/odisha-reporter/media/post_attachments/uploadimage/library/16_9/16_9_0/mosque__1675070780.jpg)
mosque
ସୋମବାର ପାକିସ୍ତାନର ପେଶାୱାରର ଏକ ମସଜିଦ୍ରେ ବଡ଼ଧରଣର ବିସ୍ପୋରଣ ହୋଇଛି। ଫଳରେ ବହୁସଂଖ୍ୟାରେ ମୃତାହତ ହୋଇଥିବା ଜଣାପଡ଼ିଛି। ପ୍ରାର୍ଥନା ସରିବା ପରେ ପେଶାୱାରର ଏକ ମସଜିଦ୍ରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପ୍ରଭାବରେ ମସଜିଦ୍ର ଗୋଟିଏ ପାଖଭାଙ୍ଗି ଭୁଶୁଡ଼ିପଡ଼ିଛି। ଖବର ସରବରାହ ସଂସ୍ଥା ଏଏଫପି ଅନୁଯାୟୀ, ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ବିସ୍ଫୋରଣ ପରେ ମସଜିଦ୍ ଭିତରୁ ଭିଡିଓ ଫୁଟେଜ୍ ବାହାରକୁ ଆସିଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।
ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛି। ବିସ୍ପୋରଣର କାରଣ ଜଣାପଡ଼ି ନାହିଁ। ଏହା ପଛରେ କାହାର ହାତ ଅଛି ବା କେଉଁ ଆତଙ୍କବାଦୀଙ୍କ ସମ୍ପୃକ୍ତ ଅଛି ସେମିତି କେହିକିଛି ଦାବି କରିନାହାନ୍ତି। ଅତୀତରେ ପାକିକସ୍ତନାରେ ଏମିତି ଅନେକ ସ୍କୁଲ ଏବଂ ମସଜିଦ୍କୁ ଟାର୍ଗେଟ କରାଯାଇଛି।
ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ମସଜିଦ୍ର ଗୋଟିଏ ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ପଡ଼ି ଅନେକ ଏହ ଭିତରେ ଚାପି ହୋଇଥିବା ଆଶଙ୍କା କରାଯାଉଛି। ତେବେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୯୦ ଜଣ ହସପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଅନେକ ଗୁରୁତର ଅଛନ୍ତି। ଆଜି ପ୍ରାୟ ଦିନ ଗୋଟାଏ ୪୦ ମିନିଟ୍ରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
