Advertisment

ମଝି ଆକଶାରେ ଦୋହଲିଲା ବିମାନ, ୭ ଆହତ

ଆହତଙ୍କ ମଧ୍ୟରେ ତିନି ଜଣ କ୍ରୁ ସଦସ୍ୟ ମଧ୍ୟ ଅଛନ୍ତି।

author-image
Madhupriya Mistry
Flight Turbulence

Flight Turbulence

ମଝି ଆକାଶରେ ଦୋହଲିଲା ଯାତ୍ରୀବାହୀ ବିମାନ। ପୁଣି ଥରେ ବିମାନରେ ହେଲା କମ୍ପନ। ସିଙ୍ଗାପୁରରୁ ଚାଇନାର ଗୁଆଙ୍ଗଜୋ ସହରକୁ ଯାଉଥିବା ଏକ ବିମାନ ମଝି ଆକାଶରେ ଟର୍ବୁଲାନ୍ସର ଶିକାର ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି।

Advertisment

ବୋଇଂ 787-9 ଡ୍ରିମଲାଇନର୍‌ ଯାନ୍ତ୍ରିକ ତ୍ରୁଟି ହେତୁ ମଝି ଆକାଶରେ ଦୋହଲିଲା ଆରମ୍ଭ କରିଥିଲା। ଏହି କାରଣରୁ ବିମାନରେ ୭ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ତିନି ଜଣ କ୍ରୁ ସଦସ୍ୟ ମଧ୍ୟ ଅଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତରଖାନା ନିଆଯାଇଛି ବୋଲି ଦି ଷ୍ଟ୍ରାଇଟ୍ସ ଟାଇମ୍ସ ରିପୋର୍ଟ କରିଛି। ବିମାନ କମ୍ପାନୀ ସ୍କୁଟ କହିଛି ଯେ ବିମାନଟି ଶୁକ୍ରବାର ସକାଳେ ଗୁଆଙ୍ଗଜୋରେ ପହଞ୍ଚିବା ପରେ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା।

ସୂଚନା ମୁତାବକ, ବୋଇଂ 787-9 ଡ୍ରିମଲାଇନର୍‌ ବିମାନ ଭୋର ୫ଟା ୪୫ରୁ ଉଡ଼ାଣ ମରିଥିଲା। ତେବେ ସକାଳ ୯ଟା ୧୦ରେ ଏହା ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା। ଗୁଆଙ୍ଗଜୋ ବିମାନ ବନ୍ଦରରେ ପହଞ୍ଚିବା ପରେ ଚାରିଜଣ ଯାତ୍ରୀ ଏବଂ ତିନିଜଣ କ୍ରୁ ସଦସ୍ୟ ଆହତ ହୋଇଥିବା ଜଣାପଡିଛି। 

Advertisment
China Singapore Flight Turbulence