Advertisment

ଭାରତକୁ ସମର୍ଥନ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ: କହିଲେ- ପ୍ରଥମେ ନିଜ ସ୍ତ୍ରୀମାନଙ୍କ ଶାଢ଼ୀ ଜାଳି ଦିଅ

ହସିନା କହିଛନ୍ତି, ଯେତେବେଳେ BNP କ୍ଷମତାରେ ଥିଲା, ତା’ର ମନ୍ତ୍ରୀ ଓ ସେମାନଙ୍କ ପତ୍ନୀମାନେ ଭାରତ ଗସ୍ତରେ ଥିବା ବେଳେ ଶାଢ଼ୀ କିଣୁଥିଲେ ଓ ସେଗୁଡ଼ିକୁ ଆଣି ବାଂଲାଦେଶରେ ବିକ୍ରି କରୁଥିଲେ।

Sheikh Hasina

Sheikh Hasina

Advertisment

ଭାରତୀୟ ଜିନିଷଗୁଡ଼ିକୁ ବୟକଟ କରିବା ପାଇଁ ବାଂଲାଦେଶରେ ବିରୋଧୀ ଦଳ ନେତାମାନେ ଦାବି କରୁଥିବା ବେଳେ ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନା। ପ୍ରଥମେ ନିଜ ସ୍ତ୍ରୀମାନଙ୍କ ପାଖରେ ଥିବା ଭାରତୀୟ ଶାଢ଼ୀଗୁଡ଼ିକୁ ଜାଳି ଦେବାକୁ ସେ ବିରୋଧୀ ଦଳ ନେତାମାନଙ୍କୁ କହିଛନ୍ତି।

Advertisment

ନିଜ ଦଳ ଆୱାମ ଲିଗ୍‌ର ଏକ ବୈଠକକୁ ସମ୍ବୋଧିତ କରି ଶେଖ ହସିନା ଭାରତୀୟ ଦ୍ରବ୍ୟ ବୟକଟ ପ୍ରସଙ୍ଗରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଉପରେ ଖୁବ୍ ବର୍ଷି ଥିଲେ। ସେ କହିଥିଲେ, ମୋର ପ୍ରଶ୍ନ ହେଉଛି- ସେମାନଙ୍କ ପତ୍ନୀମାନେ କେତେ ଖଣ୍ଡ ଭାରତୀୟ ଶାଢ଼ୀ ରଖିଛନ୍ତି? ସେମାନେ କାହିଁକି ସେମାନଙ୍କ ପତ୍ନୀମାନଙ୍କ ସେହି ସବୁ ଶାଢ଼ୀ ନେଇ ନିଆଁ ଲଗାଇ ଦେଉ ନାହାନ୍ତି? ବିଏନ୍‌ପି ନେତାମାନଙ୍କୁ ସମସ୍ତ ଏହି ପ୍ରଶ୍ନ ପଚାରନ୍ତୁ ବୋଲି ସେ କହିଛନ୍ତି।

ହସିନା କହିଛନ୍ତି, ଯେତେବେଳେ BNP କ୍ଷମତାରେ ଥିଲା, ତା’ର ମନ୍ତ୍ରୀ ଓ ସେମାନଙ୍କ ପତ୍ନୀମାନେ ଭାରତ ଗସ୍ତରେ ଥିବା ବେଳେ ଶାଢ଼ୀ କିଣୁଥିଲେ ଓ ସେଗୁଡ଼ିକୁ ଆଣି ବାଂଲାଦେଶରେ ବିକ୍ରି କରୁଥିଲେ।

Advertisment

ସେ ଆହୁରି କହିଛନ୍ତି, କେବଳ ଶାଢ଼ୀ ନୁହେଁ, ଆମେ ବାଂଲାଦେଶରେ ଯେଉଁ ଗରମ ମସଲା, ପିଆଜ, ଅଦା, ରସୁଣ ଓ ରୋଷେଇ ପାଇଁ ବ୍ୟବହାର କରୁଥିବା ଅନ୍ୟାନ୍ୟ ସମସ୍ତ ମସଲା ଭାରତରୁ ଆସୁଛି। ସେଗୁଡ଼ିକ ମଧ୍ୟ ସେମାନଙ୍କ (BNP ନେତାଙ୍କ) ଘରେ ରହିବା ଉଚିତ ନୁହେଁ।

ଭାରତୀୟ ଜିନିଷଗୁଡ଼ିକୁ ବୟକଟ ଦାବିରେ ପ୍ରତୀକାତ୍ମକ ଭାବେ BNP ନେତା ରୁହୁଲ କବୀର ରିଜଭି ତାଙ୍କ କଶ୍ମୀରୀ ଶଲ୍‌କୁ ରାସ୍ତାରେ ଫୋପାଡ଼ି ଦେବା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ବାଂଲାଦେଶରେ ଆୱାମ ଲିଗ୍ ଲଗାତାର ଚତୁର୍ଥ ଥର ସରକାରକୁ ଆସିବା ପରେ ଏବେ ସେଠାକାର ବିରୋଧୀ ଦଳ ନେତା ଓ କିଛି ସାମାଜିକ କର୍ମୀ ଭାରତ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ଭାରତର କୌଣସି ଜିନିଷ ବାଂଲାଦେଶରେ ଚାଲିବ ନାହିଁ ବୋଲି ସେମାନେ ଦାବି କରୁଛନ୍ତି। ଯେଉଁମାନେ ଏହି ପ୍ରକାର ଅଭିଯାନ ସହିତ ସଂପୃକ୍ତ ଅଛନ୍ତି, ସେମାନେ ଦାବି କରିଛନ୍ତି ଯେ ଶେଖ ହସିନା ସର୍ବଦା କ୍ଷମତାରେ ରହୁ ବୋଲି ଭାରତ ଚାହୁଁଛି। ଭାରତ ନିଜର ସ୍ୱାର୍ଥ ହାସଲ ପାଇଁ ଏମିତି ଚାହୁଁଛି।

ଭାରତୀୟ ଜିନିଷଗୁଡ଼ିକୁ ବୟକଟ କରିବା ପାଇଁ ରିଜଭିଙ୍କ ଭଳି BNPର କିଛି ନେତା ଦାବି କରୁଥିବା ବେଳେ ଦଳ ପକ୍ଷରୁ କିନ୍ତୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ। BNP ମିଡିଆ ସେଲ୍ ସଦସ୍ୟ ଏସ୍‌. କବୀର ଖାନ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ଏନେଇ କିଛି ନିଷ୍ପତ୍ତି କରି ନାହିଁ। ତେବେ ଏହି ଦାବି ଜନତାଙ୍କ ପକ୍ଷରୁ ହୋଇଛି ଓ ଆମର କିଛି ନେତା ଏହାକୁ ସମର୍ଥନ କରୁଛନ୍ତି।

Bangladesh Sheikh Hasina
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe