Advertisment

‘ଅଲ୍‌ ବଦ୍ର’ର ପୂର୍ବତନ କମାଣ୍ଡରଙ୍କୁ ଗୁଳି କରି ହତ୍ୟା

ଗୁଳି ଚଳାଇ ସାର୍ପ ସୁଟର ଆଖି ପିଛୁଳାକେ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏହା ଏକ ଟାର୍ଗେଟ କିଲିଂ ମାମଲା ବୋଲି କରାଚୀ ଏସ୍‌ଏସ୍‌ପି ତରଫରୁ ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Al-Badr

Al-Badr

Advertisment

ପାକିସ୍ତାନରେ ପୁଣି ଫୁଟିଲା ଗୁଳି, ଗଡ଼ିଲା ମୁଣ୍ଡ। ଏଥର କୌଣସି ନୀରିହ ଲୋକର ନୁହେଁ, କଠୋର ଆତଙ୍କବାଦୀ ସଙ୍ଗଠନ ‘ଅଲ୍‌ ବଦ୍ର’ର ପୂର୍ବତନ କମାଣ୍ଡର ସୈୟଦ ଖଲିଦ ରଜାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି କରାଯାଇଛି। ଏହି ଘଟଣା ସାର୍ପ ସୁଟରଙ୍କ ଦ୍ୱାରା କରାଯାଇଥିବା ବେଳେ ଗୋଟିଏ ଗୁଳିରେ ହିଁ ସୈୟଦ ଖାଲିଦଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମାଟିରେ କଚାଡ଼ି ପଡ଼ିଲା। ଏପରି ଘଟଣା ପାକିସ୍ତାନର କରାଚିରେ ଘଟିଛି।

Advertisment

ଗତ ରବିବାର ସୈୟଦ ଖଲିଦ ରଜା ନିଜ ଘରୁ ବାହାରି ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ କାର୍‌ ନିକଟକୁ ଆସିଥିଲେ। ଏହି ସମୟରେ ପୂର୍ବରୁ ଛପି ରହିଥିବା ସାର୍ପ ସୁଟର ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ଗୁଳି ଚଳାଇଥିଲା। ଗୁଳିଟି ସୈୟଦଙ୍କ ମୁଣ୍ତରେ ବାଜିଥିବା ବେଳେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଗୁଳି ଚଳାଇ ସାର୍ପ ସୁଟର ଆଖି ପିଛୁଳାକେ ଫେରାର ହୋଇ ଯାଇଥିବା ଜଣାଯାଇଛି। ଏହା ଏକ ଟାର୍ଗେଟ କିଲିଂ ମାମଲା ବୋଲି କରାଚି ଏସ୍‌ଏସ୍‌ପି ତରଫରୁ ସୂଚନା ମିଳିଛି। କଶ୍ଜୀରରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ସୈୟଦ ଟ୍ରେନିଂ ଦେଉଥିଲେ।

Advertisment

ଗତ ଏକ ସପ୍ତାହ ମଧ୍ୟରେ ପାକିସ୍ତାନରେ ଏପରି ଦ୍ୱିତୀୟ ଘଟଣା ଘଟିଛି, ଯେଉଁଥିରେ ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହାପୂର୍ବରୁ ରାଓଲପିଣ୍ଡିର ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଇମ୍ମତିଆଜଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଇମ୍ମତିଆଜ ପାକିସ୍ତାନ ସେନା ତଥା ଆଇଏସ୍‌ଆଇର ନିକଟତର ଥିଲେ।

ଇମ୍ମତିଆଜ ଏକ ଦୋକାନ ବାହାରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଟାର୍ଗେଟ କରି ଗୁଳି କରାଯାଇଥିଲା। ଇମ୍ମତିଆଜ ହିଜବୁଲ ମୁଜାହିଦ୍ଦିନର ଜଣେ ପ୍ରମୁଖ କମାଣ୍ଡର ଥିଲେ। ଆତଙ୍କବାଦୀଙ୍କୁ ସୀମା କରିବା କରିବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା।

Pakistan Terror Attack Dead Body
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe