Advertisment

Jaahnavi Kandula: ପୁଲିସ ଅଫିସରଙ୍କ ଗାଡ଼ି ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା: ପରିବାର ଲୋକଙ୍କୁ ମିଳିବ ୨୬୨ କୋଟି

ଜାହ୍ନବୀ କଣ୍ଡୁଲା ନର୍ଥଇଷ୍ଟର୍ନ୍ ୟୁନିଭର୍ସିଟିର ସିଏଟ୍ଟଲ କ୍ୟାମ୍ପସ୍‌ରେ ଇନଫର୍ମେସନ୍ ସିଷ୍ଟମ୍‌ରେ ମାଷ୍ଟର୍ସ କରୁଥିଲେ। ୨୦୨୩ ଜାନୁଆରୀ ୨୩ ତାରିଖରେ ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଗୋଟିଏ ଗାଡ଼ି ଧକ୍କା ଦେଇଥିଲା।

Jaahnavi

ଜାହ୍ନବୀ (ଫାଇଲ ଫଟୋ)

Advertisment

ଆମେରିକା(USA)ର ସିଏଟ୍ଟଲରେ ଜଣେ ପୁଲିସ୍‌ ଅଧିକାରୀଙ୍କ ଦ୍ରୁତଗାଡ଼ି ଚାଳନା ଯୋଗୁ ପ୍ରାଣ ହରାଇଥିବା ୨୩ ବର୍ଷୀୟ ଭାରତୀୟ ଗ୍ରାଜୁଏଟ୍ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ପରିବାର ଆଇନଗତ ଯୁଦ୍ଧରେ ବିଜୟୀ ହୋଇଛନ୍ତି। ୨୦୨୩ରେ ନିଜ ଝିଅକୁ ହରାଇଥିବା ପରିବାର ଲୋକଙ୍କୁ ସିଏଟଲ କର୍ତ୍ତୃପକ୍ଷ ୨୯ ମିଲିୟନ୍ ଡଲାର ବା ପ୍ରାୟ ୨୬୨ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି। 

Advertisment

୨୦୨୪ରେ ଜାହ୍ନବୀଙ୍କ ପରିବାର ଲୋକ wrongful death lawsuit ଦାଖଲ କରିଥିଲେ। ଏହି ମାମଲା ସିଏଟ୍ଟଲ କର୍ତ୍ତୃପକ୍ଷ ଓ ସହରର ପୂର୍ବତନ ପୁଲିସ ଅଧିକାରୀ କେଭିନ୍ ଡେଭଙ୍କ ବିରୋଧରେ ଦାଏର କରାଯାଇଥିଲା। କେଭିନ୍ ଡେଭଙ୍କୁ ଗତ ବର୍ଷ ଚାକିରିରୁ ବରଖାସ୍ତ କରାଯାଇଥିଲା। 

ମାମଲାର ସମାଧାନ ସମ୍ପର୍କରେ ଘୋଷଣା ହୋଇଥିବା ବିବୃତିରେ ସହରର ଆଇନଜୀବୀ ଏରିକା ଇଭାନ୍ସ କହିଛନ୍ତି ଯେ ଜାହ୍ନବୀଙ୍କ ମୃତ୍ୟୁ "ହୃଦୟବିଦାରକ" ଥିଲା। ଏହି ଆର୍ଥିକ ଚୁକ୍ତି ତାଙ୍କ ପରିବାରକୁ କିଛି ମାତ୍ରାରେ ଶାନ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏରିକା ଇଭାନ୍ସ କହିଛନ୍ତି ଯେ “ଜାହ୍ନବୀ କଣ୍ଡୁଲାଙ୍କ ଜୀବନ ବେଶ ଗୁରୁତ୍ୱବହନ କରେ। ତାଙ୍କ ପରିବାର, ବନ୍ଧୁ ଓ ଆମ ସମ୍ପ୍ରଦାୟ ପାଇଁ ମଧ୍ୟ ଏହା ବେଶ ଗୁରୁତ୍ୱପୂର୍ଣ୍ଣ।”

