Advertisment

ପୁଣି ରାଷ୍ଟ୍ରପତି ହେବାକୁ ଟ୍ରମ୍ପଙ୍କ ପ୍ରସ୍ତୁତି, ନିର୍ବାଚନ ରାଲିରେ ଗର୍ଜିଲେ

ସେ କହିଛନ୍ତି, ଆମେରିକାକୁ ନଷ୍ଟ କରିବାକୁ ଚେଷ୍ଟା ଚାଲିଛି।

Donald Trump

Donald Trump

Advertisment

କ୍ୟାପିଟାଲ ହିଂସା ଠାରୁ ଆରମ୍ଭ କରି ପର୍ଣ୍ଣ ଷ୍ଟାର୍ ଓ ଗିଫ୍ଟ ହେର୍‌ଫେର୍ ମାମଲାର ଯାଞ୍ଜ ଭିତରେ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରିପବ୍ଲିକାନ୍ ନେତା ଡୋନାଲ୍ଟ ଟ୍ରମ୍ପ। ସେ ଶନିବାର ଟେକ୍ସାସରେ ରାଷ୍ଟ୍ରପତି ନିର୍ବାଚନ ଅଭିଯାନ କ୍ରମରେ ଏକ ରାଲି କରିଛନ୍ତି।

Advertisment

ଟେକ୍ସାସରୂ ୱାକୋରେ ଏହି ରାଲିରେ ଗର୍ଜିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ‘ମୁଁ ଓ ଆପଣମାନେ କିଛି ବର୍ଷ ହେବ ଆମେରିକାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଦୁର୍ନିତିଗ୍ରସ୍ତ, ନଷ୍ଟ ହୋଇଯାଇଥିବା ଓ ଦୁଷ୍ଟ ଶକ୍ତିର ସମ୍ମୁଖୀନ ହେଉଛେ। ଆମେରିକାକୁ ନଷ୍ଟ କରିବାକୁ ଚେଷ୍ଟା ଚାଲିଛି। ହେଲେ ଆମେରିକା ପୁଣିଥରେ ସ୍ୱତନ୍ତ୍ର ରାଷ୍ଟ୍ର ହେବ।’

ୱାକୋ ଆଞ୍ଚଳିକ ବିମାନ ବନ୍ଦରରେ ଡୋନାଲ୍ଡ ଟ୍ରମ୍ପଙ୍କ କରିଥିବା ଏହି ରାଲି ୨୦୨୪ ରାଷ୍ଟ୍ରପତି ରେସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଉଛି। ବର୍ତ୍ତମାନ ଟ୍ରମ୍ପ ୨୦୨୦ରେ ନିର୍ବାଚନ ସମୟରେ ଗୁପ୍ତ ଅର୍ଥ କାରବାର ଯାଞ୍ଚର ସମ୍ମୁଖୀନ ହେଉଛନ୍ତି। ଏହାସହ ୬ ଜାନୁଆରୀ, ୨୦୨୧ରେ ହୋଇଥିବା କ୍ୟାପିଟଲ ହିଂସାକୁ ନେଇ ବି ଟ୍ରମ୍ପଙ୍କୁ ଯାଞ୍ଚର ସାମ୍ନା କରିବାକୁ ପଡୁଛି।

Advertisment

ନିକଟ ଅତୀତରେ ଟ୍ରମ୍ପ ତାଙ୍କ ଉପରେ ଚାଲିଥିବା ଯାଞ୍ଚକୁ ନେଇ ଆକ୍ରମଣାତ୍ମକ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଗତ ସପ୍ତାହରେ ସେ ମ୍ୟାନହଟନରେ ଗିରଫ ହେବାର ପୂର୍ବାନୁମାନ କରିଥିଲେ ଏବଂ ତାଙ୍କ ସମର୍ଥକଙ୍କୁ ବିରୋଧ କରିବାକୁ କହିଥିଲେ। ଏହାପୂର୍ବରୁ ଶୁକ୍ରବାର ଦିନ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମ୍ୟାନହଟନ ଜିଲ୍ଲା ଆଟର୍ଣ୍ଣି ଆଲଭିନ ବ୍ରାଗଙ୍କ ବିରୋଧରେ କହିଥିଲେ ଯେ ଅପରାଧିକ ଅଭିଯୋଗ ସମ୍ଭବତଃ ମୃତ୍ୟୁ ତଥା ବିନାଶର କାରଣ ହୋଇପାରେ। ଏହା ଆମ ଦେଶ ପାଇଁ ଭୟଙ୍କର ହୋଇପାରେ।

America Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe