Advertisment

26 ବର୍ଷ ବୟସରେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଅର୍ମାସଙ୍କ ମୃତ୍ୟୁ

ଚାଇନାରେ ଆୟୋଜିତ 2015 ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ ଅର୍ମାସ୍।

ଅଦ୍ୟତନ ହୋଇଛି
Sherika De Armas File Photo

Sherika De Armas File Photo

Advertisment

ଉରୁଗୁଏରୁ ପ୍ରତିନିଧିତ୍ୱ କରୁଥିବା ଜଣେ ପୂର୍ବତନ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀଙ୍କ ମୃତ୍ୟୁ। ମାତ୍ର 26 ବର୍ଷ ବୟସରେ ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ଘଟିଛି। ଅକ୍ଟୋବର 13ରେ ଅର୍ମାସଙ୍କ ମୃତ୍ୟୁ ଘଟିଥିହା ନ୍ୟୁୟର୍କ ପୋଷ୍ଟରେ ପ୍ରକାଶ ପାଇଛି। 

Advertisment

ରିପୋର୍ଟ ଅନୁସାରେ, ଅର୍ମାସ ଗର୍ଭାଶୟ କର୍କଟରେ ପୀଡିତ ଥିଲେ। କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ବିୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ ଏବଂ ମିସ୍ ୟୁନିଭର୍ସ ଉରୁଗୁଏ 2022 ଶୋକବାର୍ତ୍ତା ଜଣାଇଛନ୍ତି।

ଅର୍ମାସଙ୍କ ଭାଇ ସୋଶାଲ୍ ମିଡିଆରେ ଏକ କୋହଭରା ପୋଷ୍ଟ୍ ଶେଆର କରିଛନ୍ତି। ସେ ଲେଖିଛନ୍ତି, ଉଚ୍ଚକୁ ଉଡ, "ସାନ ଭଉଣୀ। ସବୁବେଳେ ସବୁଦିନ ପାଇଁ।" ମିସ୍ ୟୁନିଭର୍ସ ଉରୁଗୁଏ 2022 କାର୍ଲା ରୋମେରୋ ଦୁଃଖ ପ୍ରକାଶ କରି କହିଛନ୍ତି, "ମୁଁ ମୋ ଜୀବନରେ ଭେଟିଥିବା ଖୁବ୍ ସୁନ୍ଦର ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ ଶେରିକା ଡି ଅର୍ମାସ୍। ତୁମକୁ ସବୁବେଳେ ମନେ ରଖିବି। ତମ ସମର୍ଥନ, ଭଲପାଇବା ସବୁକିଛି ମନେ ରହିବ।" 

Advertisment

ଚାଇନାରେ ଆୟୋଜିତ 2015 ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେଇଥିଲେ ଅର୍ମାସ୍। ସେ ଶ୍ରେଷ୍ଠ 30 ମଧ୍ୟରେ ସ୍ଥାନ ପାଇନଥିଲେ ବି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରେଷ୍ଠ 18 ବର୍ଷିୟ 6 ଜଣଙ୍କ ମଧ୍ୟରେ ଜଣେ ଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଗର୍ଭାଶୟ କର୍କଟ(ସର୍ଭାଇକାଲ୍ କ୍ୟାନସର) ମହିଳାମାନଙ୍କ ମଧ୍ୟରେ ଚତୁର୍ଥ ସାଧାରଣ କର୍କଟ। 2018 ରେ, ସମଗ୍ର ବିଶ୍ୱରେ ଆନୁମାନିକ 570,000 ମହିଳା ଗର୍ଭାଶୟ କର୍କଟରେ ଆକ୍ରାନ୍ତ ହୋଇଥିଲେ। ଏଥିରେ ପ୍ରାୟ 311,000 ମହିଳା ପ୍ରାଣ ହରାଇଥିଲେ। 

Miss World Cancer Sherika De Armas Cervical Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe