Advertisment

ଚଳନ୍ତା କାର୍‌ ସହ ପିଟି ହେଲା ବିମାନ, ଜଳିଗଲେ ଯାତ୍ରୀ

ବିମାନରେ ପାଇଲଟଙ୍କୁ ମିଶାଇ ୫ ଜଣ ଯାତ୍ରୀ ଥିଲେ।

ଅଦ୍ୟତନ ହୋଇଛି
Plane Crash

Plane Crash

Advertisment

ଜାତୀୟ ରଜପଥରେ ଘଟିଲା ଅଘଟଣ। ଚଳନ୍ତା କାର୍‌ ସହ ପିଟି ହେଲେ ବିମାନ। ଜଳିଗଲେ ଦୁଇ ଯାତ୍ରୀ। ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଘଟିଲା ଏଭଳି କିଛି ଅଘଟଣ।

Advertisment

ଶୁକ୍ରବାର ମଧ୍ୟାହ୍ଣ ୩ଟା୧୫। ଦକ୍ଷିଣ-ପଶ୍ଚିମ ଫ୍ଲୋରିଡାର ଇଣ୍ଟରଷ୍ଟେଟ୍‌ ୭୦ ଜାତୀୟ ରାଜପଥରେ ହଠାତ୍‌ ଏକ ପ୍ରାଇଭେଟ୍‌ ବିମାନ ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏମରଜେନ୍ସି ଲ୍ୟାଣ୍ଡିଂ କରୁଥିବା ବେଳେ ଚଳନ୍ତ କାର୍‌ ସହ ଧକ୍କା ହୋଇଥିଲା। ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଦୁଇ ଜଣ ଯାତ୍ରୀ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ବମ୍ବାର୍ଡିୟର୍‌ ଚ୍ୟାଲେଞ୍ଜର ୬୦୦ ସିରିଜର ଥିଲା। ଏହା କଲମ୍ବସ, ଓହିଓରୁ ଓହିଓ ଷ୍ଟେଟ୍‌ ୟୁନିର୍ଭସିଟିରୁ ନେପ୍ଲସ ଯାଉଥିଲା। ବିମାନରେ ପାଇଲଟଙ୍କୁ ମିଶାଇ ୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ବିମାନଟି ହୁ ହୁ ହୋଇ ଜଳୁ ଉଠୁଥିବା ଦେଖିବାକୁ ମିଳିଛି।

Advertisment

ଘଟଣା ବିଷୟରେ ନେପଲ୍ସ ବିମାନବନ୍ଦର WBBH କୁ କହିଛି, 'ବିମାନ ନେପଲ୍ସ ମ୍ୟୁନିସିପାଲିଟି ବିମାନବନ୍ଦରରେ ଅବତରଣ କରିବାର ପ୍ରାୟ ୨ ମିନିଟ୍ ପୂର୍ବରୁ ପାଇଲଟ୍ ରେଡିଓ ମାଧ୍ୟମରେ ଏୟାର ଟ୍ରାଫିକ୍ ନିୟନ୍ତ୍ରଣକୁ ବିପଦ ଥିବା ନେଇ ସୂଚନା ଦେଇଥିଲେ। ବିମାନର ଉଭୟ ଇଞ୍ଜିନ ଖରାପ ଯାଇଛି ବୋଲି ପାଇଲଟ୍‌ କହିଥିଲେ। ଏହି ସମୟରେ ସେ ଜରୁରୀ ଅବତରଣ ପାଇଁ ଅନୁରୋଧ କରିଥିଲେ। କେବଳ ସେତିକି ନୁହେଁ ବିମାନଟିକୁ ରନ୍‌ଓ୍ୱେ ଯାଏଁ ମଧ୍ୟ ନେଇ ଯାଇପାରିବା କଷ୍ଟକର ବୋଲି ସୂଚନା ଦେଇଥିଲେ ପାଇଲଟ୍‌। ଏହାପରେ ତୁରନ୍ତ ଏୟାର ଟ୍ରାଫିକ୍ ନିୟନ୍ତ୍ରକ ବିମାନଟିକୁ ରାଜପଥରେ ଅବତରଣ କରିବାକୁ ଅନୁମତି ଦେଇଥିଲେ। ତେବେ ବିମାନଟି ନିରାପଦ ଭାବେ ଲ୍ୟାଣ୍ଡିଂ କରିବାକୁ ପାଇଲଟ୍ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ।

ଏହି ଘଟଣା ପରେ ଜାତୀୟ ରାଜପଥ ପୂରା ବ୍ଲକ ହୋଇଯାଇଥିଲା। ଯାତାୟତରେ ବାଧା ଉପୁଯିବା ସହ ଟ୍ରାଫିକ ସମସ୍ୟ ସୃଷ୍ଟି ହୋଇଥିଲା। ଅଗ୍ନିଶମ ବାହିନୀ ସମେତ ପୁଲିସ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲା। ପ୍ରଭାବିତ ଅଞ୍ଚଳରେ ଶୀଘ୍ର ଯାତାୟାତ ଲାଗି ଲେନ୍‌କୁ ଖୁବଶୀଘ୍ର ଖୋଲିବା ଲାଗି ସେ FAA ସହିତ ମିଶି କାର୍ଯ୍ୟ କରୁଥିବା କଲିୟର କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ସୂଚନା ଦେଇଛି।

Flight Crash Florida Bombardier Challenger 600 Jet Naples Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe