Advertisment

ନୃଶଂସତାର ଟପିଲା ସୀମା, ଗର୍ଭବତୀଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ନାଳରେ ଫିଙ୍ଗି ଦେଲେ

ତାଙ୍କ ଶାଶୁ ହିଁ ହତ୍ୟା ତାଙ୍କୁ କରିଛନ୍ତି। ତିନୋଟି ବସ୍ତାରୁ ଏକ ନାଳ ଭିତରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି।

Killed pregnant women

Killed pregnant women

Advertisment

ମଣିଷ ଭୁଲିଗଲା ମଣିଷ ପଣିଆ। ଟପିଗଲା ନୃଶଂସତାର ସବୁ ସୀମା। ଗର୍ଭବତୀଙ୍କୁ ବି ଛାଡ଼ିଲାନି। ତାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ନାଳରେ ଫିଙ୍ଗିଦେଲେ। ଏଭଳି କିଛି ଜଘନ୍ୟ କାଣ୍ଡ ଘଟିଛି ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ।

Advertisment

ପାକିସ୍ତାନ ପଞ୍ଜାବ ପ୍ରାନ୍ତର ସିଆଲକୋଟ ଜିଲ୍ଲାର ଦାସକା ଅଞ୍ଚଳ। ଏଠାରେ ଜଣେ ଗର୍ଭବତୀଙ୍କୁ ତାଙ୍କର ହିଁ ପରିବାର ଲୋକେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। କୁହାଯାଉଛି ଯେ ତାଙ୍କୁ ତାଙ୍କ ଶାଶୁ ହିଁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ଅପରାଧ ଲୁଚାଇବା ପାଇଁ ହତ୍ୟା ପରେ ନିଜର କିଛି ସାଥୀଙ୍କ ସହ ମିଶି ଗର୍ଭବତୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ତିନୋଟି ବସ୍ତାରେ ଭର୍ତ୍ତି କରି ନାଳରେ ଫିଙ୍ଗି ଦେଇଛନ୍ତି। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

ମୃତ ମହିଳା ଜଣକ ହେଲେ ଜାରା କାଦିର। ତାଙ୍କ ବୟସ ୨୦ ବର୍ଷ। ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ପୁଲିସ କହିବା ମୁତାବକ, ଶାଶୁ-ବୋହୂ ମଧ୍ୟରେ କୌଣସି କଥାକୁ ନେଇ କିଛି ଦିନ ହେବ ଝଗଡା ଲାଗି ରହିଥିଲା। ତେବେ ଏହି ଝଗଡ଼ା ପରେ ଉଗ୍ରରୂପ ନେଇଥିଲା। ରାଗି ଯାଇ ଶାଶୁ ବୋହୂକୁ ହତ୍ୟା କରିଥିବା କୁହାଯାଉଛି। ଗତ ସପ୍ତାହରେ ଏହି ଘଟଣା ଘଟିଛି।

Advertisment

ଏହି ମାମଲାରେ ମହିଳାଙ୍କ ଶାଶୁ ସୁଧରାନ ବିବି, ନଣନ୍ଦ ଯାସ୍ମିନ, ଭଣଜା ହମଜା ଓ ଅନ୍ୟ ଜଣେ ସମ୍ପର୍କୀୟ ନବିଦ ସାମିଲ ଅଛନ୍ତି। ପୁଲିସ କହିଛି ଯେ ମହିଳା ଜାରା କାଦିର ଗତ ସପ୍ତାହରେ ହଠାତ୍ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କର ଖୋଜାଖୋଜି ଜାରି ରହିଥିଲା। ତେବେ ରବିବାର ଏକ ନାଳରୁ ତିନୋଟି ଅଖାରେ ଭର୍ତ୍ତି ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା। ତଦନ୍ତ ପରେ ଉକ୍ତ ମୃତଦେହଟି ନିଖୋଜ ମହିଳା ଜାରାଙ୍କର ବୋଲି ଜଣାପଡିଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ହାଜତକୁ ପଠାଇଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ।

Pakistan Murder Crime Pregnant Woman Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe