Advertisment

ଇସ୍ରାଏଲ୍‌କୁ ସହାୟତାର ହାତ ବଢ଼ାଇଲା ଆମେରିକା, ପହଞ୍ଚିଲା ଯୁଦ୍ଧ ବିମାନ

ଯୁଦ୍ଧ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ଯାଏଁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

US Ammunition Lands In Israel

US Ammunition Lands In Israel

Advertisment

ଇସ୍ରାଏଲ୍-ପାଲେଷ୍ଟିନ୍ ଯୁଦ୍ଧ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ସ୍ଥିତି। ଗୋଟେପଟେ ମାଟିରେ ମିଶୁଛି ଗାଜା, ଅନ୍ୟପଟେ ହମାସର ଗୋଟିଏ ପରେ ଗୋଟିଏ ଠିକଣାକୁ ନିଜ ଅକ୍ତିଆରକୁ ନେଉଛି ଇସ୍ରାଏଲ। ଗାଜାର ସୀମାକୁ ପୁଣି ଥରେ ନିଜ ଅଧିନକୁ ଇସ୍ରାଏଲ୍ ନେଇଥିବା ଘୋଷଣା କରିଛି। ଯୁଦ୍ଧ ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଏବେ ଯାଏଁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

Advertisment

ଏବେ ଏହି ଯୁଦ୍ଧ ଭିତରେ ଇସ୍ରାଏଲ୍‌କୁ ସହାୟତାର ହାତ ବଢ଼ାଇଛି ଆମେରିକା। ଯୁଦ୍ଧାସ୍ତ୍ର ଧରି ଇସ୍ରାଏଲ୍ ପହଞ୍ଚିଛି ପ୍ରଥମ ଆମେରିକୀୟ ବିମାନ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଏନେଇ ସୂଚନା ଦେଇଛି। ଆମେରିକାର ଏହି ପ୍ରଥମ ଯୁଦ୍ଧ ବିମାନଟି ଦକ୍ଷିଣ ଇସ୍ରାଏଲର ନେଭାଟିମ୍ ଏୟାରବେସରେ ଅବତରଣ କରିଛି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଗତକାଲି ଇସ୍ରାଏଲ ପିଏମ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ ବାଇଡେନ୍। ଗାଜାରେ ହାମାସ ଦ୍ୱାରା ହୋଇଥିବା ବିପଜ୍ଜନକ ଆକ୍ରମଣରେ ୧୪ ଜଣ ଆମେରିକୀୟ ନାଗରିକ ମଧ୍ୟ ନିହତ ହୋଇଛନ୍ତି। ମଙ୍ଗଳବାର ଦିନ ହ୍ୱାଇଟ ହାଉସରେ ରାଷ୍ଟ୍ରପତି ବାଇଡେନ ଏନେଇ ସ୍ପଷ୍ଟ କରିଛନ୍ତି।

Advertisment

ସେପଟେ ପ୍ରତି ମୂହୁର୍ତ୍ତରେ ଗାଜାରୁ ଆସୁଛି ଛାତି ଥରାଇ ଦେଲା ଭଳି ଚିତ୍ର। ମାଟି ଅତଡ଼ା ତଳୁ ଜୀବନ ବଞ୍ଚାଇବାକୁ ଚାଲିଛି ସଂଘର୍ଷ। ଗାଜାରେ ଏବେ ଗୋଟିଏ ବି ବଡ଼ କୋଠା ନାହିଁ । ବୋମା, ରକେଟ୍ ମାଡ଼ରେ ସବୁ ଏବେ ମାଟିରେ ମିଶି ଯାଇଛି। ଆଉ ଏହାରି ଭିତରେ ନିଜ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି ପରିଜନ।

Israel Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe