Advertisment

ଆମେରିକା-କାନାଡ଼ା ସୀମାରେ ଉଡ଼ିଲା ସନ୍ଦେହଜନକ ବସ୍ତୁ, ଖସାଇବାକୁ ନିର୍ଦ୍ଦେଶ ଦେଲେ ବାଇଡେନ

ଆମେରିକାର ବାୟୁ ସୀମା ମଧ୍ୟରେ ଉଡ଼ୁଥିବାରୁ ଏହି ବସ୍ତୁଟି ଆମେରିକାର ଘରୋଇ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଥିଲା। ତେଣୁ ଏହି ଆକାଶ ମାର୍ଗରେ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲା ଆମେରିକା।

author-image
Niharika Rout
Fling Object

Fling Object

କାନାଡ଼ା ଓ ଆଲାସ୍କା ପରେ ଆମେରିକା ଆକାଶରେ ଦେଖିବାକୁ ମିଳିଲା ଏକ ଅଜ୍ଞାତ ବସ୍ତୁ । ଗତ ସପ୍ତାହରେ ଚୀନ୍‌ର ଏକ ଗୁପ୍ତଚର ବେଲୁନ ଆମେରିକାର ବାୟୁ ସୀମାରେ ପ୍ରବେଶ କରିଥିବା ବେଳେ ଆମେରିକା ତାହାକୁ ଗୁଳି କରି ଖସାଇଥିଲା। ଗତକାଲି ପୁଣି ଏକ ସନ୍ଦେହଜନକ ବସ୍ତୁ ଲେକ୍‌ ହୁରାନ ଆକାଶରେ ଉଡ଼ୁଥିବା ଦେଖାଯାଇଥିଲା। ତାହାକୁ ତତ୍‌କ୍ଷଣାତ ଗୁଳି କରି ଖସାଇ ଦିଆଯାଇଛି।

Advertisment

ଉତ୍ତର ଆମେରିକାର ପାଞ୍ଚଟି ବୃହତ୍ତମ ହ୍ରଦ ମଧ୍ୟରୁ ହୟୁରନ୍ ହ୍ରଦ ଅନ୍ୟତମ। ଏହା ଆମେରିକା-କାନାଡା ସୀମାରେ ଅବସ୍ଥିତ । ଏହି ସନ୍ଦେହଜନକ ବସ୍ତୁ ଆମେରିକା ଆକାଶରେ ଉଡ଼ୁଥିବା ଜଣାପଡ଼ିବା ପରେ ତାହାକୁ ତୁରନ୍ତ ଗୁଳି କରି ଖସାଇବା ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତୁରନ୍ତ ତାହାକୁ ଖସାଇ ଦିଆଯାଇଥିଲା। ଉକ୍ତ ସନ୍ଦେହଜନକ ବସ୍ତୁଟି ୮ କୋଣ ବିଶିଷ୍ଟ ହୋଇଥିବା ବେଳେ ସେଥିରେ ତାର ଝୁଲୁଥିଲା।

ଆମେରିକାର ବାୟୁ ସୀମା ମଧ୍ୟରେ ଉଡ଼ୁଥିବାରୁ ଏହି ବସ୍ତୁଟି ଆମେରିକାର ଘରୋଇ ବିମାନ ଚଳାଚଳ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଥିଲା। ଏହି ଫ୍ଲାଇଙ୍ଗ ବସ୍ତୁକୁ ଗୁଳି କରି ଖସାଯିବା ପରେ ଉତ୍ତର ଆମେରିକାର ଏରୋ ସ୍ପେସ୍ ଡିଫେନ୍ସ କମାଣ୍ଡ ଏହି ଆକାଶ ମାର୍ଗରେ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ବାୟୁସେନା ପକ୍ଷରୁ କଡ଼ା ଯାଞ୍ଚ ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା।

Advertisment

ଏହାପୂର୍ବରୁ କାନାଡାର ଆକାଶ ସୀମା ଉପରେ ମଧ୍ୟ ଏକ ସନ୍ଦେହଜନକ ବସ୍ତୁ ମଧ୍ୟ ଦେଖାଯାଇଥିଲା। ଶନିବାର ଦିନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ନିର୍ଦ୍ଦେଶରେ କାନାଡାର ଆକାଶରେ ଏକ ଅଜ୍ଞାତ ବସ୍ତୁକୁ ଗୁଳି କରି ଖସାଇ ଦିଆଯାଇଥିଲା। ଗତ ଏକ ସପ୍ତାହ ମଧ୍ୟରେ ଆମେରିକା ଏବଂ କାନାଡାର ଆକାଶରେ ବାରମ୍ବାର ଏପରି ଘଟଣା ଘଟି ଚାଲିଥିବାରୁ ଏହା ପଛର ରହସ୍ୟ ସ୍ପଷ୍ଟ ଡୋଇପାରିନି।

ସୂଚନାଯୋଗ୍ୟ, ପୂର୍ବରୁ ଆମେରିକା କ୍ୟାରୋଲିନା ଉପକୂଳରେ ଚାଇନାର ଏକ ବଡ଼ ଗୁଇନ୍ଦା ବେଲୁନକୁ ଟ୍ରାକ୍ କରି ମିଶାଇଲ ମାଧ୍ୟମରେ ନଷ୍ଟ କରିଦେଇଥିଲା ଆମେରିକା। ଆମେରିକାର ଏହି କାର୍ଯ୍ୟକୁ ନେଇ ଚାଇନା ରମା ତମତମ ହୋଇଥିବା ବେଳେ ଏହାକୁ କଡା ବିରୋଧ କରିଥିଲା।

America Flying Object