିବାବେଳେ ତାଙ୍କ ପତ୍ନୀଙ୍କୁ ଇସଲାମାବାଦର ପାହାଡ ଶୀର୍ଷରେ ଥିବା ନିଜ ବଙ୍ଗଳାରେ ଦଣ୍ଡ ଭୋଗିବାକୁ ଅନୁମତି ଦିଆଯାଇଛି।

Pakistan Imran Khan Sentenced Bushra Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe