Advertisment

ଓସମା ବିନ୍ ଲାଡେନଙ୍କୁ ମାରିଥିବା ପୂର୍ବ କମାଣ୍ଡର ଗିରଫ

କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିବା ଆମେରିକାର ପୂର୍ବତନ ନୌସେନା ସିଲ୍ କମାଣ୍ଡର ରବର୍ଟ ଓ’ନିଲ ଗିରଫ।

Robert J. O'Neill

Robert J. O'Neill

Advertisment

ପାକିସ୍ତାନରରେ ପ୍ରବେଶ କରି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିଥିବା ଆମେରିକାର ପୂର୍ବତନ ନୌସେନା ସିଲ୍ କମାଣ୍ଡର ରବର୍ଟ ଓ’ନିଲ ଗିରଫ। ଆମେରିକା ପୁଲିସ ତାଙ୍କୁ ଗିରଫ କରିଛି। ଓ’ନିଲଙ୍କୁ ପୁଲିସ ଗତ ସପ୍ତାହରେ ଗିରଫ କରିବା ପରେ ଛାଡି ଦେଇଛି। ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା। 

Advertisment

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 47 ବର୍ଷିୟ ରବର୍ଟ ମଦ୍ୟପାନ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ତାଙ୍କୁ ବୁଧବାର ଗିରଫ କରିଥିଲା ପୁଲିସ। କିନ୍ତୁ ପରେ ପୁଲିସ ତାଙ୍କୁ ଛାଡି ଦେଇଛି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ପୂର୍ବରୁ ମଧ୍ୟ ରବର୍ଟଙ୍କୁ ନେଇ ବିବାଦ ଲାଗି ରହିଛି। ସର୍ବସାଧାରଣ ସ୍ଥାନରେ ସେ ବିଶୃଙ୍ଖଳିତ ଆଚରଣ କରିଥିବା ଅଭିଯୋଗ ହୋଇଛି। 2020ରେ ମହାମାରୀ ସମୟରେ ସେ ବିଶୃଙ୍ଖଳିତ ଆଚରଣ କରିଥିଲେ। ସେତେବେଳେ କରୋନା ବ୍ୟାପୁଥିଲେ ମଧ୍ୟ ସେ ମାସ୍କ ପିନ୍ଧିବେ ନାହିଁ ବୋଲି ସିଧା ସିଧା ମନା କରି ଦେଇଥିଲେ।

ତେବେ 2013 ରେ ଏକ ସାକ୍ଷାତକାର ସମୟରେ ସେ କୁଖ୍ୟାତ ଆତଙ୍କବାଦୀ ଲାଡେନକୁ ହତ୍ୟା କରିଥିବା କହିଥିଲେ। ସେ ଏହି ଅପରେସନର ମୁଖ୍ୟ ଭାବେ ରହି ଲାଡେନକୁ ସଫା କରିଥିବା ଦାବି କରିଛନ୍ତି। କିନ୍ତୁ କିଏ ଲାଡେନକୁ ହତ୍ୟା କରିଥିଲେ ସେନେଇ ଆମେରିକା କହିନଥିଲେ ମଧ୍ୟ ରବର୍ଟ ଓ’ନିଲଙ୍କ ଦାବିକୁ ବି ପ୍ରତ୍ୟାଖ୍ୟାନ କରିନାହିଁ।   

Advertisment
Osama Bin Laden Robert J. O'Neill America Ex Commander Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe