Advertisment

ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ; ୪ ଭାରତୀୟଙ୍କ ସମେତ ୧୬ ମୃତ

ଏହି ଅଗ୍ନିକାଣ୍ଡ ଗତକାଲି ଦୁବାଇର ଏକ ପାଞ୍ଚ ମହଲା ବିଶିଷ୍ଟ କୋଠାରେ ଘଟିଥିଲା। ନିଆଁ ପ୍ରଥମେ ବିଲ୍ଡିଂର ଚତୁର୍ଥ ମହଲାରେ ଲାଗିଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Fire

Fire

ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ ଭାରତୀୟଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାକିସ୍ତାନର ୩ ନାଗରିକ ଓ ନାଇଜେରିଆର ଜଣେ ମହିଳା ବି ସାମିଲ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଖାଲିଜ ଟାଇମ୍ସ ରିପୋର୍ଟ ମୁତାବକ, ଏହି ଅଗ୍ନିକାଣ୍ଡ ଗତକାଲି ଦୁବାଇର ଏକ ପାଞ୍ଚ ମହଲା ବିଶିଷ୍ଟ କୋଠାରେ ଘଟିଥିଲା। ନିଆଁ ପ୍ରଥମେ ବିଲ୍ଡିଂର ଚତୁର୍ଥ ମହଲାରେ ଲାଗିଥିଲା। ଏହାପରେ ଆଖି ପିଛୁଳାକେ ନିଆଁ ବିଲ୍ଡିଂ ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ଲୋକେ ବାହାରକୁ ବାହାରି ପାରି ନ ଥିଲେ।

ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ବେଳେ ଲାଗିଥିବା ବେଳେ ତୁରନ୍ତ ଦୁବାଇ ସିଭିଲ ଡିଫେନ୍ସ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପ୍ରାୟ ଅଢେଇଟା ପରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା।

Advertisment

ଦୁବାଇ ପୁଲିସ୍‌ ସୂଚନା ଅନୁସାରେ, ଖବର ମିଳିବା ମାତ୍ରେ ଦୁବାଇ ସିଭିଲ ଡିଫେନ୍ସ ମୁଖ୍ୟାଳୟ ନିଆଁକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳକୁ ଯାଇଥିଲା। ତୁରନ୍ତ ଲୋକଙ୍କୁ ବାହାର କରିବା କାମ ଆରମ୍ଭ ହୋଇଥିଲା। ମାତ୍ର ଚତୁର୍ଥ ମହଲାରୁ ଗୋଟିଏ ପରେ ଗୋଟିଏ ୧୬ଟି ମୃତଦେହ ବାହାର କରାଯାଇଥିଲା। ଏହି ଅଘଟଣ ଯୋଗୁ ନିଆଁରେ ପୋଡ଼ି ହୋଇ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମୃତକଙ୍କ ମଧ୍ୟରେ ଏକ ଭାରତୀୟ ଦମ୍ପତିଙ୍କ ସମେତ ୪ ଜଣ ଅଛନ୍ତି। ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କୁ ପରିବାରକୁ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି।

ଅଗ୍ନିପତ୍ତା ସୁରକ୍ଷା ନିୟମକୁ କଡ଼ାକଡ଼ି ଲାଗୁ କରାଯାଇ ନ ଥିବାରୁ ଏହି ଅଘଟଣ ଘଟିଲା ବୋଲି ଦୁବାଇ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Fire Accident Fire Mishap