Advertisment

Mass Shooting: ସିଡ୍‌ନୀ ଆତଙ୍କବାଦୀ ହମଲା ପଛରେ ପାକିସ୍ତାନୀ ବାପ-ପୁଅ, ସାମ୍ନାକୁ ଆସିଲା IS ଲିଙ୍କ୍‌

ସାଜିଦ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଏବେ ନାଭେଦ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଉଭୟ ପାକିସ୍ତାନୀର ମୂଳ ବାସିନ୍ଦା। ନାଭେଦ ଆକ୍ରମଣର ନ୍ୟୁ ସାଉଥ ୱେଲ୍ସ ଡ୍ରାଇଭର ଲାଇସେନ୍ସ ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ସେ ପାକିସ୍ତାନୀ କ୍ରିକେଟ ଟିମର ଜର୍ସି ପିନ୍ଧିଛି।

author-image
Hemant Lenka
Syden

ଆକ୍ରମଣ କରିଥିବା ବାପ-ପୁଅ

ଅଷ୍ଟ୍ରେଲିଆର ସିଡ୍‌ନୀରେ ହୋଇଥିବା ଆତଙ୍କବାଦୀ ହମଲାରେ ସାମିଲ ଥିବା ୨ ବନ୍ଧୁକଧାରୀଙ୍କ ପରିଚୟ ମିଳିଛି। ସିଡ୍‌ନୀ ବଣ୍ଡି ବିଚ୍‌ରେ ଇହୁଦୀମାନଙ୍କୁ ନେଇ ଆୟୋଜିତ ହାନୁକା କାର୍ଯ୍ୟକ୍ରମରେ ରବିବାର ସନ୍ଧ୍ୟାରେ ୨ ବନ୍ଧୁକଧାରୀ ଗୁଳି ମାଡ଼ କରିଥିଲେ। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ପୁଲିସ୍‌ ଅଧିକାରୀଙ୍କ ସହ ୩୦ ଜଣ ଆହତ ହୋଇଛନ୍ତି। ତେବେ ଏହି ନରସଂହାର ପଛରେ ଥିବା ଦୁଇ ବନ୍ଧୁକଧାରୀ ହେଉଛନ୍ତି ପାକିସ୍ତାନୀ ବାପ-ପୁଅ। ସେମାନଙ୍କ କୁଖ୍ୟାତ ଆତଙ୍କବାଦୀ(Terror Attack) ସଂଗଠନ ଆଇଏସଆଇଏସ୍‌ ସହ ଲିଙ୍କ ଥିବା ମଧ୍ୟ ଜଣାପଡ଼ିଛି।

Advertisment

ଗୁଳିମାଡ଼ ସମୟରେ ପୁଲିସ୍‌ର ପାଲଟା ଆକ୍ରମଣରେ ୫୦ ବର୍ଷୀୟ ବନ୍ଧୁକଧାରୀ ପ୍ରାଣ ହରାଇଥିଲା। ତା’ର ୨୪ ବର୍ଷୀୟ ପୁଅ ଏବେ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ତା’ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। 

ପୁଲିସ ନିଶ୍ଚିତ କରିଛି ଯେ ଆକ୍ରମଣରେ ଏହି ବାପ-ପୁଅଙ୍କ ବ୍ୟତୀତ ଆଉ କେହି ବି ସାମିଲ ନଥିଲେ। ପୁଲିସ୍‌ କହିଛି ଯେ ଇହୁଦୀ କାର୍ଯ୍ୟକ୍ରମରେ ଗୁଳି ମାଡ଼ କରିଥିବା ୫୦ ବର୍ଷୀୟ ବ୍ୟକ୍ତି ଜଣକ ହେଉଛି ସାଜିଦ ଆକ୍ରମ। ତା’ର ୨୪ ବର୍ଷୀୟ ପୁଅ ନାଭେଦ ଆକ୍ରମ ମଧ୍ୟ ଇହୁଦୀ କାର୍ଯ୍ୟକ୍ରମ ପାଇଁ ସମୁଦ୍ର କୂଳରେ ଏକାଠି ହୋଇଥିବା ଲୋକଙ୍କ ଉପରକୁ ଗୁଳି ମାଡ଼ କରିଥିଲା।

