Advertisment

ବ୍ରିଜ୍‌ ତଳକୁ ଖସି ପଡ଼ିବା ପରେ ଜଳିଗଲା ବସ୍‌: ୪୫ ମୃତ, ଜଣେ ଗୁରୁତର

କେବଳ ଜଣେ ୮ ବର୍ଷର ଝିଅ ଜୀବିତ ଅଛନ୍ତି। ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Jitendra Garnayak
Accident

Accident

ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଲିମ୍ପୋପୋ ପ୍ରଦେଶରେ ଗୁରୁବାର ବ୍ରିଜ୍‌ ଉପରୁ ଏକ ବସ୍‌ ପ୍ରାୟ ୫୦ ମିଟର ତଳେ ପଡ଼ିବା ପରେ ଜଳିଯିବାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କେବଳ ଜଣେ ୮ ବର୍ଷର ଝିଅ ଜୀବିତ ଅଛନ୍ତି। ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନସବର୍ଗଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ମୋକୋପେନ୍ ଓ ମାର୍କେନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ମୃତାହତମାନେ ବୋଟସ୍ୱାନାର ରାଜଧାନୀ ଗାବୋରୋନରୁ ମୋରିଆ ସହରକୁ ଇଷ୍ଟର ପାଳନ କରିବା ପାଇଁ ଯାଉଥିଲେ। ବସ୍‌ଟି ଏକ ପାହାଡ଼ିଆ ଅଞ୍ଚଳରେ ଥିବା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼ରେ ପିଟି ହୋଇଥିଲା ଓ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ବସ୍‌ଟି ତଳେ ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ବସ୍‌ଟି ପୂରା ଜଳି ଯାଇଛି। ତା’ ସହିତ ଅନେକ ମୃତକ ମଧ୍ୟ ଜଳି ଯାଇଛନ୍ତି।

Accidentବ୍ରିଜ୍‌ ତଳକୁ ଖସି ପଡ଼ିବା ପରେ ବସ୍‌ଟି ଜଳି ଯାଇଛି।

ଦକ୍ଷିଣ ଆଫ୍ରିକାର ପରିବହନ ମନ୍ତ୍ରୀ ସିଣ୍ଡିସିୱେ ଚିକୁଙ୍ଗା ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଏହା ସହିତ ସୁରକ୍ଷିତ ଗାଡ଼ି ଚାଳନା ନେଇ ଲୋକଙ୍କୁ ଆହୁରି ସତର୍କ କରାଯିବ ବୋଲି ସେ କହିଛନ୍ତି।

Advertisment
Accident Road Accident