Advertisment

ମଲାପରେ ବି ମୁଶାରଫଙ୍କୁ ୩ ଦିନ ପର୍ଯ୍ୟନ୍ତ ଝୁଲାଇ ରଖିବାକୁ ରାୟ ଦେଇଥିଲେ କୋର୍ଟ…

ଦୀର୍ଘଦିନ ଧରି ପରଭେଜ ମୁଶାରଫ ଅସୁସ୍ଥ ଥିଲେ ଏବଂ ତାଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି।

ଅଦ୍ୟତନ ହୋଇଛି
Pervez Musharraf

Pervez Musharraf

Advertisment

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଆଜି ପରଲୋକ ଘଟିଛି। ଦୁବାଇର ଏକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ପରଭେଜ ମୁଶାରଫ ଅସୁସ୍ଥ ଥିଲେ ଏବଂ ତାଙ୍କର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ପରଭେଜ ମୁଶାରରଫ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ୧୧ ଅଗଷ୍ଟ ୧୯୪୩ ରେ ନୂଆଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ।

Advertisment

୧୯୪୭ ମସିହାରେ ଭାରତ ବିଭାଜନର କିଛି ଦିନ ପୂର୍ବରୁ ତାଙ୍କ ପରିବାର ପାକିସ୍ତାନ ଯିବାକୁ ନିଷ୍ପତ୍ତି ନେଇଥିଲେ। ମୁଶାରଫ ପାକିସ୍ତାର ଜଣେ ଦୃଢ଼ ଆତଙ୍କବାଦୀ ସମର୍ଥକ ଥିଲେ। ଲସ୍କର୍‌-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନର ସେ ସବୁଠୁ ବଡ଼ ସମର୍ଥକ ଥିଲେ । ଲସ୍କର୍‌-ଏ-ତୋଇବାର ପ୍ରତିଷ୍ଠାତା ଏବଂ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ଙ୍କୁ ସେ ପସନ୍ଦ କରିନ୍ତି ସଇଦ୍‌ଙ୍କ ଦ୍ୱାରା ସ୍ଥାପିତ ଦୁଇଟି ଆତଙ୍କବାଦୀ ସଙ୍ଗଠନ ଲସ୍କର୍‌-ଇ-ତୋଇବା ଏବଂ ଜମାତ୍‌-ଉଦ୍‌-ଦାଓ୍ଵାର ସେ ବଡ଼ ସମର୍ଥକ ଥିଲେ । ଜାତି ସଂଘ ତାଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ୍‍ ଆଖ୍ୟା ଦେଇଥିଲା। ଆମେରିକା ମଧ୍ୟ ତାଙ୍କୁ ଜଣେ ଆତଙ୍କବାଦୀ ବୋଲି କହିଥିଲା। ୨୦୦୮ ମୁମ୍ବାଇ ଆତଙ୍କବାଦ ଆକ୍ରମଣ ପରେ ତାଙ୍କ ଉପରେ ୧୦ ମିଲିୟନ୍‌ ଆମେରିକୀୟ ଡଲାର୍‌ ପୁରସ୍କାର ରାଶି ଘୋଷଣା କରିଥିଲା।

୨୦୧୯ ମସିହାରେ ଦେଶଦ୍ରୋହ ମାମଲାରେ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ମଧ୍ୟ ଦେଇଥିଲେ। କୋର୍ଟ କହିଥିଲେ ଯେ, ଯଦି ଫାଶୀ ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍‌ଲାମାବାଦ୍‌ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ କରିଥିବା ମୁଶାରଫଙ୍କ ବିରୋଧରେ କୋର୍ଟ ଫାଶୀ ଦଣ୍ଡ ଶୁଣାଣଇଥିଲେ। ଅବସ୍ୟ ଏହି ଦଣ୍ଡାଦେଶ ପରେ ପ୍ରତ୍ୟାହୃତ ହୋଇଥିଲା।

Advertisment
Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe