Advertisment

ଅଟକିଲା ଗିରଫଦାରୀ, ୪ ବର୍ଷ ପରେ ପାକିସ୍ତାନ ଫେରିବେ ନଓ୍ୱାଜ ସରିଫ

ଲାହୋରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Nawaz Sharif

Nawaz Sharif

Advertisment

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଘର ବାହୁଡ଼ା। ୪ ବର୍ଷ ପରେ ସେ ଆଜି ସ୍ୱଦେଶ ଫେରୁଛନ୍ତି। ସେ ଗତ ୪ ବର୍ଷ ହେଲା ଲଣ୍ଡନରେ ଥିଲେ। ନିର୍ବାଚନର ଠିକ୍‌ ପୂର୍ବରୁ ନୱାଜ ସରିଫଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି। ସେ ପୁଣି ଥରେ ରାଜନୀତିକୁ ଫେରିବେ ବୋଲି ମଧ୍ୟ କୁହାଯାଛି।

Advertisment

ନଓ୍ୱାଜ ସରିଫ ପ୍ରଥମେ ଇସ୍‌ଲାମାବାଦ ଆସିବେ। ସେଠାରେ ୨ ଘଣ୍ଟା ରହିବା ପରେ ଲାହୋର ଯିବେ। ଏଥିପାଇଁ ଲାହୋରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦୁଇ ଦିନ ପୂର୍ବେ ନୱାଜ ସରିଫଙ୍କ ପାକିସ୍ତାନକୁ ଫେରିବା ପାଇଁ ଇସଲାମାବାଦ ହାଇକୋର୍ଟ ରାସ୍ତା ସଫା କରିଦେଇଛନ୍ତି। ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଯାଇଛି। ଦୁଇଟି ଦୁର୍ନୀତି ମାମଲାରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସେହିପରି ଅନ୍ୟ ଏକ ମାମଲାରେ ଜାରି କରାଯାଇଥିବା ୱାରେଣ୍ଟକୁ କୋର୍ଟ ବାତିଲ କରି ଦେଇଛନ୍ତି।

ନଓ୍ୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସ୍‌ଲିମ ଲିଗ-ନଓ୍ୱାଜର ବରିଷ୍ଠ ନେତା ଖ୍ୟାଜା ମହମ୍ମଦ ଆସିଫ କହିଛନ୍ତି, ଏହା ଉତ୍ସାହର ସମୟ। ନଓ୍ୱାଜ ସରିଫଙ୍କ ଘର ବାହୁଡା ପାକିସ୍ତାନର ଅର୍ଥବ୍ୟବସ୍ଥା ଓ ସେଠାକାର ଲୋକଙ୍କ ପାଇଁ ଭଲ ସଙ୍କେତ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦଳ ଜାରି କରିଥିବା ବୟାନ ମୁତାବକ, ନଓ୍ୱାଜ ସରିଫ ବହୁ ଦିନ ଧରି ଦୁବାଇରେ ଥିଲେ। ସେଠାରୁ ସେ ଲଣ୍ଡନ ଯାଇଥିଲେ। ଏବେ ସେଠାରୁ ସେ ରାଜଧାନୀ ଇସଲାମାବାଦ ପାଇଁ ଉଡାଣ ଭରିବେ।

Advertisment

୨୦୧୯ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଜାମିନରେ ଜେଲରୁ ଫେରିଥିଲେ। ଏହାପରେ ସେ ପାକିସ୍ତାନ ଛାଡି ବ୍ରିଟେନ ଚାଲିଯାଇଥିଲେ। ତେବେ ସେ ପାକିସ୍ତାନ ଫେରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୂର୍ବରୁ କୁହାଯାଉଥିଲା। କିନ୍ତୁ ତାଙ୍କୁ ଏଥିରେ ଏବେ ମୁକ୍ତି ମିଳିଛି। ତାଙ୍କ ଗିରଫଦାରୀ ଉପରେ ୨୪ ଅକ୍ଟୋବର ଯାଏ କୋର୍ଟ ରୋକ ଲଗାଇ ଦେଇଛନ୍ତି।

ନୱାଜ ସରିଫଙ୍କୁ ୨୦୧୮ରେ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷିତ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ଏହା ପରେ, ୨୦୧୯ରେ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ କୋର୍ଟ ଅନୁମତି ଦେଇଥିଲେ। ଏହାପରେ ନୱାଜ ସରିଫ ପାକିସ୍ତାନ ବାହାରେ ଅଛନ୍ତି।

ନୱାଜ ସରିଫ ରାଜନୀତିରେ ପ୍ରବେଶ କରିବା ପରଠାରୁ କ୍ରମାଗତ ଭାବରେ ଅନେକ ବିବାଦରେ ଘେରି ରହିଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ ଆସିଛି। ଅନେକ ଥର ଜେଲରେ ରହି ନିର୍ବାସନର ସମ୍ମୁଖୀନ ହୋଇଥିବା ୭୩ ବର୍ଷିୟ ନୱାଜ ସରିଫଙ୍କ ବିରୋଧରେ ଏବେ ମଧ୍ୟ ଅନେକ ମାମଲା କୋର୍ଟରେ ବିଚାରାଧିନ ରହିଛି।

Pakistan Nawaz Sharif
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe