Advertisment

ଆଫଗାନିସ୍ତାନରେ ଫୁଟିଲା ଗୁଳି; ୪ ମୃତ, ୭ ଗୁରୁତର

ଆଫଗାନିସ୍ତାନର ବାମିୟାନ ପ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ଏହି ହିଂସାତ୍ମକ ଘଟଣା ଘଟିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ତାଲିବାନ ପ୍ରବକ୍ତା ସୂଚନା ଦେଇଛନ୍ତି।

author-image
Niharika Rout
Taliban

Taliban

 ଅଶାନ୍ତ ଆଫଗାନିସ୍ତାନରେ ପୁଣି ଥରେ ଫୁଟିଛି ଗୁଳି। ଏଥିରେ ସମୁଦାୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ୪ ମୃତକଙ୍କ ମଧ୍ୟରେ ୩ ବିଦେଶୀ ନାଗରିକ ଅଛନ୍ତି।

Advertisment

ଆଫଗାନିସ୍ତାନର ବାମିୟାନ ପ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ଏହି ହିଂସାତ୍ମକ ଘଟଣା ଘଟିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ତାଲିବାନ ପ୍ରବକ୍ତା ସୂଚନା ଦେଇଛନ୍ତି। ଦୁର୍ବୃଙ୍କ ଆଖିବୁଜା ଗୁଳି ଚାଳନା ଯୋଗୁ ୭ ଜଣ ଗମ୍ଭୀର ରୂପେ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାର ଯାଞ୍ଚ ଚାଲିଥିବା ବେଳେ କୌଣସି ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି।

ତାଲିବାନର ଗୃହ ମନ୍ତ୍ରାଳୟ ପ୍ରବକ୍ତା ଅବଦୁଲ ମତୀନଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୪ ବିଦେଶୀ ନାଗରିକଙ୍କ ସହ ଆହୁରି ୭ ଜଣ ବି ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ବହୁ ବିଦେଶୀ ନାଗରିକ ଥିବା ବେଳେ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ମିଳି ପାରିନି।

Advertisment

ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନ ଥିବା ବେଳେ ଏହାପଛରେ ତାଲିବାନର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଇସଲାମିକ ଷ୍ଟେଟର ସହଯୋଗୀଙ୍କ ହାତ ଥିବା ଅନୁମାନ କରାଯାଉଛି। କାରଣ ଇସଲାମିକ ଷ୍ଟେଟ ଦ୍ୱାରା ଦେଶର ସ୍କୁଲ, କଲେଜ, ହସ୍ପିଟାଲ ସମେତ ବିଭିନ୍ନ ଅନୁଷ୍ଠାନ ଓ ଲୋକ ଗହଳି ଉପରେ ପୂର୍ବରୁ ବି ବହୁଥର ଆକ୍ରମଣ କରାଯାଇଛି। ତେବେ ଖୁବ୍‌ ଶୀଘ୍ର ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଫଗାଦିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି।

Afganistan Firing