USA
ହାଇଦ୍ରାବାଦରୁ ସୁଦୂର ଆମେରିକାକୁ ଛୁଟି କାଟିବାକୁ ଯାଇଥିଲେ। ୨ ଛୋଟ ପିଲାଙ୍କୁ ଧରି ବାପା ଆମେରିକାକୁ ଉପଭୋଗ କରୁଥିଲେ। କିନ୍ତୁ ଡାଲ୍ଲାସ ଠାରେ ସେମାନଙ୍କ କାରକୁ ଧକ୍କା ଦେଇଛି ଗୋଟିଏ ଟ୍ରକ୍। ଏଥିଯୋଗୁ କାର୍ରେ ନିଆଁ ଲାଗି ଯିବାରୁ ୨ ଛୋଟ ପିଲାଟଙ୍କ ସମେତ ସେମାନଙ୍କ ବାପା ମା’ ଜୀବନ୍ତ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।
ହାଇଦ୍ରାବାଦରେ ରହୁଥିବା ତେଜସ୍ୱିନୀ, ତାଙ୍କ ସ୍ୱାମୀ ଭେଙ୍କଟ ଓ ୨ ପିଲା ଛୁଟି କାଟିବାକୁ ଆମେରିକା ଯାଇଥିବା ବେଳେ ସେଠାରେ ୪ ଜଣ ଯାକ ଆଖି ବୁଜିଛନ୍ତି। ଗତ ସପ୍ତାହରେ ଏମାନେ ଅଟଲାଣ୍ଟାଠାରେ ରହୁଥିବା ନିଜର ସମ୍ପର୍କୀୟଙ୍କୁ ଦେଖା ହେବାକୁ ଯାଇଥିଲେ। ସେଠାରୁ କାର ଯୋଗେ ଡାଲ୍ଲାସ ଫେରୁଥିବା ବେଳେ ଅଧା ରାସ୍ତାରେ ଏପରି ଘଟଣା ଘଟିଛି।
ଗ୍ରୀନ କାଉଣ୍ଟୀ ଠାରେ ଗୋଟିଏ ମିନି ଟ୍ରକ ସହ ଭେଙ୍କଟ ଓ ତାଙ୍କ ପରିବାର ଯାତ୍ରା କରୁଥିବା କାରର ମୁହାଁମୁହିଁ ଧକ୍କା ହୋଇଛି। ମିନି ଟ୍ରକଟି ଭୁଲ ଦିଗରେ ଆସି କାର୍କୁ ଧକ୍କା ଦେଇଥିଲେ। ମିନି ଟ୍ରକ ଏତେ ଜୋରରେ ପିଟି ହୋଇଥିଲା ଯେ କାରରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ଭେଙ୍କଟ, ତାଙ୍କ ପତ୍ନୀ ଓ ଦୁଇ ପିଲା କାରରେ ଫସି ଯାଇଥିଲେ। ସେମାନେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
କାର୍ଟି ପୂରା ପାଉଁଶ ହୋଇଯାଇଥିବା ବେଳେ ପୀଡ଼ତମାନଙ୍କ ହାଡ଼କୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ପୂର୍ବରୁ ପୁଲିସ୍ ଡିଏନଏ ନମୁନାର ପରୀକ୍ଷା କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/USA_1751954925.jpg)