Palestinian Supporters attack on US Army Airbase
ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ଏକ ମାସ ହେବା ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଲଗାତର ଗାଜା ପଟ୍ଟି ଉପରେ ଆକ୍ରମଣ କରୁଛି। ଆମେରିକା ଖୋଲାଖୋଲି ଭାବେ ଇସ୍ରାଏଲକୁ ସମର୍ଥନ କରୁଛି। ଏହାରି ଭିତରେ ଆମେରିକା ସେନା ଏୟାରବେସ୍ ଉପରେ ପାଲେଷ୍ଟାଇନ୍ ସମର୍ଥକ ଆତଙ୍କବାଦୀମାନେ ହମ୍ଲା କରିଛନ୍ତି।
ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗାଜା ଉପରେ ଆଲୋଚନା ପାଇଁ ଅଙ୍କାରରେ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ପାଲେଷ୍ଟାଇନ ସମର୍ଥକ ଆତଙ୍କବାଦୀମାନେ ଆମେରିକାର ଏୟାରବେସ୍ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।
ବିକ୍ଷୋଭକାରୀମାନେ ବ୍ୟାରିକେଡ୍ ଭାଙ୍ଗିବା ସହ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ତେବେ ତୁର୍କୀ ପୁଲିସ ଦାୟିତ୍ୱ ଗ୍ରହଣ କରି ଲୁହବୁହା ଗ୍ୟାସ ଏବଂ ପାଣି ବ୍ୟବହାର କରି ବିକ୍ଷୋଭକାରୀଙ୍କୁ ଘଉଡାଇ ଥିଲେ। ବିକ୍ଷୋଭକାରୀମାନେ ପ୍ଲାଷ୍ଟିକ ଚେୟାର, ପଥର ଏବଂ ଅନ୍ୟାନ୍ୟ ଜିନିଷ ଫିଙ୍ଗା ଫୋପଡା କରିଥିଲେ। ତେବେ ତୁର୍କୀ ପୁଲିସ ଦାୟିତ୍ୱ ଗ୍ରହଣ କରି ଲୁହବୁହା ଗ୍ୟାସ ଏବଂ ପାଣି ବ୍ୟବହାର କରି ବିକ୍ଷୋଭକାରୀଙ୍କୁ ଘଉଡାଇବାରେ ସକ୍ଷମ ହୋଇଛି।
ଗାଜାରେ ମାନବିକ ସଙ୍କଟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ତୁର୍କୀ ଇସ୍ରାଏଲକୁ ତୀବ୍ର ସମାଲୋଚନା କରୁଛି। ଅନ୍ୟପଟେ ପାଲେଷ୍ଟାଇନ ଗୋଷ୍ଠୀ ହମାସ ସଦସ୍ୟଙ୍କୁ ଆୟୋଜନ କରି ଦୁଇ ରାଜ୍ୟ ସମାଧାନକୁ ସମର୍ଥନ କରୁଛି। ଇସ୍ରାଏଲ୍-ହମାସ୍ ଯୁଦ୍ଧ ଆରମ୍ଭରୁ ତୁର୍କୀରେ ବଡ଼ ଧରଣର ବିରୋଧ ଆରମ୍ଭ ହୋଇଥିଲା। ଇସ୍ରାଏଲର ଗାଜା ଉପରେ ହୋଇଥିବା ଆକ୍ରମଣ ବିରୋଧରେ ତୁର୍କୀରେ ବିକ୍ଷୋଭକାରୀମାନେ ବିରୋଧ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1699254909.jpg)