Advertisment

ଜାହ୍ନବୀ କଣ୍ଡୁଲା ନର୍ଥଇଷ୍ଟର୍ନ୍ ୟୁନିଭର୍ସିଟିର ସିଏଟ୍ଟଲ କ୍ୟାମ୍ପସ୍‌ରେ ଇନଫର୍ମେସନ୍ ସିଷ୍ଟମ୍‌ରେ ମାଷ୍ଟର୍ସ କରୁଥିଲେ। ୨୦୨୩ ଜାନୁଆରୀ ୨୩ ତାରିଖରେ ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ ଗୋଟିଏ ଗାଡ଼ି ଧକ୍କା ଦେଇଥିଲା। ଏହାକୁ ପୁଲିସ୍‌ ଅଧିକାରୀ ଡାଭେ ଚଳାଉଥିଲେ। ବାସ୍ତବରେ ଡେଭ୍ ଗୋଟିଏ ଜରୁରୀ କଲ ପାଇ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚିବାକୁ ଚାହୁଁଥିଲେ। ଏଥିପାଇଁ ସେ ଦ୍ରୁତଗତିରେ ଗାଡ଼ି ଚଳାଉଥିଲେ।

ଯେଉଁ ସ୍ଥାନରେ ଘଣ୍ଟା ପ୍ରତି ୨୫ ମାଇଲ୍ ସ୍ପିଡରେ ଯିବା କଥା ଘଟଣା ଦିନ ଡାଭେ ୭୪ ମାଇଲ୍ ସ୍ପିଡରେ ଗାଡ଼ି ଚଳାଇଥିଲେ। ତାଙ୍କର ଇମର୍ଜେନ୍ସି ଲାଇଟ୍ ଜଳୁଥିଲା ଓ ସାଇରନ୍ ମଧ୍ୟ ଅନ କରି ରଖିଥିଲେ। ତଥାପି ଜାହ୍ନବୀ ରାସ୍ତା ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। 

ଡ୍ୟାଶକ୍ୟାମ୍ ଫୁଟେଜ୍‌ରେ ଦେଖିବାକୁ ମିଳିଥିଲା ଯେ ଦୁର୍ଘଟଣା ଘଟିବାର କିଛି ମୁହୂର୍ତ୍ତ ପୂର୍ବରୁ ଜାହ୍ନବୀ ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ସେହିପରି ଧକ୍କା ଏତେ ତୀବ୍ର ଥିଲା ଯେ ଜାହ୍ନବୀ ସିଧା ୧୦୦ ଫୁଟ୍‌ରୁ ଅଧିକ ଦୂର ଛିଟିକି ହୋଇ ପଡ଼ିଥିଲେ। 

୨୦୨୪ ଫେବୃଆରୀରେ ପ୍ରସିକ୍ୟୁଟର୍ ଅଫିସ୍ ଡେଭଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଦାଏର କରିବାକୁ ମନା କରିଥିଲେ। କାରଣ ସେ ଜରୁରୀ କଲ ପାଇ ଗାଡ଼ି ଚାଳନା କରୁଥିଲେ। ସେହିପରି ତାଙ୍କ ଅପରାଧିକ ଆଚରଣ ପ୍ରମାଣ କରିବାକୁ ପର୍ଯ୍ୟାପ୍ତ ପ୍ରମାଣର ତଥ୍ୟ ମଧ୍ୟ ନଥିଲା। କିନ୍ତୁ ତାଙ୍କୁ ଦ୍ୱିତୀୟ ଡିଗ୍ରୀ ବା ଅବହେଳାଜନିତ ଗାଡ଼ି ଚଳାଇବା ପାଇଁ ଦଣ୍ଡ ମିଳିଥିଲା। ତାଙ୍କ ଉପରେ ୫,୦୦୦ ଡଲାର ଜୋରିମାନା ସହ ପୁଲିସ ବିଭାଗରୁ ବରଖାସ୍ତ କରାଯାଇଥିଲା। 

ତେବେ ଭାରତ ସରକାର ମଧ୍ୟ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଥିଲେ। ଜାହ୍ନବୀଙ୍କ ପରିବାର ଲୋକ ଗୋଟିଏ ଆବେଦନ କରି କ୍ଷତି ପୂରଣ ଦାବି କରିଥିଲେ। ଏବେ ସେମାନେ ୨୬୨ କୋଟି ଟଙ୍କା ପାଇବାକୁ ଯାଉଛନ୍ତି। 

USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe