Advertisment

ପାକ୍‌ ଥାନାରେ ଭୟଙ୍କର ବିସ୍ଫୋରଣ; ୧୦ ମୃତ, ୫୦ ଗୁରୁତର

ଥାନା ପରିସରରେ ଥିବା ଅସ୍ତ୍ରଶସ୍ତ୍ର ବୋଝେଇ ଏକ ରୁମ୍‌ରେ ନିଆଁ ଲାଗି ଏପରି ଭୟଙ୍କର ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି।

Blast

Blast

Advertisment

ପାକିସ୍ତାନରେ ପୁଣି ଥରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୮ ପୁଲିସ୍‌ କର୍ମୀଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ଥାନା ପରିସରରେ ଥିବା ଅସ୍ତ୍ରଶସ୍ତ୍ର ବୋଝେଇ ଏକ ରୁମ୍‌ରେ ନିଆଁ ଲାଗି ଏପରି ଭୟଙ୍କର ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଏହା ପଛରେ କୌଣସି ଆତଙ୍କୀ ସଙ୍ଗଠନ ହାତ ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Advertisment

ଉତ୍ତରପଶ୍ଚିମ ପାକିସ୍ତାନର ଖାବର ପଖତୁନଖ୍ୱା ପ୍ରଦେଶର ସ୍ୱାତ୍‌ ଜିଲ୍ଲାସ୍ଥିତ ଥାନା ପରିସରରେ ଥିବା ଆତଙ୍କୀ ନିରୋଧ ଅଫିସରେ ହୋଇଛି ଏହି ଭୟଙ୍କର ବିସ୍ଫୋରଣ । ସୋମବାର ରାତି ପ୍ରାୟ ୮ଟା ପରେ ଏହି ବିସ୍ଫୋରଣ ଘଟିଥିଲା। ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ରୁମ୍‌ରୁ ହଠାତ୍‌ ନିଆଁ ଲାଗିଲା। ଏହାପରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ସର୍ଟି ସର୍କିଟରୁ ଏହା ହୋଇଥିବା ଅନୁମାନ କରାଯାଉଛି। ଏଥିଯୋଗୁ ଆତଙ୍କୀ ନିରୋଧ ଅଫିସ ସମେତ ପାଖରେ ଥିବା ଏକ ମସଜିଦ ବି ଭୁଶୁଡ଼ି ପଡ଼ିଥିଲା।

ଲୋକଙ୍କ ଚଳପ୍ରଚଳ ବେଳେ ହଠାତ୍‌ ଏହି ବିସ୍ଫୋରଣ ଘଟିଥିବାରୁ ଏହା କୋଠା ଭୁଶୁଡ଼ି ତା’ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ। ଏହି ବିସ୍ଫୋରଣ ଯୋଗୁ ମୃତକଙ୍କ ମଧ୍ୟରେ ୮ ପୁଲିସ୍‌ କର୍ମୀଙ୍କ ସମେତ ଜଣେ ମହିଳା ଓ ତାଙ୍କ ଶିଶୁ ଥିବା ଜଣାଯାଇଛି। ଆହତଙ୍କୁ ଭୁଶୁଡ଼ି ପଡ଼ିଥିବା କୋଠା ତଳୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉକ୍ତ କାର୍ଯ୍ୟାଳୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମହଜୁଦ ଥିଲା। ସର୍ଟ ସର୍କିଟ ଯୋଗୁ ଅସ୍ତ୍ରଶସ୍ତ୍ରରେ ନିଆଁ ଲାଗିବା ଯୋଗୁ ତାହା ବିସ୍ଫୋରଣ ଘଟିଥିଲା। ଏହା ପଛରେ ଆତଙ୍କୀ ହାମଲାର ହାତ ଥିବାର କୌଣସି ପ୍ରମାଣ ମିଳିନି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏହି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତେବେ କୌଣସି ସଙ୍ଗଠନ ଏଥିନିମନ୍ତେ ନିଜକୁ ଦାୟୀ କରି ନାହାନ୍ତି।

Pakistan Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe