Advertisment

ଇସ୍ରାଏଲ ପାଇଁ ଅନାହାର ଆଁରେ ୫ ଲକ୍ଷରୁ ଅଧିକ ଲୋକ

୫,୧୪,୦୦୦ ଲୋକ ଏବେ ଅନାହାରରେ ଦିନ କାଟୁଛନ୍ତି। ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା ୬,୪୧,୦୦୦ରେ ପହଞ୍ଚିବ।

author-image
Hemant Lenka
ଅଦ୍ୟତନ ହୋଇଛି
Gaza

Gaza

ହମାସ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଥିବା ଇସ୍ରାଏଲ ପାଇଁ ଏବେ ଗାଜାରେ ରହୁଥିବା ସାଧାରଣ ଲୋକଙ୍କ ଅବସ୍ଥା ସାଂଘାତିକ। ଇସ୍ରାଏଲ ଗାଜାକୁ ଆସୁଥିବା ଖାଦ୍ୟ ଓ ମାନବୀୟ ସହାୟତା ଉପରେ ରୋକ ଲଗାଇ ଥିବାରୁ ଭୋକରେ ଆଉଟ ପାଉଟ ହେଉଛନ୍ତି ସାଧାରଣ ପାଲେଷ୍ଟାଇନ ନାଗରିକ। ସ୍ଥିତି ଏପରି ହୋଇଛି ଯେ ଗାଜାର ଗୋଟିଏ ଅଞ୍ଚଳରେ ଅନାହାର ସ୍ଥିତି ସୃଷ୍ଟତି ହୋଇଛି।

Advertisment

ଆସନ୍ତା ମାସରେ ଏହା ଆହୁରି ଭୟଙ୍କ ସ୍ଥିତି ସୃଷ୍ଟି କରିବ ବୋଲି ବିଶ୍ୱ ହଙ୍ଗର ରିପୋର୍ଟରେ ଆଶଙ୍କା କରାଯାଇଛି। ଏହି ରିପୋର୍ଟ ପରେ ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାକୁ ଅଧିକ ମାତ୍ରାରେ ମାନବୀୟ ସହାୟତା ଯୋଗାଇ ଦେବାକୁ ଇସ୍ରାଏଲ ଉପରେ ଚାପ ବଢ଼ିବାରେ ଲାଗିଛି।

ଇଣ୍ଟିଗ୍ରେଡେଟ ଫୁଡ ସିକ୍ୟୁରିଟୀ ଫେଜ କ୍ଲାସିଫିକେସନ ସିଷ୍ଟମ ଅନୁଯାୟୀ, ୫,୧୪,୦୦୦ ଲୋକ ଏବେ ଅନାହାରରେ ଦିନ କାଟୁଛନ୍ତି। ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା ୬,୪୧,୦୦୦ରେ ପହଞ୍ଚିବ। ଏହାର ଅର୍ଥ ଗାଜାରେ ରହୁଥିବା ଏକ ଚତୁର୍ଥାଂଶ ପାଲେଷ୍ଟାଇନ ନାଗରିକ ଏବେ ଖାଦ୍ୟ ପାଉ ନାହାନ୍ତି।

Advertisment

ଆଇପିସି ରିପୋର୍ଟରେ ଦର୍ଶାଯାଇଛି ଯେ ଗାଜା ସହରର ଉତ୍ତରପୂର୍ବ ଅଞ୍ଚଳରେ ରହୁଥିବା ୨,୮୦,୦୦୦ ଲୋକ ଏବେ ଠାରୁ ହିଁ ଅନାହାରର ଶିକାର ହୋଇ ସାରିଲେ। ପ୍ରଥମଥର ପାଇଁ ସେଠାରେ ଏପରି ସ୍ଥିତି ଦେଖାଯାଇଛି। ଯଦି ସହାୟତା ନ ମିଳିବ, ତା’ହେଲେ ଦୈର ଅଲ ବାଲା ଓ ଖାନ ୟୁନିସର ଲୋକମାନେ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହେବେ।

ତେବେ ଇସ୍ରାଏଲ ପକ୍ଷରୁ ଏପରି ରିପୋର୍ଟକୁ ଗ୍ରହଣ କରାଯାଇ ନାହିଁ। ଏହାକୁ ଇସ୍ରାଏଲ ମିଛ ଓ ପକ୍ଷପାତିତା ରିପୋର୍ଟ ବୋଲି କହିଛି। ଦେଶ କହିଛି ଯେ ହମାସ ପକ୍ଷରୁ ଦିଆଯାଇଥିବା ଆଶିଂକ ତଥ୍ୟକୁ ଆଧାର କରି ଏପରି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୌଣସି ପ୍ରକାରର ସତ୍ୟତା ନାହିଁ।

ଅନ୍ୟପକ୍ଷରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି “ଗାଜାରେ ଦେଖାଯାଇଥିବା ଜୀବନ୍ତ ନର୍କକୁ ବର୍ଣ୍ଣନା କରିବା ପାଇଁ ଏବେ ଅନାହାର ଶବ୍ଦକୁ ମଧ୍ୟ ଯୋଡ଼ି ଦିଆଯାଇଛି। ଏହାକୁ ସେ ମାନବ ଯୁକ୍ତ ବିପର୍ଯ୍ୟୟ ଓ ମାନବିକତାର ମୃତ୍ୟୁ ବୋଲି କହିଛନ୍ତି। ଅନାହାର କେବଳ ଖାଦ୍ୟ ପାଇଁ ନୁହେଁ, ବରଂ ସମସ୍ତ ଜରୁରୀ ସେବା ଭୁଶୁଡ଼ିବା ଯୋଗୁ ସୃଷ୍ଟି ହୋଇଛି। ଏଥିଯୋଗୁ ଲୋକମାନେ ଭୋକିଲା ରହୁଛନ୍ତି ଓ ଛୋଟ ପିଲା ପ୍ରାଣ ହରାଉଛନ୍ତି। ଇସ୍ରାଏଲ ଏବେ କୌଣସି ବାହାନା ନ କରି ସାଧାରଣ ଲୋକଙ୍କ ପାଖରେ ଖାଦ୍ୟ ଓ ମେଡିସିନ ପହଞ୍ଚାଇବାକୁ ନିଶ୍ଚିତ କରୁ ବୋଲି ଗୁଟେରନ କହିଛନ୍ତି।

Israel Gaza