Advertisment

ଇଦ୍‌ ବେଳେ ପାକିସ୍ତାନରେ ଆର୍ଥିକ ସଙ୍କଟ: ଏଟିଏମ୍‌ ଖାଲି, ସୀମା ପାର୍‌ ହେଲା ଚୋରଙ୍କ ଉତ୍ପାତ

ଏପରି ପରିସ୍ଥିତି ହୋଇଛି ଯେ ଗୃହପାଳିତ ପଶୁଙ୍କୁ ମଧ୍ୟ ଚୋରି କରି ନେଉଛନ୍ତି ଦୁର୍ବୃତ୍ତମାନେ। ଇଦ୍‌ ପାଳନ ବେଳେ ପାକିସ୍ତାନରେ ଦେଖାଦେଇଛି ଏଭଳି ଅଭାବନୀୟ ସ୍ଥିତି ଓ ଆର୍ଥିକ ମାନ୍ଦାବସ୍ଥା।

author-image
Niranjan Mishra
ଅଦ୍ୟତନ ହୋଇଛି
representational image

representational image

ଏଟିଏମ୍‌ ଖାଲି। ସହରର ଚାଲିଛି ଚୋରଙ୍କ ଉତ୍ପାତ। ଏପରି ପରିସ୍ଥିତି ହୋଇଛି ଯେ ଗୃହପାଳିତ ପଶୁଙ୍କୁ ମଧ୍ୟ ଚୋରି କରି ନେଉଛନ୍ତି ଦୁର୍ବୃତ୍ତମାନେ। ଇଦ୍‌ ପାଳନ ବେଳେ ପାକିସ୍ତାନରେ ଦେଖାଦେଇଛି ଏଭଳି ଅଭାବନୀୟ ସ୍ଥିତି ଓ ଆର୍ଥିକ ମାନ୍ଦାବସ୍ଥା। ଯାହା ପୁଣି ଏଠାକାର ଲୋକଙ୍କ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ସେହବାଜ ସରିଫ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ସହାୟତା ପାଇବାକୁ ଅପେକ୍ଷା କରିଥିବା ସତ୍ତ୍ୱେ କିଛି ବି ଫଳ ମିଳୁନି।

Advertisment

ପରିସ୍ଥିତି ଏପରି ହୋଇଛି ପାକିସ୍ତାନର ବିଭିନ୍ନ ପ୍ରମୁଖ ସହରରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। ଏଟିଏମ୍‌ରୁ ଟଙ୍କା ଚୋରି ହୋଇଯାଉଥିବା ବେଳେ ଗୃହପାଳିତ ପଶୁଙ୍କୁ ଦୁର୍ବୃତ୍ତମାନେ ଚୋରାଇ ନେଉଛନ୍ତି। ପାକିସ୍ତାନର ଅର୍ଥନୀତି ପୁଣି ତଳକୁ ଖସି ପଡ଼ିବା ପରିସ୍ଥିତିକୁ ଅଣାୟତ କରିଛି।

ରିପୋର୍ଟ ମୁତାବକ, କରାଚି ଭଳି ସହରରେ ଚୋରି ସବୁଠାରୁ ଅଧିକ ବଢ଼ିଛି। ଇଦ୍‌ ଉତ୍ସବ ପାଳନ ବେଳେ ପାଖାପାଖି ବିଭିନ୍ନ ଘଟଣାରେ ୪୬ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୩ ହଜାର ଡକାୟତି ମାମଲା ସାମ୍ନାକୁ ଆସିଛି।

Advertisment

ସିନ୍ଧି ଚୋରମାନେ ଲୋକଙ୍କୁ ଲୁଟ୍‌ କରୁଥିବାରୁ ଓ ଗୃହପାଳିତ ପଶୁମାନଙ୍କୁ ଚୋରି କରି ନେଉଥିବାରୁ ସାଧାରଣ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ସିନ୍ଧ ଥାନା ଅଞ୍ଚଳରେ ଥିବା ଗୃହପାଳିତ ପ୍ରାଣୀ ବିକ୍ରି ବଜାରରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି। ପୁଲିସ ଆଇନଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତ କରିବାରେ ଫେଲ ମାରିଛି।

ବେକାରି ସଂଖ୍ୟା ବୃଦ୍ଧି ଓ ଗରିବ ସୀମାରେଖା ତଳକୁ ବହୁ ଲୋକ ଚାଲିଯିବା ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ସୂଚନା ମିଳିଛି। ବହୁ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ନିଯୁକ୍ତି ସୁଯୋଗ ନପାଇ ଅଶାନ୍ତି ଓ ଅସନ୍ତୋଷରେ ଅଛନ୍ତି।

ଇସଲାମାବାଦ୍ ଓ ରାୱଲପିଣ୍ଡି ଭିତରେ ଥିବା ବଜାରରେ ଗୃହପାଳିତ ପଶୁମାନଙ୍କୁ ବିକ୍ରି କରିବାକୁ ପହଞ୍ଚିଥିବା ବ୍ୟବସାୟୀମାନଙ୍କୁ ହତାସାର ସମ୍ମୁଖୀନ ହେବାକୁ ପଡ଼ିଛି। ସେମାନଙ୍କର ୧୮ଟି ଓଟ ବିକ୍ରି ହେବା ସ୍ଥାନରେ ମାତ୍ର ଗୋଟିଏ ଓଟ ବିକ୍ରି ହେଉଛି। ଦରବୃଦ୍ଧି ଯୋଗୁ ଲୋକେ ବଜାରରୁ କିଣାକିଣି କରୁନାହାନ୍ତି। ଖାଲି ହାତରେ ବଜାରରୁ ଘରକୁ ଫେରୁଛନ୍ତି।

ଏଟିଏମ୍‌ ଖାଲି ହୋଇପଡ଼ିଛି। ଏବାବଦରେ ଅଭିଯୋଗ ସଂଖ୍ୟା ବଢ଼ୁଥିଲେ ହେଁ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରାଯାଉନି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ସହାୟତାକୁ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ଚାହିଁ ବସିଛନ୍ତି। ଏହା ଦିନେ କିମ୍ବା ଦୁଇଦିନ ଭିତରେ ମିଳିଗଲେ ସ୍ଥିତିରେ ସୁଧାର ଆସିବ ବୋଲି ସେ ଲୋକଙ୍କ ପାଖରେ ଆଶା ପ୍ରକାଶ କରିଛନ୍ତି।

Pakistan Eid Economic Crisis