Advertisment

ସାଜିଦ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ଏବେ ନାଭେଦ ହସ୍ପିଟାଲରେ ଚିକିତ୍ସିତ ହେଉଛି। ଉଭୟ ପାକିସ୍ତାନୀର ମୂଳ ବାସିନ୍ଦା। ନାଭେଦ ଆକ୍ରମଣର ନ୍ୟୁ ସାଉଥ ୱେଲ୍ସ ଡ୍ରାଇଭର ଲାଇସେନ୍ସ ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ସେ ପାକିସ୍ତାନୀ କ୍ରିକେଟ ଟିମର ଜର୍ସି ପିନ୍ଧିଛି।

ସାଜିଦ ୧୯୯୮ରେ ଛାତ୍ର ଭିସା ଧରି ପାକିସ୍ତାନ(Pakistan)ରୁ ଅଷ୍ଟ୍ରେଲିଆ ଆସିଥିଲା। ଅଷ୍ଟ୍ରେଲିଆରେ ରହିବା ସମୟରେ ନାଭେଦ ଜନ୍ମ ଗ୍ରହଣ କରିଥିଲା। ସାଜିଦ ଛାତ୍ର ଭିସାକୁ ୨୦୦୧ରେ ଗୋଟିଏ ପାର୍ଟନର ଭିସାକୁ ବଦଳି ଥିଲା। ଶେଷରେ ସେ ଅଷ୍ଟ୍ରେଲିଆର ସ୍ଥାୟୀ ଭିସା ମଧ୍ୟ ପାଇଥିଲା ବୋଲି ଅଷ୍ଟ୍ରେଲିଆର ସ୍ୱରାଷ୍ଟ୍ର ମନ୍ତ୍ରୀ ଟୋନୀ ବୁର୍କେ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ(Australia) ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସ କହିଛନ୍ତି ଯେ ଦୁଇ ଆକ୍ରମଣକାରୀ ଜାଣିଶୁଣି ଇହୁଦୀମାନଙ୍କୁ ହାନୁକା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଟାର୍ଗେଟ କରିଥିଲେ। 

ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ନାଭେଦକୁ ୬ ବର୍ଷ ତଳେ ଅଷ୍ଟ୍ରେଲିଆର ସୁରକ୍ଷା ଏଜେନ୍ସି ଆଇଏସଆଇଏସ୍‌ ଲିଙ୍କରେ ଜେରା କରିଥିଲା। ସେବେଠାରୁ ସେ ସୁରକ୍ଷାକର୍ମୀଙ୍କ ରାଡାରରେ ଥିଲା। ଏଥିପାଇଁ ସେ ସବୁବେଳେ ସର୍ବସାଧାରଣରୁ ଦୂରେଇ ରହୁଥିଲା। ସମ୍ଭବତଃ ସେ ଆକ୍ରମଣ ପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲା। ରବିବାର ସେ ଆକ୍ରମଣ ସୁଯୋଗ ପାଇବାରୁ ଗୁଳିମାଡ଼ କରିଥିଲା। 

ସାଜିଦ ଆକ୍ରମର ଗୋଟିଏ ଫଳ ଦୋକାନ ରହିଛି। ହେଲେ ୨ ମାସ ହେଲା ତା’ ପୁଅ ନାଭେଦ ପାଖରେ କୌଣସି କାମ ନଥିଲା। ସେ ପୂର୍ବରୁ ଗୋଟିଏ ଇଟା ତିଆରି କମ୍ପାନୀରେ କାମ କରୁଥିଲା। କିନ୍ତୁ ୨ ମାସ ତଳେ କମ୍ପାନୀ ବନ୍ଦ ହୋଇଯିବାରୁ ସେ ବେକାର ହୋଇ ବୁଲୁଥିଲା। ସେହିପରି ୧୦ ବର୍ଷ ତଳେ ସାଜିଦ ବନ୍ଧୁକ ଲାଇସେନ୍ସ ହାସଲ କରିଥିଲା। ତା’ ପାଖରେ ମୋଟ ୬ଟି ବନ୍ଧୁକ ରହିଥିଲା। ବାପ-ପୁଅ ରବିବାର ୬ଟି ଯାକ ବନ୍ଧୁକ ବ୍ୟବହାର କରି ହାନୁକା କାର୍ଯ୍ୟକ୍ରମ ଉପରେ ଗୁଳି ମାଡ଼ କରିଥିଲେ। 

ଏବେ ନାଭେଦ ହସ୍ପିଟାଲରେ ଚିକିତ୍ସିତ ହେଉଛି। ସେ ସୁସ୍ଥ ହେବା ପରେ ପୁଲିସ୍‌ ତା’ ଠାରୁ ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। 

Pakistan Terror Attack Australia