Advertisment

ଛାଡ଼ପତ୍ର ଦେବେ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ; ୧୯ ବର୍ଷର ବିବାହରେ ପଡ଼ିବ ପୂର୍ଣ୍ଣଛେଦ

ନିଜ ୧୯ ବର୍ଷର ବିବାହରେ ବିରାମ ଲଗାଇବାକୁ ଯାଉଛନ୍ତି ବିଶ୍ୱର ଏହି ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ସାଧାରଣ ନିର୍ବାଚନ ହାରିବା ପରେ ଗତ ବୁଧବାର ଏନେଇ ସ୍ପଷ୍ଟ କରିଛନ୍ତି ସାନା।

Finland-PM-Sanna-Marin with husband

Finland-PM-Sanna-Marin with husband

Advertisment

ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନଙ୍କୁ ନେଇ ଏବେ ସୋଶାଲ ମିଡିଆରେ ଜୋର ଧରିଛି ଚର୍ଚ୍ଚା। ନିଜ ୧୯ ବର୍ଷର ବିବାହରେ ପୂର୍ଣ୍ଣଛେଦ ପକାଇବାକୁ ଯାଉଛନ୍ତି ବିଶ୍ୱର ଏହି ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ଅର୍ଥାତ ଉଭୟ ସାନା ଓ ତାଙ୍କ ସ୍ୱାମୀ ମାର୍କସ ରିଆକୋନେନ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏନେଇ ଉଭୟ ନିଜ ସୋଶାଲ ସାଇଟ୍‌ରେ ନିଜ ଫ୍ୟାନ୍ସଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି। ସାଧାରଣ ନିର୍ବାଚନ ହାରିବା ପରେ ଗତ ବୁଧବାର ଏନେଇ ସ୍ପଷ୍ଟ କରିଛନ୍ତି ସାନା।

Advertisment

ଏନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ‘ଆମେ ଦୁହେଁ ଏକ ସାଥିରେ ଛାଡ଼ପତ୍ର ପାଇଁ ଆବେଦନ କରିଛୁ। କିନ୍ତୁ ୧୯ ବର୍ଷ ଏକାଠି ବିତାଇଥିବାରୁ ଆମେ ପରସ୍ପର ନିକଟରେ ସବୁବେଳେ କୃତଜ୍ଞ । ମୁଁ ଏବେବି ମାର୍କସଙ୍କୁ ସବୁଠୁ ଉତ୍ତମ ବନ୍ଧୁ ରୂପେ ବିବେଚନା କରୁଛି।’

ଏଥିସହ ସେ କହିଛନ୍ତି, ଭବିଷ୍ୟତରେ ବି ଆମେ ଏକ ପରିବାର ପରି ସମୟ ଅତିବାହିତ କରିବୁ । ଉଭୟଙ୍କର ଏକ ୫ ବର୍ଷର ଝିଅ ଥିବା ଜଣାଯାଇଛି। ମାର୍କସ ବି ନିଜ ଇନଷ୍ଟା ପୋଷ୍ଟରେ ଛାଡ଼ପତ୍ର ବିଷୟରେ ଘୋଷଣା କରିଛନ୍ତି।

Advertisment

ଗତ ମାସ ଫିନଲ୍ୟାଣ୍ଡରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ମାରିନଙ୍କ ପାର୍ଟି ୨ଶହ ସଂଖ୍ୟା ବିଶିଷ୍ଟ ସଂସଦରେ କେବଳ ୪୩ ସିଟ୍‌ ହାସଲ କରି ତୃତୀୟ ସ୍ଥାନରେ ରହିଛି। ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରିବାକୁ ପଡ଼ିବ ।

୩୭ ବର୍ଷୀୟ ମାରିନ ୨୦୧୯ ମସିହାରେ ବିଶ୍ୱର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ଅର୍ଜନ କରିଥିଲେ। ନିଜ ଦେଶକୁ ନାଟୋରେ ସାମିଲ କରିବାଠୁ ଆରମ୍ଭ କରି ଦକ୍ଷତାର ସହ କୋଭିଡ ପରିଚାଳନା କରି ବେଶ୍‌ ପ୍ରଶଂସା ସାଉଣ୍ଟି ସାରିଛନ୍ତି ମାରିନ । ଏଥିସହ ନିଜ ବିନ୍ଦାସ ଲାଇଫ୍‌ ପାଇଁ ବି ସବୁବେଳେ ସେ ଚର୍ଚ୍ଚାରେ। ନିଜ ଷ୍ଟାଇଲ୍‌ ଷ୍ଟେଟମେଣ୍ଟ ତଥା ରଙ୍ଗୀନ ଜୀବନ ବିତାଇବା ଓ ଅଧିକାଂଶ ସମୟରେ ପାର୍ଟିରେ ମସଗୁଲ ରହିବାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି ମାରିନ ।

Prime Minister Divorce
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe