Advertisment

ଛିଣ୍ଡିଲା ଅଙ୍କ; ପାକିସ୍ତାନରେ ସରକାର ଗଢ଼ିବ ଏହି ମେଣ୍ଟ

ଛିଣ୍ଡିଲା ଅଙ୍କ, ଫାଇନାଲ୍‌ ହେଲା ଏଗ୍ରିମେଣ୍ଟ । ବହୁ ଟଣାଓଟରା ପରେ ପାକିସ୍ତାନରେ ନୂଆ ସରକାର ଗଠନ ପାଇଁ ବାଟ ପରିଷ୍କାର ହୋଇଛି।

author-image
Niharika Rout
Pakistan Leaders

Pakistan Leaders

ହଟିଲା ସସ୍‌ପେନ୍ସ । ଛିଣ୍ଡିଲା ଅଙ୍କ, ଫାଇନାଲ୍‌ ହେଲା ଏଗ୍ରିମେଣ୍ଟ । ବହୁ ଟଣାଓଟରା ପରେ ପାକିସ୍ତାନରେ ନୂଆ ସରକାର ଗଠନ ପାଇଁ ବାଟ ପରିଷ୍କାର ହୋଇଛି। ମିଳିତ ସରକାର ଗଢିବାକୁ ଅଣ୍ଟା ଭିଡିଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ଏବଂ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ଦଳ (PML-N) । ଏନେଇ PPP ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ସୂଚନା ଦେଇଛନ୍ତି।

Advertisment

ଗତକାଲି ରାତିରେ ଉଭୟ ଦଳ ପକ୍ଷରୁ ମିଳିତ ବିବୃତି ଜାରି କରାଯିବା ସହ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଏଗ୍ରିମେଣ୍ଟ ଅନୁସାରେ, ନୂଆ ସରକାରରେ PML-N ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ। PPP ଉପ ସଭାପତି ଅସିଫ୍ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି। ଏଥିସହ PML-Nର ବରିଷ୍ଠ ଉପାଧ୍ୟକ୍ଷ ତଥା ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କୁ ମିଳିପାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ।

PPP ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସୂଚନା ଅନୁଯାୟୀ, PPP ଓ PML-N ଦଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହାସଲ କରି ଦେଇଛି। ତେଣୁ ଏବେ ଆମେ ସରକାର ଗଠନ କରିବା ଥୟ ବୋଲି କହିଛନ୍ତି ବିଲାୱଲ । PML-N ମୁଖିଆ ଶେହବାଜ ଶରିଫ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବୋଲି ସ୍ପଷ୍ଟ କରିଛନ୍ତି ବିଲାୱଲ ।

Advertisment

୨୪ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ଫେବ୍ରୁଆରୀ ୮ରେ ଭୋଟିଂ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲ୍‌ରେ ଥିବାବେଳେ ତାଙ୍କ ଦଳକୁ ଅବୈଧ ଘୋଷଣା କରିଥିଲେ ନିର୍ବାଚନ କମିଶନ। ଫଳରେ ଇମ୍ରାନଙ୍କ ସମର୍ଥିତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିଲେ। ତେଣୁ ପାକିସ୍ତାନ ମୁସଲିମ ଲିଗ୍ ନୱାଜ (PML-N)ର ନୱାଜ ଶରିଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (PPP)ର ବେଞ୍ଜିର ଭୁଟ୍ଟୋଙ୍କ ମଧ୍ୟରେ ଲଢେଇ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ପିଟିଆଇର ସ୍ୱାଧୀନ ପ୍ରାର୍ଥିମାନେ ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ପ୍ରମାଣିତ କରି ଏକାକୀ ସର୍ବାଧିକ ସିଟ୍‌ ହାସଲ କରିଥିଲେ।

ମାତ୍ର ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରି ନ ଥିବା ବେଳେ ଏବେ ପାକିସ୍ତାନରେ PPP ଓ PML-N ମେଣ୍ଟ ସରକାର ଗଠନ ହେବ ବୋଲି ସ୍ପଷ୍ଟ ହୋଇଛି।

Pakistan