Advertisment

କପିଲ ଶର୍ମାଙ୍କ କାଫେ ଉପରକୁ ଗୁଳିମାଡ଼, ନିଜକୁ ଦାୟୀ କଲେ ଖଲିସ୍ତାନୀ ଆତଙ୍କୀ

ଅଭିଯୁକ୍ତମାନେ କାରରେ ଆସିଥିଲେ। ସେମାନେ କାରରେ ଥାଇ ଗୁଳିମାଡ଼ କରିଥିଲେ।

ଅଦ୍ୟତନ ହୋଇଛି
Kapil's Cafe

Kapil's Cafe

Advertisment

କମେଡିଆନ କପିଲ ଶର୍ମାଙ୍କ କାନାଡା ସ୍ଥିତ କାଫେ ଉପରକୁ ଗୁଳିମାଡ଼ ହୋଇଛି। ନିକଟରେ କାନାଡାର ସରେରେ କପିଲ ତାଙ୍କର ଏହି ନୂଆ କାଫେଟି ଖୋଲିଥିଲେ।

Advertisment

ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଏଥିପାଇଁ ନିଜକୁ ଦାୟୀ କରିଛି ଖଲିସ୍ତାନୀ ଆତଙ୍କବାଦୀ ହରଜୀତ ସିଂହ ଲଡ୍ଡି। ସେ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ ତାଲିକାରେ ଅଛି। ବେଆଇନ ଘୋଷିତ ବବ୍ବର ଖାଲସା ଇଣ୍ଟରନ୍ୟାଶନାଲ (ବିକେଆଇ) ସହିତ ତା’ର ସଂପୃକ୍ତି ରହିଛି।

ବିଶ୍ୱ ହିନ୍ଦୁ ପରିଷଦ ନେତା ବିକାଶ ପ୍ରଭାକର ଓରଫ ବିକାଶ ବାଗ୍ଗା ହତ୍ୟାକାଣ୍ଡ ଘଟଣାରେ ହରଜିତ ସିଂହ ଲଡ୍ଡିକୁ ଖୋଜୁଛି ଏନ୍‌ଆଇଏ। ୨୦୨୪ ଏପ୍ରିଲ ମାସରେ ପଞ୍ଜାବର ରୂପନଗରରେ ବିକାଶଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।   

Advertisment

ମିଳିଥିବା ସୂଚନା ଅନୁଯାୟୀ, ଅତୀତରେ କପିଲ ଶର୍ମା ଦେଇଥିବା କିଛି ମନ୍ତବ୍ୟର ପ୍ରତିବାଦରେ ହରଜୀତ ସିଂହ ଲଡ୍ଡି ଏହି ଗୁଳିକାଣ୍ଡ ଘଟାଇଛି। କପିଲ ଶର୍ମାଙ୍କ ମନ୍ତବ୍ୟରେ ସେ ଲଜ୍ଜିତ ହୋଇଥିଲା। କିନ୍ତୁ ଏନେଇ କିଛି ସ୍ପଷ୍ଟ ହୋଇନାହିଁ।

କପିଲଙ୍କ କାଫେ ଉପରକୁ ଗୁଳିମାଡ଼ ବେଳର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି କାରରେ ଥାଇ ଝରକା ଦେଇ ଗୁଳି କରୁଛି। ସେ ଅତିକମ୍‌ରେ ୯ ରାଉଣ୍ଡ ଗୁଳି ଚଳାଇଛି। 

ପୁଲିସ୍ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। 

Kapil Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe