Advertisment

ଆତ୍ମଘାତୀ ବିସ୍ଫୋରଣ, ୪ ଯବାନ ମୃତ

୪ ଜଣ ପାକିସ୍ତାନ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପେଟ୍ରୋଲିୟମ କମ୍ପାନୀର କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଛନ୍ତି।

author-image
Madhupriya Mistry
foursoldiers killed

four soldierskilled

ଭୟଙ୍କର ବିସ୍ଫୋରଣ। ସେନା ଗାଡ଼ିକୁ ଧକ୍କା ଦେଲା ବିସ୍ଫୋରକ ଭର୍ତ୍ତି ଯାନ। ଫଳରେ ବିସ୍ଫୋରଣ ଘଟି ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣ ଆହତ ହୋଇଛି। ପାକିସ୍ତାନୀ ପଶ୍ଚିମେତ୍ତର ଅଞ୍ଚଳରେ ଘଟିଛି ଏଭଳି ଆତ୍ମଘାତୀ ହମଲା।

Advertisment

ଶନିବାର ବଜିରିସ୍ତାନ କବାୟଲି ଜିଲ୍ଲାରେ ବିସ୍ଫୋରକ ଭର୍ତ୍ତି ଏକ ତିନି ଚକିଆ ଗାଡି ସେନା ଗାଡିକୁ ଧକ୍କା ଦେଇଥିଲା। ଫଳରେ ବିସ୍ଫୋରଣ ଘଟିଥିଲା। ଏଥିରେ ୪ ଜଣ ପାକିସ୍ତାନ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପେଟ୍ରୋଲିୟମ କମ୍ପାନୀର କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଛନ୍ତି।

ପୁଲିସ ସୂଚନା ମୁତାବକ, ଆକ୍ରମଣକାରୀ ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲାର ଖାଜୋରୀ ଛକରେ ଏମପିସିଏଲ ପେଟ୍ରୋଲିୟମ କମ୍ପାନୀ ସହିତ ଡ୍ୟୁଟିରେ ଥିବା ସୁରକ୍ଷା ବାହିନୀର ଏକ ଗାଡିକୁ ଧକ୍କା ଦେଇଥିଲା । ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏହି ଘଟଣାରେ ୪ ଜଣ ସୈନିକ ପ୍ରାଣ ହରାଇଛନ୍ତି ଏବଂ ୧୫ ଜଣ କମ୍ପାନୀ କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଛନ୍ତି।

Advertisment

ପେଟ୍ରୋଲିୟମ କମ୍ପାନୀର କର୍ମଚାରୀମାନେ ଘଣ୍ଟା ଘଣ୍ଟା ଡ୍ୟୁଟି ପରେ କଡା ସୁରକ୍ଷା ମଧ୍ୟରେ ନିଜ ବିଶ୍ରାମ ସ୍ଥାନକୁ ଫେରୁଥିଲେ। ଏହି ସମୟରେ ଆକ୍ରମଣକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ସୁରକ୍ଷାବାହିନୀର ଗାଡି ଉପରେ ଆକ୍ରମଣ କରିଥିଲେ।

ଗତ କିଛି ଦିନ ତଳେ ପାକିସ୍ତାନୀ ପେଶଓ୍ୱାରର ଏକ ମସଜିଦରେ ମଧ୍ୟ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମସଜିଦର ଏକ ଅଂଶ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା। ପେଶୱାରର ପୁଲିସ୍ ଲାଇନ୍ ନିକଟରେ ଅବସ୍ଥିତ ମସଜିଦରେ ପ୍ରାର୍ଥନା ପରେ ଏହି ବିସ୍ଫୋରଣ ଘଟିଥିଲା।

Pakistan Bomb Blast