Advertisment

୧୨୫୦ ବର୍ଷରେ ପ୍ରଥମ, ପୁରୁଷଙ୍କ 'ଉଲଗ୍ନ ଉତ୍ସବ'ରେ ଭାଗ ନେବେ ମହିଳା

୧୨୫୦ ବର୍ଷରେ ପ୍ରଥମ ଥର ପାଇଁ 'ଉଲଗ୍ନ ଉତ୍ସବ'ରେ ମହିଳାମାନଙ୍କୁ ଭାଗ ନେବାକୁ ଅନୁମତି ମିଳିଛି।

Naked Man Festival

Naked Man Festival

Advertisment

ଭାଙ୍ଗିଲା ୧୨୫୦ ବର୍ଷର ପରମ୍ପରା। ଏଥର ପୁରୁଷଙ୍କ 'ଉଲଗ୍ନ ଉତ୍ସବ'ରେ ଭାଗ ନେବେ ମହିଳା। ଏନେଇ ଅନୁମତି ମିଳିଛି। ଜାପାନର ଏକ ମନ୍ଦିରରେ ପ୍ରତି ବର୍ଷ ହେଉଥିବା ନେକେଡ୍‌ ଫେଷ୍ଟିଭାଲ୍‌ ତଥା ଉଲଗ୍ନ ଉତ୍ସବରେ ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଭାଗ ନେବା ପାଇଁ ଅନୁମତି ମିଳିଛି।

Advertisment

ଚଳିତ ବର୍ଷ ଫେବ୍ରୁଆରୀ ୨୨ ତାରିଖରେ ଜାପାନର ଆଇଚି ଅଞ୍ଜଳର ଇନାଜାଓ୍ୱା ସହରର କୋନୋମିୟା ଶ୍ରାଇନ୍‌ରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏହି ପର୍ବକୁ 'ହଦାକା ମାତ୍ସୁରୀ' ମଧ୍ୟ କୁହାଯାଏ। ଏଥିରେ ପ୍ରାୟ ୧୦ ହଜାରରୁ ଅଧିକ ସ୍ଥାନୀୟ ପୁରୁଷ ଭାଗ ନେବେ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ମୁତାବକ, ଏହି ଉଲଗ୍ନ ଉତ୍ସବ କେବଳ ପୁରୁଷମାନଙ୍କର। କିନ୍ତୁ ଚଳିତ ବର୍ଷ ୪୦ ଜଣ ମହିଳାଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ଅନୁମତି ମିଳିଛି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି।

Advertisment

ସର୍ତ୍ତ ଅନୁଯାୟୀ, ମହିଳାମାନେ ସମ୍ପୂର୍ଣ୍ଣ ପୋଷାକ ପିନ୍ଧି ଏହି ଫେଷ୍ଟିଭାଲରେ ଭାଗ ନେବେ। କେବଳ ସେତିକି ନୁହେଁ ପୋଷାକ ଉପରେ ଏକ ପାରମ୍ପାରିକ ହ୍ୟାପି କୋଟ ପିନ୍ଧିବାକୁ ପଡିବ। ଉଲଗ୍ନ ପୁରୁଷମାନଙ୍କ ପାରମ୍ପାରିକ ହିଂସାତ୍ମକ ସଂଘର୍ଷରୁ ନିଜକୁ ଦୂରେଇ ରଖିବାକୁ ପଡିବ। ମହିଳାମାନେ କେବଳ 'ନାଓଇଜାସା' ରୀତିନୀତିରେ ଅଂଶଗ୍ରହଣ କରିବେ। ଏଥିପାଇଁ ସେମାନଙ୍କୁ ବାଉଁଶ ଘାସକୁ ଏକ କପଡ଼ାରେ ଗୁଡ଼ାଇ ମନ୍ଦିର ପଡ଼ିଆକୁ ନେବାକୁ ପଡିବ।

ଆୟୋଜକ କମିଟିର ଜଣେ ଅଧିକାରୀଙ୍କ କହିବା ମୁତାବକ, ୨୦୧୯ରେ ମହାମାରୀ କରୋନା ସମଗ୍ର ବିଶ୍ୱକୁ ଧ୍ୱଂସ କରିଦେଇଥିଲା। ଜାପାନ ମଧ୍ୟ ଏଥିରୁ ବାଦ୍‌ ପଡିନଥିଲା। ଏଥିଯୋଗୁ ଗତ ତିନିବର୍ଷ ଧରି ଏହି ଉତ୍ସବର ଆୟୋଜନ ହୋଇପାରି ନଥିଲା। ତେବେ ପୁରୁଷଙ୍କ ଏହି ଉତ୍ସବରେ ଭାଗ ନେବା ପାଇଁ ଅନେକ ମହିଳା ଅନୁରୋଧ କରିଥିଲେ। ତେବେ ପୂର୍ବରୁ ମହିଳାଙ୍କ ପାଇଁ ଏହି ଖେଳରେ କୌଣସି ପ୍ରତିବନ୍ଧକ ନଥିଲା। ସେମାନେ ନିଜ ଇଚ୍ଛା ଅନୁସାରେ ଏହି ଉତ୍ସବରୁ ଦୂରେଇ ରହୁଥିଲେ।

'ଉଲଗ୍ନ ଉତ୍ସବ'ରେ କ'ଣ ହୁଏ?

ଏହି କାର୍ଯ୍ୟକ୍ରମରେ ହଜାର ହଜାର କେବଳ ପୁରୁଷ ଭାଗ ନିଅନ୍ତି। ସେମାନେ ପୋଷାକ ନାଁରେ କେବଳ ଧଳା ରଙ୍ଗର ମୋଜା ଆଉ ଲଙ୍ଗୋଟ୍‌ ପିନ୍ଧିଥାନ୍ତି। ଜାପାନରେ ଲଙ୍ଗୋଟକୁ ଫଣ୍ଡୋସି କୁହାଯାଏ। ପ୍ରଥମେ ପୁରୁଷମାନେ ମନ୍ଦିର ଚାରିପଟେ ଦୌଡନ୍ତି। ଏହାପରେ ଥଣ୍ଡା ପାଣିରେ ନଜକୁ ଶୁଦ୍ଧ କରି ମୁଖ୍ୟ ମନ୍ଦିର ଆଡକୁ ମୁହାଁଇଥାନ୍ତି। ତା'ପରେ ପ୍ରତିଯୋଗୀମାନେ ଦୁଇଟି ଭାଗ୍ୟଶାଳୀ ବାଡ଼ି ଖୋଜିବା ପାଇଁ ସଂଘର୍ଷ କରନ୍ତି। ମନ୍ଦିର ପୁରୋହିତ ଏହି ବାଡି ଦୁଇଟିକୁ ଅନ୍ୟ ୧୦୦ ଖଣ୍ଡ ଡାଳରେ ଗୁଡାଇ ଫୋପାଡି ଥାନ୍ତି। ସେ ମନୋନୀତ ବ୍ୟକ୍ତିଙ୍କୁ ଡାକନ୍ତି ଓ ତାଙ୍କୁ ବାଡ଼ି ସାହାଯ୍ୟ ସ୍ପଶୋ କରିବାକୁ ଚେଷ୍ଟା କରନ୍ତି। ଏଭଳି କରିବା ଦ୍ୱାରା ଏକ ବର୍ଷ ପାଇଁ ସୌଭାଗ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Japan Naked Man Festival Women
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe