Advertisment

ସୁରକ୍ଷାରେ ବଡ଼ ତ୍ରୁଟି, ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଗଲେ ୪ ବ୍ୟକ୍ତି

ପୁଲିସ ସମସ୍ତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

author-image
Madhupriya Mistry
Rishi Sunak

Rishi Sunak

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ଜୋର ଜବରଦସ୍ତି ଘରେ ପଶିଗଲେ ୪ ବ୍ୟକ୍ତି। ଗୋଟିଏ ପଟେ ବ୍ରିଟେନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଜାରି ରିହଥବା ବେଳେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସୁରକ୍ଷାରେ ଏଭଳି କିଛି ବଡ ଧରଣ ତ୍ରୁଟି ଦେଖିବାକୁ ମିଳିଛି।

Advertisment

ମଙ୍ଗଳବାର ଉତ୍ତର ଇଂଲଣ୍ଡ ସ୍ଥିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ଆବାସିକ କମ୍ପ୍ଲେକ୍ସରେ ବେଆଇନ ଭାବେ ୪ଜଣ ବ୍ୟକ୍ତି ପଶି ଯାଇଥିଲେ। ଏହାପରେ ସେମାନଙ୍କୁ ଗିରଫ କରାଯାଇଛି। ଏନେଇ ପୁଲିସ ସୂଚନା ଦେଇଛି।

ନର୍ଥ ୟର୍କଶାୟର ପୁଲିସର କହିବା ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ଏନେଇ ସୂଚନା ମିଳିଥିଲା। ଏହାପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ସମସ୍ତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ବର୍ତ୍ତମାନ ପୂରା ମାମଲାର ଯାଞ୍ଚ ଜାରି ରହିଛି। ଉତ୍ତର ୟର୍କଶାୟାରର କିର୍ବି ସିଗଷ୍ଟନ୍ ଗାଁରେ ଏକ ଋଷି ସୁନକଙ୍କ ଘର ଅଛି। ଏହାକୁ ସେ ୨୦୧୫ରେ କିଣିଥିଲେ।

Advertisment

ଏହାରି ଭିତରେ 'ୟୁଥ୍‌ ଡିମାଣ୍ଡ' ନାମକ ସଙ୍ଗଠନ ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଏହି ଗୋଷ୍ଠୀର ଜଣେ ସଦସ୍ୟ ପିଏମ ସୁନକଙ୍କ ଆବାସିକ କମ୍ପ୍ଲେକ୍ସରେ ଥିବା ଏକ ପୋଖରୀ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ବ୍ରିଟିଶ ସାଧାରଣ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ଏହି ଘଟଣା ଘଟିଛି।

କହିରଖୁ ଯେ, ୟୁଥ୍‌ ଡିମାଣ୍ଡ ସଙ୍ଗଠନ ବ୍ରିଟେନର ଇସ୍ରାଏଲକୁ ସମର୍ଥନକୁ ବିରୋଧ କରୁଛି। ଏହି ଗୋଷ୍ଠୀ ସରକାରଙ୍କୁ ୨୦୨୧ ମସିହାରେ ଦିଆଯାଇଥିବା ତୈଳ ଓ ଗ୍ୟାସ ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ଦାବି କରୁଛି। ଚଳିତ ବର୍ଷ ଋଷି ସୁନକ ମଧ୍ୟ ଏହି ସଙ୍ଗଠନକୁ ନିନ୍ଦା କରିଥିଲେ।

Britain Rishi Sunak Britain Prime Minister